close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଜାଣନ୍ତୁ, ବାଣ ଫୁଟାଇବା ସମୟରେ କି କି ପଦକ୍ଷେପ ନେବା ଜରୁରୀ ?

ଆଜି ଆଲୋକର ମହାପର୍ବ ଦୀପାବଳି। ହିନ୍ଦୁ ଧର୍ମର ବଡ଼ ପର୍ବ। ଆନନ୍ଦ ଓ ଉଲ୍ଲାସର ସହ ପିଲା ଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ଦିନକୁ ପାଳନ କରିଥାନ୍ତି। ଦୀପାବଳିକୁ ବାଣ ଅମାବାସ୍ୟା ବୋଲି ମଧ୍ୟ କୁହାଯାଏ। କାରଣ ଏହି ଦିନରେ  ଗାଁ ରୁ ସହର ଯାଏଁ   ଧନୀ ଠାରୁ ଆରମ୍ଭ କରି ଗରିବ ପର୍ଯ୍ୟନ୍ତ ସବୁ ବର୍ଗର ଲୋକମାନେ ବାଣ ଫୁଟାଇବାର ଆନନ୍ଦ ଉପଭୋଗ କରିଥାନ୍ତି।

ଜାଣନ୍ତୁ, ବାଣ ଫୁଟାଇବା ସମୟରେ କି କି ପଦକ୍ଷେପ ନେବା ଜରୁରୀ ?
ଦୀପାବଳି

ଭୁବନେଶ୍ୱର: ଆଜି ଆଲୋକର ମହାପର୍ବ ଦୀପାବଳି। ହିନ୍ଦୁ ଧର୍ମର ବଡ଼ ପର୍ବ। ଆନନ୍ଦ ଓ ଉଲ୍ଲାସର ସହ ପିଲା ଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ଦିନକୁ ପାଳନ କରିଥାନ୍ତି। ଦୀପାବଳିକୁ ବାଣ ଅମାବାସ୍ୟା ବୋଲି ମଧ୍ୟ କୁହାଯାଏ। କାରଣ ଏହି ଦିନରେ  ଗାଁ ରୁ ସହର ଯାଏଁ   ଧନୀ ଠାରୁ ଆରମ୍ଭ କରି ଗରିବ ପର୍ଯ୍ୟନ୍ତ ସବୁ ବର୍ଗର ଲୋକମାନେ ବାଣ ଫୁଟାଇବାର ଆନନ୍ଦ ଉପଭୋଗ କରିଥାନ୍ତି। ବାଣରୁ ବାହାରୁଥିବା ରଙ୍ଗ ଆଲୋକ ଓ ଶଦ୍ଦ ଶୁଣି ଲୋକମାନେ ଆମୋଦିତ ହୁଅନ୍ତି। କିନ୍ତୁ ବାଣ ଫୁଟାଇବାରେ ସାମାନ୍ୟ ଅନ୍ୟମନସ୍କତା ଅଘଟଣ ଘଟାଇ ଧନଜୀବନ କ୍ଷୟକ୍ଷତି 
କରିଥାଏ।ଅନ୍ଧାର ଉପରେ ଆଲୋକର ବିଜୟର ବାର୍ତ୍ତା ପ୍ରଚାର କରୁଥିବା ଦୀପାବଳି ପର୍ବ ଦିନ ବାଣ ଫୁଟାଇବାଲାଗି କିଛି ସତର୍କତାମୂଳକ ପଦକ୍ଷେପ ନେବା ଜରୁରୀହୋଇଥାଏ। ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ।

