ଆସନ୍ତାକାଲି ବଡ଼ ବର୍ଷା ! ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
Advertisement

ଆସନ୍ତାକାଲି ବଡ଼ ବର୍ଷା ! ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟରେ ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ମୌସୁମୀ (Monsoon) ବାୟୁ ଦୂର୍ବଳ ରହିଛି। ତେଣୁ କାଁ ଭାଁ ବର୍ଷା ଛାଡିଦେଲେ ପାଗ ପ୍ରାୟତଃ ଖରାଟିଆ ଓ ମେଘୁଆ ରହିବାର ସମ୍ଭାବନା ରହିଛି।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ମୌସୁମୀ ଦୂର୍ବଳ, ତଥାପି ପ୍ରବଳ ବର୍ଷିବା ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ୨୦ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ୧୨ ତାରିଖ ପରେ ବର୍ଷାର ପରିମାଣ ବଢିପାରେ ବୋଲି ପୂର୍ବାନୁମାନ ମଧ୍ୟ କରାଯାଇଛି। 

ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ରାଜ୍ୟର ୨୦ ଜିଲ୍ଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି,ରାୟଗଡା, କନ୍ଧମାଳ, ସୁନ୍ଦରଗଡ, କେଉଁଝର, ମୟୂରଭଂଜ, ଦେଓଗଡ, ଅନୁଗୁଳ, ଢେଙ୍କାନାଳ, ଓ ବୌଦ୍ଧରେ ଘଡଘଡି ବର୍ଷା (Heavy Rain) ଓ ବିଜୁଳି ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ୟେଲୋ ୱାର୍ଣ୍ଣିଂ ଜାରି କରିଛି। 

Also Read: ରାଜ୍ୟରେ ହଜାରେ ତଳେ ଦୈନିକ କୋରୋନା ସଂକ୍ରମଣ, ମାସେ ହେଲା ୬୦ ଉପରେ ମୃତ୍ୟୁ ସଂଖ୍ୟା

ସେହିପରି ଆସନ୍ତା ୧୧ ତାରିଖ ପାଇଁ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ (Yellow alert) ଜାରି ହୋଇଛି। ତେବେ ଆସନ୍ତା ୧୨ ତାରିଖ ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସତର୍କ ସୂଚନା ନଥିବା ବେଳେ ଏହାପରେ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି। ସେପଟେ ରାଜ୍ୟରେ ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ମୌସୁମୀ (Monsoon) ବାୟୁ ଦୂର୍ବଳ ରହିଛି। ତେଣୁ କାଁ ଭାଁ ବର୍ଷା ଛାଡିଦେଲେ ପାଗ ପ୍ରାୟତଃ ଖରାଟିଆ ଓ ମେଘୁଆ ରହିବାର ସମ୍ଭାବନା ରହିଛି।