ଡେଙ୍ଗା ହବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏ ସବୁ ଉପାୟ
ସାଧାରଣତଃ ଅଠର ବର୍ଷ ପରେ ଉଚ୍ଚତା ବଢ଼ି ନଥାଏ । ଏହା ଜେନେଟିକ୍, ହରମୋନ୍ ଏବଂ ଖାଦ୍ୟ ପାନୀୟ ଉପରେ ନିର୍ଭର କରିଥାଏ । କିନ୍ତୁ କିଛି ବ୍ୟାୟାମ ରହିଛି ଯାହା ପ୍ରତିଦିନ କରିଲେ ଉଚ୍ଚତାରେ ପରିବର୍ତନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେସବୁ ବ୍ୟାୟାମ ସମ୍ପର୍କରେ ।
Trending Photos

ଭୁବନେଶ୍ୱର: ଡେଙ୍ଗା ହେବାକୁ ସମସ୍ତଙ୍କ ଇଚ୍ଛା ଥାଏ । ଡେଙ୍ଗା ବ୍ୟକ୍ତି ଅଧିକ ଆକର୍ଷଣୀୟ ଦେଖାଯାଇଥାନ୍ତି । ସାଧାରଣତଃ ଅଠର ବର୍ଷ ପରେ ଉଚ୍ଚତା ବଢ଼ି ନଥାଏ । ଏହା ଜେନେଟିକ୍, ହରମୋନ୍ ଏବଂ ଖାଦ୍ୟ ପାନୀୟ ଉପରେ ନିର୍ଭର କରିଥାଏ । କିନ୍ତୁ କିଛି ବ୍ୟାୟାମ ରହିଛି ଯାହା ପ୍ରତିଦିନ କରିଲେ ଉଚ୍ଚତାରେ ପରିବର୍ତନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେସବୁ ବ୍ୟାୟାମ ସମ୍ପର୍କରେ ।
- ଓହଳିବା ଦ୍ୱାରା ଓଜନ ବଢିଥାଏ । ଦିନକୁ ୪୦ ସେକେଣ୍ଡ ପାଇଁ ସିଧା ଓହଳିକି ରହନ୍ତୁ । ଏହାକୁ ଦିନକୁ ୩ ଥର କରିଲେ ଉଚ୍ଚତାରେ ପରିବର୍ତନ ହୋଇଥାଏ ।
- ପ୍ରତିଦିନ ସ୍କିପିଂ କରନ୍ତୁ । ଏହା ଉଚ୍ଚତା ବୃଦ୍ଧି କରାଏ । ଏହା ସହ ଗୋଡ ଲମ୍ବା ହୋଇଥାଏ ।
- ଗୋଇଠିକୁ ଉପରକୁ ଉଠାଇ କିଛି ସମୟ ରଖନ୍ତୁ । ଏହା ଉଚ୍ଚତା ବଢାଇବା ସହ ମାଂସପେଶୀ ଟାଇଟ୍ ହୋଇଥାଏ ।
- ଗୋଟେ ସ୍ଥାନରେ ଶୋଇ ରହି ନିଜ ଗୋଡ଼କୁ ଉପରକୁ ଉଠେଇ ରଖନ୍ତୁ। ଗୋଡ଼ ଉଠାଇବା ବେଳେ ନିଜ ହାତକୁ ଛାତି ପାଖରେ ରଖି ଶରୀରକୁ ବାଲାନ୍ସ ରଖନ୍ତୁ । ୬୦ ସେକେଣ୍ଡ ପାଇଁ ଏଭଳି କରନ୍ତୁ ।
- ତାଡ଼ାସନ କରନ୍ତୁ । ଏହା ଶରୀର କୁ ଷ୍ଟ୍ରେଚ୍ କରେ ତେଣୁ ଉଚ୍ଚତା ବଢ଼ିଥାଏ ।
More Stories