ସଙ୍କଟ! ଆସନ୍ତାକାଲି ଲଘୁଚାପ, ଆଜି ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Advertisement

ସଙ୍କଟ! ଆସନ୍ତାକାଲି ଲଘୁଚାପ, ଆଜି ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବଙ୍ଗୋପସାଗର (Bay Of Bengal) ରେ ଆସନ୍ତାକାଲି ସୃଷ୍ଟି ହେବାକୁ ଥିବା ଲଘୁଚାପ (Low Pressure) ଆହୁରି ଘନୀଭୂତ ହୋଇ ପରବର୍ତ୍ତୀ ୭୨ ଘଣ୍ଟା ଅର୍ଥାତ ୨୪ ତାରିଖ ସୁଦ୍ଧା ଏକ ସାମୁଦ୍ରିକ ଝଡରେ ପରିଣତ ହେବ। 

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ପାଖେଇ ଆସୁଛି ବାତ୍ୟା। ଆସନ୍ତାକାଲି ଅର୍ଥାତ ମେ ୨୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଯାଉଛି। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟର ୧୯ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ବଙ୍ଗୋପସାଗର (Bay Of Bengal) ରେ ଆସନ୍ତାକାଲି ସୃଷ୍ଟି ହେବାକୁ ଥିବା ଲଘୁଚାପ (Low Pressure) ଆହୁରି ଘନୀଭୂତ ହୋଇ ପରବର୍ତ୍ତୀ ୭୨ ଘଣ୍ଟା ଅର୍ଥାତ ୨୪ ତାରିଖ ସୁଦ୍ଧା ଏକ ସାମୁଦ୍ରିକ ଝଡରେ ପରିଣତ ହେବ। ଏହାପରେ ଉତ୍ତରପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ସଂନ୍ଧ୍ୟା ସୁଦ୍ଧା ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ତେବେ ଆସନ୍ତାକାଲି ଲଘୁଚାପ ଘନୀଭୂତ ହେବା ପରେ ହିଁ ବାତ୍ୟା ୟାସ (Cyclone Yaas) ର ଦିଗ, ବେଗ ସମେତ ତୀବ୍ରତା ଏବଂ ନିର୍ଦ୍ଧିଷ୍ଟ ଲ୍ୟାଣ୍ଡଫଲ କରିବାର ସ୍ଥାନ ଜଣାପଡ଼ିବ। 

Also Read: କେତେ ଭୟଙ୍କର ହେବ ବାତ୍ୟା 'ୟସ୍'?

ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା (Coastal Area) ରେ ଆସନ୍ତା ୨୫ ତାରିଖ ସନ୍ଧ୍ୟାରୁ ବର୍ଷା (Rain) ଆରମ୍ଭ ହୋଇଯିବ। ଏହାସହ ୨୩ରୁ ୨୭ ତାରିଖ ମଧ୍ୟରେ ସମୁଦ୍ରରେ ସର୍ବାଧିକ ୭୦ କିଲୋମିଟର ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ (IMD) ସତର୍କ ସୂଚନା ଜାରି କରିଛି। ସେହିପରି ସମୁଦ୍ର ଅଶାନ୍ତ ରହିବା ହେତୁ ଆସନ୍ତା ୨୩ ତାରିଖ ସୁଦ୍ଧା ସମୁଦ୍ର ଉପକୂଳ ଫେରି ଆସିବାକୁ ମସ୍ତ୍ରଜୀବୀ (Fisherman) ଙ୍କୁ ପରାମର୍ଶ ଦିଆଯାଇଛି।

ସେପଟେ କାଳବୈଶାଖୀ ପ୍ରଭାବରେ ଆଜି ଦକ୍ଷିଣ-ଉପକୂଳ-ଉତ୍ତର ଓଡ଼ିଶାର ୧୯ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ଓ୍ବାର୍ଣ୍ଣିଂ (Yellow Warning) ଜାରି କରିଛି। ଏସବୁ ଜିଲ୍ଲାରେ ବର୍ଷା ବଜ୍ରପାତ ସହ ୩୦-୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଅପରପକ୍ଷେ ସମ୍ଭବ୍ୟ ବାତ୍ୟା ମୁକାବିଲା ନେଇ ଏସଆରସି ନିର୍ଦ୍ଦେଶ ପରେ ବିଭିନ୍ନ ବିଭାଗର ଅଧିକାରୀ ଓ ସଚିବଙ୍କ ସମେତ ଜିଲ୍ଲାପାଳମାନେ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତି କରୁଛନ୍ତି।