close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଦୋସା ଖାଇବା ପୂର୍ବରୁ ଜାଣିନିଅନ୍ତୁ ଏହା କେତେ ଉପକାରୀ

ଆପଣ ସବୁ ଦିନ ଦୋସା ଖାଇବାକୁ ଇଚ୍ଛା କରୁଛନ୍ତି କି?

ଦୋସା ଖାଇବା ପୂର୍ବରୁ ଜାଣିନିଅନ୍ତୁ ଏହା କେତେ ଉପକାରୀ
ସୌଜନ୍ୟ: ସୋସିଆଲ ମିଡିଆ

ତ୍ରିବେଣୀ ମହାପାତ୍ର, ଭୁବନେଶ୍ୱର: ଏକ ରିସର୍ଚ୍ଚରେ ଜଣାପଡିଛି କି ଜଣେ ମୋଟା ବ୍ୟକ୍ତିକୁ ଯେତେ ପରିମାଣରେ କ୍ୟାଲୋରୀ ଆବଶ୍ୟକ ଥାଏ ସେଥିରୁ ଅଧା କ୍ୟାଲୋରୀ ଗୋଟିଏ ଦୋସାରେ ରହିଥାଏ ।

ଦକ୍ଷିଣ ଭାରତରେ ପ୍ରସିଦ୍ଧ ଦୋସା। ହେଲେ ଆଜିକାଲି ସବୁଠି ଦୋସାର ସ୍ୱାଦୁ ମିଳୁଛି । କିନ୍ତୁ ଯଦି ଆପଣ ସବୁ ଦିନ ଦୋସା ଖାଇବାକୁ ଇଚ୍ଛା କରୁଛନ୍ତି ତାହା ହେଲେ ଜାଣିରଖନ୍ତୁ ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ।ଏକ ରିସର୍ଚ୍ଚ ମୁତାବକ ଜଣେ ମୋଟା ବ୍ୟକ୍ତିକୁ ଗୋଟିଏ ଦିନରେ ଯେତିକି କ୍ୟାଲେରି ଦରକାର ତାର ଅଧା କ୍ୟାଲୋରୀ ଗୋଟେ ଦୋସାରେ ରହିଥାଏ । ତେବେ ଏନେଇ ଏକ୍ସପୋର୍ଟଙ୍କ କହିବା ଅନୁସାରେ ଏତେ କ୍ୟାଲୋରୀ ଶରୀର ପାଇଁ କ୍ଷତିକାରକ ହୋଇପାରେ।

ଏହି ରିସର୍ଚ୍ଚ ବେଙ୍ଗାଲୁରରେ ବିକ୍ରି ହେଉଥିବା ଦୋସା ଉପରେ କରାଯାଇଥିଲା । ଆଉ ସେଥିରେ ପାଖାପାଖି ୧୦୨୩ କ୍ୟାଲୋରୀ ମିଳିଥିଲା । ଯାହା ମିଳୁଥିବା ଫାଷ୍ଟ ଫୁଡରେ ଥିବା କ୍ୟାଲୋରୀ ଠାରୁ ଅଧିକ ଥିଲା । ଆଉ ସାଧାରଣରେ ଲୋକଙ୍କୁ ଗୋଟିଏ ଦିନରେ ୨୨୦୦ କ୍ୟାଲୋରୀ ଜରୁରୀ ହୋଇଥାଏ । 

ଏହି ରିସର୍ଚ୍ଚ ଭାରତ, ବ୍ରାଜିଲ, ଚୀନ, ଫିନାଲାଣ୍ଡ ଏବଂ ଘାନାର ରେଷ୍ଟ୍ରୋରାଣ୍ଟ ଦିଆଯାଉଥିବା ଖାଦ୍ୟ ଉପରେ କରାଯାଇଥିଲା । ଏହା ବ୍ୟତୀତ କ୍ୟାଲୋରୀର ମାତ୍ରକୁ ମଧ୍ୟ ଦେଖାଯାଇଥିଲା । ଏହାକୁ ବ୍ରିଟିସର ମେଡିକାଲର ଜଣେ ପ୍ରଫେସର୍ ରିବେକା ଲିଡ୍ କରିଥିଲେ।

ପ୍ରଫେସଙ୍କ କହିବା କଥା, ଥରକରେ ଆମେ ଯେତିକି ଖାଇବା ଖାଉଛନ୍ତି ତାର କ୍ୟାଲୋରୀ ୬୦୦ ରହିବା ଦରକାର। ତେବେ ଏହି ରିସର୍ଚ୍ଚରେ ଏହା ଜଣପଡୁଛି କି ଫୁଲ ସେବା ରେଷ୍ଟୋରାଣ୍ଟ ଓ ଫାଷ୍ଟ ରେଷ୍ଟୋରାଣ୍ଟରେ ୯୪ ଓ ୭୪ ପ୍ରତିଶତ କ୍ୟାଲୋରୀ ମିଳିଥାଏ।ଯାହା ୬୦୦ କିଲୋରୁ଼ ବହୁ ଅଧିକ ଥିଲା ।