ଜାଣନ୍ତୁ, ଅଳ୍ପ ଖର୍ଚ୍ଚରେ ଆଡମ୍ବର ବିବାହ କେମିତି କରିବେ
ଯଦି ଆପଣ ଟିକେ ବୁଝି ବିଚାରି କାମ କରିବେ ଆପଣଙ୍କ କାନ୍ଧରୁ ଖର୍ଚ୍ଚ ବୋଝ କମ୍ ହୋଇଯିବ । ତେବେ ଆସନ୍ତୁ ଜାଣିବା ବିବାହରେ ଖର୍ଚ୍ଚ କମ୍ କରିବାର କିଛି ଟିପ୍ସ
Trending Photos

ପ୍ରଦ୍ୟୁମ୍ନ ମାଝି, ଭୁବନେଶ୍ୱର: ବିବାହ ବୋଝ ଅନେକ ଲୋକଙ୍କୁ ଋଣୀ ବନାଇଦିଏ । ସାରା ଜୀବନ ସଞ୍ଚୟ ପୁଞ୍ଜି ଲଗାଇବା ପରେ ମଧ୍ୟ ବିବାହରେ ଟଙ୍କା କମ୍ ପଡ଼ିଯାଇଥାଏ । ଯଦି ଆପଣ ଏମିତି ସମୟରେ ଟିକେ ବୁଝି ବିଚାରି କାମ କରିବେ ଆପଣଙ୍କ କାନ୍ଧରୁ ଖର୍ଚ୍ଚ ବୋଝ କମ୍ ହୋଇଯିବ । ତେବେ ଆସନ୍ତୁ ଜାଣିବା ବିବାହରେ ଖର୍ଚ୍ଚ କମ୍ କରିବାର କିଛି ଟିପ୍ସ ।
ୱେଡିଂ ହଲ ବୁକିଂ
ଶୀତ ଦିନେ ବହୁତ ଲୋକ ବଗିଚା ବଦଳରେ ବିବାହ ହଲରେ ବିବାହ ଆୟୋଜନ କରିଥାନ୍ତି । ହେଲେ ବିବାହ କମ୍ ଦିନ ପୂର୍ବରୁ ବିବାହ ହଲ୍ ବୁକିଂ କରିବା ଆପଣଙ୍କୁ ମହଙ୍ଗା ପଡ଼ିପାରେ । ସେଥିପାଇଁ ବିବାହ ଋତୁ ପୂର୍ବରୁ ହିଁ ଆପଣ ବିବାହ ହଲ୍ ବୁକିଂ କରିନିଅନ୍ତୁ, ଏହାଦ୍ୱାରା ଆପଣଙ୍କୁ ଶସ୍ତା ପଡ଼ିବ ।
ବିବାହ ସପିଂ
ପ୍ରତ୍ୟେକ ବର ଓ ନବ ବଧୂଙ୍କ ଇଛା ଥାଏ ନିଜ ବିବାହରେ ସମସ୍ତଙ୍କ ଠାରୁ ଟିକେ ଭିନ୍ନ ଦେଖାଯାଆନ୍ତୁ । ସେଥିପାଇଁ ବିବାହ କପଡ଼ା ପାଇଁ ସେମାନେ ବଡ଼ ଅଙ୍କର ଅର୍ଥ ଖର୍ଚ୍ଚ କରିଥାନ୍ତି । ଯେବେ କି କପଡ଼ା ଥରେ ମାତ୍ର ବ୍ୟବହାର କରାଯାଇଥାଏ । ବିବାହ ପାଇଁ ସ୍ୱତନ୍ତ୍ର ଡିଜାଇନ୍ କିଣିବା ଅପେକ୍ଷା ଭଡ଼ାରେ ନେବା ଭଲ ବିକଳ୍ପ ହୋଇଥାଏ ।
ଗହଣା
କପଡ଼ା ଭଳି ଆପଣ ମହଙ୍ଗା ଗହଣା ମଧ୍ୟ ଭଡ଼ାରେ ନେଇପାରିବେ । ବିଶ୍ୱାସ କରନ୍ତୁ ବିବାହ ପାଇଁ ଭଡ଼ାରେ ମିଳୁଥିବା ଇମିଟେସନ୍ ଗହଣା ପୁରା ଅସଲି ପରି ଦେଖାଯାଇଥାଏ । ଭଡ଼ାରେ ଗହଣା ନେବାଦ୍ୱାରା ବିବାହ ଖର୍ଚ୍ଚ ମଧ୍ୟ ଅନେକାଂଶରେ କମିଯାଇଥାଏ ।