diwaLI 

କଣ କରିବେ 
- ଲାଇସେନ୍ସଧାରୀ ଓ ବିଶ୍ୱସ୍ତ ଦୋକାନୀଙ୍କ ଠାରୁ ବାଣ କିଣନ୍ତୁ।
-  କମ୍‌ ଶଦ୍ଦ ସୃଷ୍ଟି କରୁଥିବା ବାଣ କିଣନ୍ତୁ।
- ବାଣ ପ୍ୟାକେଟ୍‌ ଉପରେ ଦିଆଯାଇଥିବା ନିର୍ଦ୍ଦେଶ ପଢି ଅନୁପାଳନ କରନ୍ତୁ। 
- ସବୁବେଳେ ଖୋଲା ସ୍ଥାନରେ, ବିସ୍ପୋଟକ ପଦାର୍ଥଗୁଡିକ ଠାରୁ ଦୂରରେ ରହି ବାଣ ଫୁଟାନ୍ତୁ।
- ଛୋଟ ପିଲାମାନଙ୍କ ପାଖରୁ ନିଆଁ ଠାରୁ ଦୁରେଇ ରଖନ୍ତୁ ।
- ପିଲାମାନେ ବାଣ ଫୁଟାଇବା ବେଳେ ବୟସ୍କମାନେ ପାଖରେ ରହି ଦୃଷ୍ଟି ରଖନ୍ତୁ। ପିଲାଙ୍କୁ ଏକୁଟିଆ ବାଣ ଫୁଟାଇବାକୁ ଦିଅନ୍ତୁ ନାହଁ।
- ପ୍ରଚଣ୍ଡ ଶଦ୍ଦ ସୃଷ୍ଟିକାରୀ ବାଣ ଯେପରି ତାଳ ଫୋଟକା, ମରିଚ ବାଣ ବା ବମ୍‌ ଆଦି ଫୁଟେଇବା ବେଳେ ଏଗୁଡିକ ଠାରୁ ସୁରକ୍ଷିତ ଦୂରତାରେ ରହି ଅଗ୍ନି ସଂଯୋଗ କରନ୍ତୁ।
- ବାଣ ଫୁଟେଇବା ବେଳେ ସବୁବେଳେ ଚପଲ୍‌ ପିନ୍ଧନ୍ତୁ ।
- ବାଣ ଫୁଟେଇବା  ପୂର୍ବରୁ ସେହି ସ୍ଥାନରେ ଅ ବାଲ୍‌ଟିଏ ପାଣି ରଖନ୍ତୁ। ଏହା ସହିତ ଗୋଟିଏ କମ୍ବଳ ମଧ୍ୟ ରଖନ୍ତୁ।
- ଅନ୍ୟମାନଙ୍କ ସହିତ ମିଶି ବାଣ ଫୁଟାନ୍ତୁ ଯାହା ଦ୍ୱାରା ଜରୁରୀ ପରିସ୍ଥିତିରେ ଆପଣଙ୍କୁ ଶୀଘ୍ର ସହାୟତା ମିଳିପାରିବ।

କଣ ନକରିବେ 

- ନାଇଲନ୍‌ ବା ସିଲ୍କ କପଡାର ପୋଷାକ ବାଣ ଫୁଟାନ୍ତୁ ନାହିଁ। ବାଣ ଫୁଟେଇବା ବେଳେ ସୁତା ପୋଷାକ ପିନ୍ଧନ୍ତୁ।
- କୌଣସି ବିସ୍ପୋରକ  ପଦାର୍ଥ ପାଖରେ କେବେ ମଧ୍ୟ ବାଣ ଫୁଟାନ୍ତୁ ନାହିଁ।
- ବାଣରେ ଅଗ୍ନି ସଂଯୋଗ କରିବା ପାଇଁ ଦିଆସିଲି ବା ଲାଇଟର୍‌ ବ୍ୟବହାର କରନ୍ତୁ ନାହିଁ।
- ବାଣକୁ  ହାତରେ ଧରି ସେଥିରେ ଅଗ୍ନି ସଂଯୋଗ କରନ୍ତୁ ନାହିଁ।
- ପ୍ରଚଣ୍ଡ ଶଦ୍ଦ ସୃଷ୍ଟିକାରୀ ବାଣ ଯେପରି ତାଳ ଫୋଟକା, ମରୀଚ ବାଣ ବା ବମ୍‌ ଆଦିରେ ଅଗ୍ନି ସଂଯୋଗ କରିବା ପରେ ଯଦି ଏହା ଟିକିଏ ଜଳି ରହିଯାଉଛି ତେବେ ଏହା ପାଖକୁ ଯାଇ ଏହାକୁ ପରୀକ୍ଷାନିରୀକ୍ଷା କରନ୍ତୁ ନାହିଁ। ବେଳେବେଳେ ବାଣଗୁଡିକ ବିଳମ୍ବରେ ଫୁଟିଥାଏ।
-  ରାସ୍ତା ଉପରେ ବା ବନ୍ଦ କୋଠରୀରେ ବାଣ ଫୁଟାନ୍ତୁ ନାହିଁ।
- ହାତରେ ରଖି କୌଣସି ବାଣ ଫୁଟାନ୍ତୁ ନାହିଁ। ଛୋଟପିଲାମାନଙ୍କୁ ବାଣ ଧରିବାକୁ ଦିଅନ୍ତୁ ନାହିଁ।

