ସ୍ୱେଚ୍ଛାକୃତ ଅବସର ନେଲେ ବରିଷ୍ଠ ଆଇଏସ୍ ଅଫିସର ଗଗନ କୁମାର ଧଳ

ବରିଷ୍ଠ ଆଇଏସ୍ ଅଧିକାରୀ ଗଗନ କୁମାର ଧଳ ସରକାରୀ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ସରକାରଙ୍କୁ ସ୍ୱେଚ୍ଛାକୃତ ଅବସର ପାଇଁ ଗଗନ ଧଳ ଆବେଦନ କରିଥିଲେ , ଯାହାକୁ ସରକାର ଗ୍ରହଣ କରିଛନ୍ତି । 

ସ୍ୱେଚ୍ଛାକୃତ ଅବସର ନେଲେ ବରିଷ୍ଠ ଆଇଏସ୍ ଅଫିସର ଗଗନ କୁମାର ଧଳ
ଫାଇଲ ଫଟୋ

ଭୁବନେଶ୍ୱର: ବରିଷ୍ଠ ଆଇଏସ୍ ଅଧିକାରୀ ଗଗନ କୁମାର ଧଳ ସରକାରୀ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ସରକାରଙ୍କୁ ସ୍ୱେଚ୍ଛାକୃତ ଅବସର ପାଇଁ ଗଗନ ଧଳ ଆବେଦନ କରିଥିଲେ , ଯାହାକୁ ସରକାର ଗ୍ରହଣ କରିଛନ୍ତି । 

ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ କାମ କରୁଥିବା ଗଗନ ଧଳ ନିଜ ବ୍ୟକ୍ତିଗତ କାରଣୁ ସରକାରୀ ଚାକିରୀରୁ ଅବସର ନେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ୩୦ବର୍ଷ ଚାକିରୀ ଏବଂ ୫୦ବର୍ଷ ବୟସ ହୋଇଥିଲେ ଜଣେ ସରକାରୀ କର୍ମଚାରୀ ସ୍ୱେଚ୍ଛାକୃତ ଅବସର ନେବାର ବ୍ୟବସ୍ଥା ରହିଛି । ଏଥିପାଇଁ ୩ମାସ ଆଗରୁ ନୋଟିସ ଦେବାକୁ ପଡ଼ିଥାଏ । 

ଗତ ନଭେମ୍ବର ୨୭ ତାରିଖରେ ଗଗନ ଧଳ ସରକାରଙ୍କୁ ଚିଠି ଲେଖି ବ୍ୟକ୍ତିଗତ କାରଣରୁ ୩ ମାସ ଆଗୁଆ ନୋଟିସ ଛାଡ଼ କରିବାକୁ ଅନୁରୋଧ କରିଥିଲେ । ସରକାର ଏହାର ବିଚାର କରି ଆଗୁଆ ନୋଟିସ ଛାଡ଼ କରିବା ସହ ନଭେମ୍ବର ୩୦ ତାରିଖରୁ ସ୍ୱେଚ୍ଛାକୃତ ଅବସର ଆବେଦନକୁ ଅନୁମୋଦନ କରିଛନ୍ତି । ଗଗନ କୁମାର ଧଳ ରାଜ୍ୟ ସରକାରଙ୍କ ଅଧିନରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି ।

ଆହୁରି ପଢନ୍ତୁ; ୮୦ଘଣ୍ଟା ମୁଖ୍ୟମନ୍ତ୍ରୀ ହେବା ପଛରେ କ'ଣ ଥିଲା ଅସଲ ଉଦ୍ଦେଶ୍ୟ ? ବିଜେପି ସାଂସଦ କଲେ ଖୁଲାସା