ୱେଡିଂ ପ୍ଲାନର
ବିବାହ ଡେକୋରେସନ, କେଟ୍ରିଂ, ବିବାହ ସ୍ଥାନ, ଡିଜେ ଏବଂ ମେକଅପ୍ ଆର୍ଟିଷ୍ଟ ପାଇଁ ୱେଡିଂ ପ୍ଲାନର ସହ ଯୋଗାଯୋଗ କରିନିଅନ୍ତୁ । ୱେଡିଂ ପ୍ଲାନର ଆପଣଙ୍କ ବଜେଟ୍ ଅନୁଯାୟୀ ଆପଣଙ୍କୁ ପରାମର୍ଶ ଦେବେ । ବିବାହ ପାଇଁ ଜରୁରୀ ଜିନିଷ କୌଣସି ଟେଣ୍ଟ ହାଉସରେ ମିଳିଯାଇଥାଏ ।
ମେକଅପ୍ କିଟ୍
ନବ ବଧୂଙ୍କ ମେକଅପ୍ ପାଇଁ ଆର୍ଟିଷ୍ଟ ସହ ଯୋଗାଯୋଗ କରିବା ଭଲ କଥା । ହେଲେ ଧ୍ୟାନ ରଖନ୍ତୁ କୌଣସି ମେକଅପ୍ ଆର୍ଟିଷ୍ଟ ତାର ନିଜ ମେକଅପ୍ ସାମଗ୍ରୀ ଲଗାଇଲେ ଦୁଇଗୁଣା ମୋଟା ଅଙ୍କର ଅର୍ଥ ଚାର୍ଜ କରିଥାଏ । ଏଥିପାଇଁ ଆଗରୁ ନିଷ୍ପତ୍ତି ନିଅନ୍ତୁ ଯେ ଆପଣ ହିଁ ନିଜ ମେକଅପ୍ ସାମଗ୍ରୀ ଦେବେ । ଏହାଦ୍ୱାରା ଆପଣଙ୍କର ଅନେକାଂଶରେ ଖର୍ଚ୍ଚ କମିଯିବ ।
ଖାଦ୍ୟ ବ୍ୟଞ୍ଜନ
ଯଦି ଶୀତଦିନେ ଆପଣ ବିବାହ କରୁଛନ୍ତି କ୍ୟାଟ୍ରିଂଠାରୁ ଆପଣ ସେହି ଜିନିଷ ଗୁଡ଼ିକୁ ଦୂର କରିପାରିବେ ଯାହାର ଆବଶ୍ୟକ ଶୀତଦିନେ ପଡ଼ିନଥାଏ । ଯଦି ଆପଣ ୪ରୁ ୫ ଭଳି ଖାଦ୍ୟ କମ୍ କରିଦେଉଛନ୍ତି ତ ଆପଣଙ୍କର ଅନେକାଂଶରେ ଖର୍ଚ୍ଚ କରିମିଯିବ ।
ଡିଜିଟାଲ୍ କାର୍ଡର ଟ୍ରେଣ୍ଡ:
ଶୀତଦିନେ ମହଙ୍ଗା ନିମନ୍ତ୍ରଣ କାର୍ଡ ପରିବର୍ତ୍ତେ ଆପଣ ଯଦି ପାରୁଛନ୍ତି ଡିଜିଟାଲ୍ କାର୍ଡ ତିଆରି କରନ୍ତୁ । ସାଙ୍ଗ ଏବଂ ସମ୍ପର୍କୀୟ ମାନଙ୍କୁ ଆପଣ ଏହି ଡିଜିଟାଲ୍ କାର୍ଡ ପଠାଇ ନିମନ୍ତ୍ରଣ କରିପାରିବେ।ଏମିତି ବି ଆଜିକାଲି ଡିଜିଟାଲ୍ କାର୍ଡର ଭଲ ଟ୍ରେଣ୍ଡ ଚାଲିଛି । ଯଦି ଆପଣ କାର୍ଡ ଛପାଇବାକୁ ଚାହୁଁଛନ୍ତି ତ ଆପଣଙ୍କ ସ୍ପେଶାଲ୍ ଗେଷ୍ଟଙ୍କ ଏକ ତାଲିକା ବନାନ୍ତୁ ଏବଂ ତାଙ୍କ ହିସାବରେ ହିଁ କାର୍ଡ ଛପାନ୍ତୁ । ଏପରି ଟିପ୍ସର ଯଦି ଆପଣ ଆପଣେଇବେ ଦେଖିବେ ଆପଣ ଏକ ଭଲ ବିବାହରର ଆୟୋଜନ କରିବା ସହ ବଡ଼ ଖର୍ଚ୍ଚରୁ ବଞ୍ଚିପାରିବେ ।
More Stories