ଶରୀରରର ଯତ୍ନ କିପରି ନେବେ?

ଆଖିର ଯତ୍ନ: ବାଣ ଫୁଟେଇବା ବେଳେ ବାଣକୁ ମୁହଁ ଠାରୁ ଦୁରେଇ ରଖନ୍ତୁ। ଯଦି ଆପଣଙ୍କ ଆଖିରେ ସାମାନ୍ୟ ନିଆଁ  ପଡିଯାଏ ତେବେ ଆଖିକୁ ହାତରେ ମଳନ୍ତୁ ନାହିଁ। ସାଧା  ପାଣିରେ ଆଖିକୁ ଛିଟା ମାରନ୍ତୁ ଓ ଡାକ୍ତରଙ୍କୁ ଦେଖାନ୍ତୁ। ଆଖିରେ ଜଳାପୋଡା ହେବା ଅନୁଭବ ହେଉଛି ତେବେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

କାନର ଯତ୍ନ: ବମ୍‌ ପରି ପ୍ରଚଣ୍ଡ ଶବ୍ଦ ସୃଷ୍ଟି କରୁଥିବା ବାଣ (୧୨୫ଡେସିବଲ୍‌ରୁ ଅଧିକ ଧ୍ୱନି) ଠାରୁ ପ୍ରାୟ ୪ମିଟର୍‌ ଦୂରରେ ରୁହନ୍ତୁ। ଯଦି ଅଧିକ ଶବ୍ଦ ହେଉଛି ତେବେ କାନରେ ତୁଳା ଦେଇଦିଅନ୍ତୁ। 

 

ବାଣ ଫୁଟିବା ବେଳେ ବେଳେବେଳେ ଶରୀରର ବିଭିନ୍ନ ଅଂଶରେ ନିଆଁ ଝୁଲ ପଡିଯାଏ। ବଶେଷକରି ହାତ ଓ ପାଦରେ। ଯଦି ଆପଣଙ୍କ ହାତ ବା ପାଦରେ ନିଆଁ ଝୁଲ ପଡିଯାଇଛି ତେବେ ସେହି ସ୍ଥାନରେ ତୁରନ୍ତ ପାଣି ପକାନ୍ତୁ ଓ ଜଳାପୋଡା ଯେତେବେଳ ଯାଏ ବନ୍ଦ ହୋଇନି ସେତେବେଳ ପର୍ଯ୍ୟନ୍ତ ପାଣି ପକାଇବା ଜାରି ରଖନ୍ତୁ।
ଏଥିପାଇଁ ଜଳିଯାଇଥିବା ସ୍ଥାନକୁ ନଳ ପାଣି ତଳେ ରଖନ୍ତୁ ବା ଗୋଟିଏ ପାତ୍ରରେ ପାଣି ଭର୍ତ୍ତି କରି ସେଥିରେ ବୁଡେଇ ରଖନ୍ତୁ।

Tags: