• ବଣାଇ ସହର ଭିତରେ ପଶିଲେ 2ଟି ଦନ୍ତା ହାତୀ
  • ଗତ ୮ ଦିନ ଧରି ୨ଟି ଦନ୍ତାଙ୍କ ଉତ୍ପାତ ପାଇଁ ଲୋକେ ଭୟଭୀତ
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କିଲର ଭାଇରସ
  • ରାଜ୍ୟରେ ଦିନକରେ ଆଉ ୪୪୭ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଭୁବନେଶ୍ବର ବିନ୍ଦୁସାଗରକୁ ଡେଇଁ ବିଟେକ୍ ଛାତ୍ରଙ୍କ ଆତ୍ମହତ୍ୟା
  • ମୃତ ଛାତ୍ର ସାଇ ଶ୍ରୀ ଜ୍ୟୋତି ପ୍ରକାଶ
  • ଦେଶରେ ପୁଣି ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଦର
  • ଭୁବନେଶ୍ବରରେ ପେଟ୍ରୋଲ ୩୫ ପଇସା ବୃଦ୍ଧି
  • ଅଧ୍ୟାପିକା ମମିତା ମେହେର ହତ୍ୟା ମାମଲା
  • ଆଜି ସରୁଛି ଗୋବିନ୍ଦ ସାହୁର ୫ ଦିନିଆ ରିମାଣ୍ଡ ଅବଧି

+2 Dropout Case: CHSEକୁ ମାନବାଧିକାର କମିଶନ ଦେଲେ ଫାଇନାଲ୍ ଡେଟ୍

ବଲାଙ୍ଗିର ଜିଲ୍ଲା ପିପିଲି ଗ୍ରାମର ଜଣେ ଅଭିଭାବକ ସୁବିଜ୍ଞାନ ଗଡତିଆ ତାଙ୍କ ପୁଅ ଏବଂ ଏଭଳି ପ୍ରଭାବିତ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅଗଷ୍ଟ ୧୩ ତାରିଖରେ ଦୀଲ୍ଲିସ୍ଥିତ ଜାତୀୟ ମାନବାଧିକୀର କମିଶନରେ କେସ୍ କରିଛନ୍ତି।

+2 Dropout Case: CHSEକୁ ମାନବାଧିକାର କମିଶନ ଦେଲେ ଫାଇନାଲ୍ ଡେଟ୍
ଫାଇଲ ଫଟୋ

ଭୁବନେଶ୍ୱର: ଚଳିତବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାରେ ଡ୍ରପ୍ ଆଉଟ ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀମାନଙ୍କୁ ମାର୍କ ଦେବାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହାର ବିରୋଧରେ ବଲାଙ୍ଗିର ଜିଲ୍ଲା ପିପିଲି ଗ୍ରାମର ଜଣେ ଅଭିଭାବକ ସୁବିଜ୍ଞାନ ଗଡତିଆ ତାଙ୍କ ପୁଅ ଏବଂ ଏଭଳି ପ୍ରଭାବିତ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅଗଷ୍ଟ ୧୩ ତାରିଖରେ ଦୀଲ୍ଲିସ୍ଥିତ ଜାତୀୟ ମାନବାଧିକୀର କମିଶନରେ କେସ୍ କରିଛନ୍ତି।

ଗତ ୧୭ ତାରିଖରେ ସୁବିଜ୍ଞାନ ଗଡତିଆଙ୍କ ଅଭିଯୋଗକୁ ଜାତୀୟ ମାନବାଧିକୀର କମିଶନ ଗ୍ରହଣ କରି ୧୮ ତାରିଖରେ ରାଜ୍ୟକୁ ପଠାଇଥିଲେ। ଏହାପରେ ରାଜ୍ୟ ମାନବାଧିକାର କମିଶନ ୬ ତାରିଖରେ କେସ୍ ନମ୍ବର ୨୧୧୭ ରେ ପଂଜିକରଣ କରି ୭ ତାରିଖରେ ଶୁଣାଣୀ ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। ଅଭିଯୋଗକାରୀ ପକ୍ଷ ରଖିବା ପରେ ମାଧ୍ୟମିକ ଶିକ୍ଷା ପରିଷଦକୁ ନୋଟିସ୍ ଜାରି କରି ୧୪ ତାରିଖରେ ଶୁଣାଣୀ ପାଇଁ ସମୟ ଦେଇଥିଲେ।

Also Read: ନବୀନ ସରକାର ନିରବ; ବିଦ୍ରୋହର ରୂପ ନେଲା ସୀମା ବିବାଦ

ସେପଟେ ମଙ୍ଗଳବାର ଶୁଣାଣୀ ବେଳେ ଶିକ୍ଷା ପରିଷଦ (Council of Higher Secondary Education, Odisha) ଅନୁପସ୍ଥିତ ଥିଲା। ସମୟ ଅଭାବରୁ ପରିଷଦ ଆହୁରି ୧୫ ଦିନର ସମୟ ମାଗିଛି। କିନ୍ତୁ ଛାତ୍ରଛାତ୍ରୀଙ୍କ ସମ୍ବାଦନଶୀଳତାକୁ ଦେଖି କମିଶନ (Human Rights Commission) ଆସନ୍ତା ୨୪ ତାରିଖକୁ ଶେଷ ଶୁଣାଣୀ ତାରିଖ ଧାର୍ଯ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ଚଳିତବର୍ଷ କୋରୋନା (Coronavirus) ସଙ୍କଟ ପାଇଁ ରାଜ୍ୟରେ ଯୁକ୍ତ ଦୁଇ କିମ୍ବା ମାଟ୍ରିକ ପରୀକ୍ଷା (Exam) ହୋଇନାହିଁ। ସ୍ୱତନ୍ତ୍ର ମୂଲ୍ୟାୟନ ପଦ୍ଧତିରେ ପିଲାଙ୍କୁ ମାର୍କ ଦିଆଯାଇଛି। ତେବେ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାରେ ଡ୍ରପ୍ ଆଉଟ ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀମାନଙ୍କୁ ମାର୍କ ଦେବାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି।