ସମୁଦ୍ର ଭିତରେ ନୌସେନାର ବୀରତ୍ୱ ଗାଥା କହିଲା ୨ ଯୁଦ୍ଧ ଜାହାଜ

 ଦୁଇଟି ଯୁଦ୍ଧା ଜାହାଜ ଲୋକଙ୍କୁ ଏହାର ବିରତ୍ୱର ଗାଥା କହୁଛି  

ସମୁଦ୍ର ଭିତରେ ନୌସେନାର ବୀରତ୍ୱ ଗାଥା କହିଲା ୨ ଯୁଦ୍ଧ ଜାହାଜ

ସରୋଜ ବେହେରା,ପାରାଦୀପ: ସମୟ ବଦଳିଛି, ଚାଲେଞ୍ଜ  ବଦଳିଛି ଆଉ ଏହା ସହ ସମୁଦ୍ର ମଝିରେ ଭାରତର ଶକ୍ତିର ବ୍ୟାକରଣ ମଧ୍ୟ ବଦଳିଛି  । ଏବେ ଏକ ଶକ୍ତିଶାଳି ନୌସେନା ଭାବେ ଭାରତ ଅଣ୍ଟା ଭିଡି ଛିଡା ହୋଇଛି । ଏହାର ଉଦାହରଣ ଓଡିଶାର ପାରାଦୀପରେ ଦୁନିଆ ଦେଖୁଛି । ଏଠାରେ ଦୁଇଟି ଯୁଦ୍ଧା ଜାହାଜ ଲୋକଙ୍କୁ ଏହାର ବିରତ୍ୱର ଗାଥା କହୁଛି । 

୧୯୭୧ରେ ପାକିସ୍ଥାନର କରାଚୀ ଉପରେ ଆକ୍ରମଣ କରି ଶତ୍ରୁ ପକ୍ଷକୁ କଡା ଜବାବ ଦେଇଥିଲା ଭାରତୀୟ ନୌସେନା । ସେହି ବାହାଦୁରିକୁ ମନେ ପକାଇକୁ ପ୍ରତିବର୍ଷ ପାଳିତ ହେଉଛି ନୌସେନା ସପ୍ତାହ । ଆସନ୍ତା ଡିସେମ୍ବର ୪ ତାରିଖରେ ଭାରତୀୟ ସେନା ପାଳନ କରିବ ନୌସେନା ଦିବସ । ଏହାର ଅବ୍ୟବହିତ ପୂର୍ବରୁ ପାରାଦୀପରେ   ପହଞ୍ଚିଛି  ଭାରତୀୟ ନୌସେନାର ୨ଟି ଯୁଦ୍ଧ ଜାହାଜ ଆଇଏନଏସ ରାଣା ଓ ଆଇଏନଏସ ଘଡିଆଲ । ଏହାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଛି । ସ୍ଵଦେଶୀ ଜ୍ଞାନ କୌଶଳରେ ତିଆରି ଅତ୍ୟାଧିନିକ ପୋଟ୍ରୋଲିଂ ଜାହାଜ ଆଇଏନଏସ ରାଣା । ଏଥିରେ ଅତ୍ୟାଧିନିକ ଅସ୍ତ୍ରଶସ୍ତ୍ର, ସେନସର ରାଡାର ପ୍ରମୁଖ ରହିଛି  । 

ଗଭୀର ସମୁଦ୍ରରେ ଶତ୍ରକୁ ଠାବ କରିବା, ଶତ୍ରୁକୁ କଡା ଜବାବ ଦେବା ସହ ପ୍ରକୃତିକ ବିପର୍ଯ୍ୟୟ ସମୟରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ କରିବାରେ ଏହି ଜାହାଜ ସିଦ୍ଧହସ୍ତ । ନିଜ ଶତୃପକ୍ଷକୁ କ୍ଷେପଣାସ୍ତ୍ର ମାଡରୁ ରକ୍ଷା କରିବାରେ ମଧ୍ୟ ଏହି ଜାହାଜ ବେଶ ସିଦ୍ଧ । ସେଭଳି  ଦୃତଗତି ସମ୍ପର୍ଣ୍ଣ ପାଟ୍ରୋଲିଂ ଜାହାଜ । ଜରୁରୀ ସମୟରେ କମ ସମୟ ମଧ୍ୟରେ ଉଦ୍ଧାର ଓ ପାଟ୍ରୋଲିଂ ପାଇଁ ନିର୍ଧିଷ୍ଟ ସ୍ଥାନରେ ପହଂଚିଥାଏ ।  ଗଭୀର ସମୁଦ୍ର ଭିତରେ ଦେଶର ଜଳ ସୀମାରେ ନୌସେନା କିଭଳି ପ୍ରତିକୂଳ ପରିସ୍ଥିତିରେ ଦେଶର ସୁରକ୍ଷା ପାଇଁ କାମ କରୁଛନ୍ତି ଯୁଦ୍ଧ ଜାହାଜରେ କିଭଳି ଅସ୍ତ୍ରଶସ୍ତ୍ର ରହିଛି , ଏହାର ପ୍ରୟୋଗ କେବେ କିଭଳି କରାଯାଏ ଏ ସବୁ ଜାଣିବାର ଆଗ୍ରହ ପାଇଁ ଯୁଦ୍ଧ ଜାହାଜ ଦେଖିବାକୁ ଲୋକଙ୍କ ଭିଡ ମଧ୍ୟ ଜମିଛି  । ଜଳପଥ ରେ ଅନୁପ୍ରବେଶ କିମ୍ବା ଶତ୍ରୁ ରାଷ୍ଟ୍ରର ଆକ୍ରମଣକୁ ପ୍ରତିହତ କରିବାକୁ ଭାରତୀୟ ଜଳ ସୀମାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଭରା ଯୁଦ୍ଧ ଜାହାଜ ନେଇ ନୌସେନା ସଦା ସଜାଗ ରହିଛି ।