close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଓଜନ କମ୍ କରିବାକୁ ଚାହୁଁଛନ୍ତି କି? ତେବେ ରାତିରେ ଖାଆନ୍ତୁ ନାହିଁ ଏହି ୫ଟି ଜିନିଷ

ଜାଣନ୍ତୁ ରାତିରେ କେଉଁ ସବୁ ଖାଦ୍ୟରୁ ଦୂରେଇ ରହିବା ଆବଶ୍ୟକ

ଓଜନ କମ୍ କରିବାକୁ ଚାହୁଁଛନ୍ତି କି? ତେବେ ରାତିରେ ଖାଆନ୍ତୁ ନାହିଁ ଏହି ୫ଟି ଜିନିଷ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ତ୍ରିବେଣୀ ମହାପାତ୍ର, ଭୁବନେଶ୍ୱର: ଓଜନ କମ୍ କରିବା ପାଇଁ ସଂନ୍ତୁଳିତ ଭୋଜନ ଖାଇବା ଜରୁରୀ । ଏଥିସହ ଜାଣିବା ଦରକାର କେଉଁଜିନିଷ ରାତିରେ ଖାଇବା ଉଚିତ ଆଉ କେଉଁଟା ଖାଇବା ଅନୁଚିତ । ତେବେ ଜାଣନ୍ତୁ ରାତିରେ କେଉଁ ସବୁ ଖାଦ୍ୟରୁ ଦୂରେଇ ରହିବା ଆବଶ୍ୟକ...

ଓଜନ କମ୍ କରିବା ପାଇଁ ସନ୍ତୁଳିତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ଓଜନ କମ୍ କରିବାକୁ ବିଶେଷ କରି ଭୋଜନ ଉପରେ ଧ୍ୟାନ ଦିଆଯାଇଥାଏ । 

ପିଜ୍ଜା- ସବୁ ବୟସର ଲୋକଙ୍କୁ ପିଜ୍ଜା ଭାରି ପସନ୍ଦ ଥାଏ । କିନ୍ତୁ ରାତିରେ ପିଜ୍ଜା ଖାଇବାରୁ ଦୂରେଇ ରହିବା ଦରକାର । କାରଣ ଏଥିରେ ଚିଜ୍ ର ମାତ୍ରା ଅଧିକ ଥାଏ । ଏଥିସହ ସେଥିରେ ଥିବା ସସ୍ ରେ  ଅଧିକ ଚିନି ଥାଏ । ଆଉ ଏହା ଦ୍ୱାରା ଶରୀରର ଓଜନ ବଢ଼ିଥାଏ...ସେହିପରି ଆମିଷ ପିଜ୍ଜାର ଉପରେ ଆମିଷ ରଖାଯାଇ ଥିବା ବେଳେ ଟ୍ରାନ୍ସ ଫିଟ୍ ମଧ୍ୟ ମିଶା ଯାଇଥାଏ ।

ଡ୍ରାଏ ନଟ୍ସ- ନଟ୍ସ ବାଦାମ, ଅଖରୋଟ୍, କାଜ୍ଜୁ ଏବଂ ପିସ୍ତା ଭଳି ଡ୍ରାଏ ଫୁଡ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ଆଉ ଏଥିରେ ଅଧିକ କ୍ୟାଲୋରୀ ମଧ୍ୟ ରହିଥାଏ । ତେବେ ଶୋଇବା ପୂର୍ବରୁ ଏହିସବୁ ଖାଦ୍ୟ ଖାଇବା ଅନୁଚିତ । କାରଣ ଏହା ଶରୀରରେ ଅଧିକ କାର୍ଯ୍ୟ କରିନଥାଏ । ଉର୍ଜା ପାଇଁ କ୍ୟାଲୋରୀର ବ୍ୟବହାର ହୋଇନଥାଏ । ଏବଂ ଏହା ମୋଟା ରୂପରେ ଜମିବା ସହିତ ମୋଟା ହେବାରେ ସହାୟକ ହୋଇଥାଏ । ତେଣୁ ଶୋଇବା ପୂର୍ବରୁ ଏହି ସବୁ ଜିନିଷ ଖାଇବାରୁ ବଞ୍ଚି ରହିବା ଦରକାର ।

ଫ୍ରୁଟ୍ ଜୁସ୍- ଯଦି ଆପଣଙ୍କ ପାଖରେ ଜୁସର୍ ରହିଛି ତେବେ ଆପଣ ଘରେ ଜୁସ୍ ବନାନ୍ତୁ । କାରଣ ବଜାରରେ ଯେଉଁ ଫ୍ରୁଟ୍ ଜୁସ୍ ମିଳୁଛି ସେଥିରେ ଅଧିକ ସୋଡା ଭଳି ଚୀନିର ପରିମାଣ ରହିଥାଏ । ଏଥିସହିତ ଫଳରେ ଥିବା ଫ୍ୟାଟରେ ପାଇବାକୁ ଥିବା ଫାଇବର୍ ଏବଂ ସମସ୍ତ ଆବଶ୍ୟକ ପୋଷକ ତତ୍ତ୍ୱ ଗାଏବ ହୋଇଥାଏ । ଏହା ଦ୍ୱାରା ଦିନ ସରିବା ପରେ ଏହି ଖାଦ୍ୟରୁ ବଞ୍ଚିବା ନିହାତି ଆବଶ୍ୟକ ।

ଚକଲେଟ୍- ଚକଲେଟ୍ ବହୁ ଲାଭ ଦାୟକ ହୋଇଥାଏ । କିନ୍ତୁ ଏଥିରେ ଅଧିକ ମାତ୍ରାରେ ଚିନି ଅଂଶ ଥିବାରୁ ଏହା ମୋଟା କରାଇଥାଏ । ତେଣୁ ବିଛଣାକୁ ଶୋଇବାକୁ ଯିବା ପୂର୍ବରୁ ଚକଲେଟଠୁ ଦୂରେଇ ରହିବା ଆବଶ୍ୟକ । 

ଆଇସକ୍ରିମ୍- ଶୋଇବା ପୂର୍ବରୁ ଆଇସକ୍ରିମ୍ ଖାଇବାରୁ ମଧ୍ୟ ଦୂରେଇ ରହିବା ଦରକାର । ବଜାରରେ ମିଳୁଥିବା ଆଇସକ୍ରିମ୍ ରେ ବହୁତ ଅଧିକ ପରିମାଣର ଫ୍ୟାଟ୍ ଏବଂ ଆର୍ଟିଫିସିଆଲ୍ ସୁଗର ରହିଥାଏ । ଯାହା ଆପଣଙ୍କୁ ବହୁ ମାତ୍ରାରେ କ୍ୟାଲେରୀ ଦେଇଥାଏ । ଯଦି ଆପଣ ଆଇସକ୍ରିମ ପ୍ରିୟ ତେବେ ସେହିଭଳି ଆଇସକ୍ରିମ ଖାଆନ୍ତୁ ଯେଉଁଥିରେ ୧୫ ଗ୍ରାମରୁ କମ୍ ଚିନି ଥିବ