ପରୀକ୍ଷା ପାଇଁ ପାତରଅନ୍ତର । କୋରୋନା କଟକଣାରେ ପିଲା ଦେବେ ପରୀକ୍ଷା । ବାତିଲ ହୋଇଛି ଯୁକ୍ତ ତିନି, ହେଲେ ଯୁକ୍ତ ଦୁଇ ପାଇଁ ପ୍ରସ୍ତୁତି । ସାରା ବିଶ୍ୱ, ଦେଶ ଓ ରାଜ୍ୟ କୋରୋନା କବଳରେ ଥିବା ବେଳେ ଏବେ ଛାତ୍ରଛାତ୍ରୀ ମାନଙ୍କର ପରୀକ୍ଷାକୁ ନେଇ ଉଠିଛି ପ୍ରଶ୍ନ ।
Trending Photos
)
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ପରୀକ୍ଷା ପାଇଁ ଅଜବ ନୀତି । ଯୁକ୍ତ ତିନି କୁ ନା ହେଲେ ଯୁକ୍ତ ଦୁଇ କୁ ହଁ । କୋରୋନା କଟକଣାର ଫନ୍ଦିରେ ଫସି ଯାଇଛି ପରୀକ୍ଷା । କେଉଁ ପରୀକ୍ଷା ହେବ, କେଉଁ ପରୀକ୍ଷା ହେବନି, ଆଉ ଯେଉଁଗୁଡିକ ହେବ ସେସବୁ କିପରି ହେବ, କେଉଁ ସୁରକ୍ଷା ଆଧାରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏସବୁ ପ୍ରଶ୍ନ ଘେରରେ ବାଜି ଲାଗିଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ରାଜ୍ୟରେ ଶିକ୍ଷା ବିଭାଗ ପକ୍ଷରୁ ଗୋଟିଏ ପରେ ଗୋଟିଏ ପରୀକ୍ଷାକୁ ବାତିଲ କରି ବିକଳ୍ପ ବ୍ୟବସ୍ଥା ଆପଣାଯାଉଥିବା ବେଳେ ଯୁକ୍ତ ଦୁଇର ବଳକା ପରୀକ୍ଷାକୁ ନେଇ କୋରୋନା ଭୟର ବାତାବରଣ ସୃଷ୍ଟି ହୋଇଛି । ଉଚ୍ଚ ଶିକ୍ଷା ପକ୍ଷରୁ ଉଭୟ ଯୁଜି ଓ ପିଜି ପରୀକ୍ଷା ବାତିଲ କରାଯାଇଥିବା ବେଳେ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଯାହାକୁ ନେଇ ଅଭିଭାବକ, ଶିକ୍ଷକ ସଂଘ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପରୀକ୍ଷା ପାଇଁ ପାତରଅନ୍ତର । କୋରୋନା କଟକଣାରେ ପିଲା ଦେବେ ପରୀକ୍ଷା । ବାତିଲ ହୋଇଛି ଯୁକ୍ତ ତିନି, ହେଲେ ଯୁକ୍ତ ଦୁଇ ପାଇଁ ପ୍ରସ୍ତୁତି । ସାରା ବିଶ୍ୱ, ଦେଶ ଓ ରାଜ୍ୟ କୋରୋନା କବଳରେ ଥିବା ବେଳେ ଏବେ ଛାତ୍ରଛାତ୍ରୀ ମାନଙ୍କର ପରୀକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ଗୋଟିଏ ପଟେ କୋରୋନା ସଂକ୍ରମଣକୁ ଦୃଷ୍ଟିର ରଖି ରାଜ୍ୟରେ ପ୍ରଥମରୁ ଏକାଦଶ ଓ ପରେ ଯୁକ୍ତ ତିନି ଓ ପିଜି ବିଭାଗର ସମସ୍ତ ପରୀକ୍ଷା ବାତିଲ କରି ବିକଳ୍ପ ପଦ୍ଧତିରେ ଫଳପ୍ରକାଶ କରିବାକୁ ଘୋଷଣା ହୋଇଥିବା ବେଳେ । ଏସବୁ ଭିତରେ ଛନ୍ଦି ହୋଇଯାଇଛି ଯୁକ୍ତ ଦୁଇ ଦ୍ବୀତିୟ ବର୍ଷର ବାର୍ଷିକ ପରୀକ୍ଷା । ଯାହାକୁ ନେଇ ଛାତ୍ରାଛାତ୍ରୀ ପ୍ରଶ୍ନ ଉଠାଇଛନ୍ତି ।
ସେପଟେ ସରକାରଙ୍କ ଏପରି ନିଷ୍ପତ୍ତିକୁ ଓଡିଶା ଅଭିଭାବକ ମହାସଂଘ ଓ ଶିକ୍ଷକ ସଂଘ ମଧ୍ୟ ବିରୋଧ କରିଛନ୍ତି । ଯଦି କୋରୋନା ସଂକ୍ରମଣ ଭୟରେ ୟୁଜି ଓ ପିଜି ପରୀକ୍ଷା ବାତିଲ ହୋଇପାରୁଛି । ତେବେ ଯୁକ୍ତ ୨ ବିଦ୍ୟାର୍ଥୀଙ୍କ ସୁରକ୍ଷା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଶିକ୍ଷକ ସଂଘ । ସେହିପରି ସ୍ଥିତି ସୁଧୁରବା ପରେ ପରୀକ୍ଷା ନେଇ ନିଷ୍ପତ୍ତି ନଚେତ ବାତିଲ କରି ବିକଳ୍ପ ବ୍ୟବସ୍ଥା କରିବାକୁ ଦାବୀ କରିଛନ୍ତି ଅଭିଭାବକ ସଂଘ ।
ତେବେ ସୂଚନା ମୁତାବକ ଯୁକ୍ତ ଦୁଇ ପରୀକ୍ଷା ଲାଗି କେନ୍ଦ୍ର ସୁପରିଟେଣ୍ଡେଣ୍ଟକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତଥ୍ୟ ମାଗିଛି । ତେବେ କୋରୋନା କଟକଣା ହେତୁ ଶ୍ରେଣୀ ଗୃହ ବ୍ୟତୀତ ରିଡିଙ୍ଗ ରୁମ, କମନ ରୁମ ସହ ହଷ୍ଟେଲକୁ ମଧ୍ୟ ପରୀକ୍ଷା ହଲ ଭାବେ ଗଣା ଯାଇପାରିବ ବୋଲି ନିର୍ଦ୍ଦେଶ ରହିଛି । ତେବେ ଏସବୁ ଭିତରେ ପରୀକ୍ଷା ବାତିଲ ହେଉଛି ନା ସ୍ବତନ୍ତ୍ର ମାର୍ଗଦର୍ଶିକା ଭାବେ ହେଉଛି । ତାହା ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର ।