close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ସମ୍ପର୍କରେ ସୁଧାର ଆଣିବାକୁ ଚାହୁଁଛନ୍ତି, ଆପଣାନ୍ତୁ ଏହି ସରଳ ଟିପ୍ସ

 ବିବାହ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ମନାନ୍ତର ଓ ମତାନ୍ତର ଦେଖାଯାଇଥାଏ।  ଛୋଟ ଛୋଟ  କଥାକୁ ନେଇ  ଝଗଡ଼ା ମଧ୍ୟ ହୋଇଥାଏ। ଏହାର କାରଣ ସଂପର୍କରେ ଉତ୍ତମ ବୁଝାମଣା ନହେବା  ବା ନିଜର ଭାବନାକୁ ପାର୍ଟନର ସହ ସେୟାର ନକରିବା ହୋଇଥାଏ ।

ସମ୍ପର୍କରେ ସୁଧାର ଆଣିବାକୁ ଚାହୁଁଛନ୍ତି, ଆପଣାନ୍ତୁ ଏହି ସରଳ ଟିପ୍ସ

ଭୁବନେଶ୍ୱର: ବିବାହ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ମନାନ୍ତର ଓ ମତାନ୍ତର ଦେଖାଯାଇଥାଏ । ଛୋଟ ଛୋଟ  କଥାକୁ ନେଇ  ଝଗଡ଼ା ମଧ୍ୟ ହୋଇଥାଏ । ଏହାର କାରଣ ସଂପର୍କରେ ଉତ୍ତମ ବୁଝାମଣା ନହେବା  ବା ନିଜର ଭାବନାକୁ ପାର୍ଟନର ସହ ସେୟାର ନକରିବା ହୋଇଥାଏ ।

ସଂପର୍କକୁ ଦୃଢ଼ କରିବାକୁ ହେଲେ ଆପଣ ଆପଣଙ୍କ ଜୀବନସାଥୀଙ୍କୁ ନିଜର ଭଲ ବନ୍ଧୁ କରିବା ଦରକାର । ଯାହାଫଳରେ ଆପଣ ନିଜର ପ୍ରତ୍ୟେକ କଥା ତାଙ୍କ ସହ ସେୟାର କରିପାରିବେ। ଅନ୍ୟମାନଙ୍କ ଅପେକ୍ଷା ଖୁସିରେ ରହିପାରିବେ । ଜୀବନରେ ଜଣେ ଭଲ ସାଙ୍ଗର ଆବଶ୍ୟକତା ସମସ୍ତଙ୍କୁ  ଥାଏ, ଯାହା ସହିତ ଆପଣ ନିଜର ମନ କଥା କହିପାରୁଥିବେ ।  ଯଦି  ଆପଣଙ୍କ  ସେହି ସାଙ୍ଗ ଆପଣଙ୍କ ଜୀବନସାଥୀ ହୋଇଥାନ୍ତି ତେବେ ଆପଣଙ୍କ ଖୁସି ବଢ଼ିଯିବ ।

relation

ଭଲ ସଂପର୍କ ପାଇଁ ନିଜ ଜୀବନସାଥୀଙ୍କୁ ସାଙ୍ଗ ଭାବିବା ଜରୁରୀ । କାରଣ ଯେତେବେଳେ ଆପଣ ତାଙ୍କୁ ସାଙ୍ଗ ବୋଲି ଭାବିବେ ସେତେବେଳେ ଆପଣଙ୍କୁ ତାଙ୍କୁ ମିଛ କହିବା ଦରକାର ପଡ଼ିବ ନାହିଁ, ଯେକୌଣସି ସ୍ଥାନକୁ ଆପଣ ସାଙ୍ଗ ହୋଇ ଯାଇପାରିବେ, ମସ୍ତି କରିପାରିବେ। ଫଳରେ ଉଭୟଙ୍କ ମଧ୍ୟରେ ବିଶ୍ୱାସ ବଢ଼ିଥାଏ। ସଂପର୍କ ଦୃଢ଼ ହୋଇଥାଏ ।
ଅନେକ ସର୍ଭେରୁ ଏହା ଜଣାପଡ଼ିଛି ଯେ, ଯେଉଁମାନେ ନିଜ ଜୀବନସାଥୀଙ୍କୁ ନିଜର ସାଙ୍ଗ ବୋଲି ଭାବନ୍ତି ସେମାନେ ଅନ୍ୟମାନଙ୍କ ତୁଳନାରେ ଅଧିକ ଖୁସିରେ ରହିଥାନ୍ତି ।