Advertisement
Article Detail0/zeeodisha/odisha708763
Zee OdishaBhubneshwarପଣ୍ୟ ପରିବହନ ପାଇଁ ଭାରତୀୟ ରେଳବାଇର ରିହାତି ଘୋଷଣା

ପଣ୍ୟ ପରିବହନ ପାଇଁ ଭାରତୀୟ ରେଳବାଇର ରିହାତି ଘୋଷଣା

ପୂର୍ବରୁ ସ୍ୱଳ୍ପ ଦୂରଗାମୀ ପଣ୍ୟ ପରିବହନ ପାଇଁ ଅତି କମରେ ୧୦୦ କିମି ପର୍ଯ୍ୟନ୍ତ ପରିବହନ ବାବଦରେ ଭଡ଼ା ଧାର୍ଯ୍ୟ କରାଯାଇଥିଲା । ଏହି ରିହାତି କୋଇଲା, ଲୁହାପଥର, ଲୌହ ଜାତୀୟ ସାମଗ୍ରୀ, ସାମରିକ ଦ୍ରବ୍ୟ ପରିବହନ, ରେଳବାଇ ସରଞ୍ଜାମ ଏବଂ କଣ୍ଟେନର ପରିବହନ ବ୍ୟତୀତ ଅନ୍ୟ ସମସ୍ତ ସାମଗ୍ରୀ ପରିବହନ ପାଇଁ ଲାଗୁ ହେବ । 

ପଣ୍ୟ ପରିବହନ ପାଇଁ ଭାରତୀୟ ରେଳବାଇର ରିହାତି ଘୋଷଣା

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଗ୍ରାହକଙ୍କୁ ଆକୃଷ୍ଟ କରିବା ସହିତ ପଣ୍ୟ ପରିବହନ କ୍ଷେତ୍ରରେ ନୂତନ ପ୍ରୋତ୍ସାହନ ପାଇଁ ଭାରତୀୟ ରେଳବାଇ ପକ୍ଷ୍ୟରୁ ସ୍ୱଳ୍ପ ଓ ଅଧିକ ଦୂରତ୍ୱ ପଣ୍ୟ ପରିବହନ କ୍ଷେତ୍ରରେ ପଣ୍ୟ ଭଡାରେ ରିହାତି ଦେବା ପାଇଁ ଯୋଜନା କରିଛି । କୋଇଲା, ଲୁହାପଥର, ଲୌହ ଜାତୀୟ ସାମଗ୍ରୀ, ସାମରିକ ଦ୍ରବ୍ୟ ପରିବହନ, ରେଳବାଇ ସରଞ୍ଜାମ ଏବଂ କଣ୍ଟେନର ପରିବହନ ବ୍ୟତୀତ ସ୍ୱଳ୍ପ ଦୂରତା ପାଇଁ ଅନ୍ୟାନ ପଣ୍ୟ ପରିବହନ ପାଇଁ ୫୦ କିମି ପର୍ଯ୍ୟନ୍ତ ୫୦% ରିହାତି କରାଯାଇଥିବା ବେଳେ ୫୧ କିମିରୁ ୭୫ କିମି ପର୍ଯ୍ୟନ୍ତ ଦୂରତ୍ୱ ପଣ୍ୟ ପରିବହନ ପାଇଁ ୨୫% ରିହାତି ଏବଂ ୭୬ କିମିରୁ ୯୦ କିମି ପର୍ଯ୍ୟନ୍ତ ପଣ୍ୟ ପରିବହନ ପାଇଁ ୧୦% ରିହାତି ଘୋଷଣା କରାଯାଇଅଛି । ୯୧ କିମିରୁ ୧୦୦ କିମି ଦୂରତ୍ୱ ପାଇଁ ପଣ୍ୟ ପରିବହନ ଦେୟ ଅପରିବର୍ତ୍ତିତ ରହିବ ।    

ପୂର୍ବରୁ ସ୍ୱଳ୍ପ ଦୂରଗାମୀ ପଣ୍ୟ ପରିବହନ ପାଇଁ ଅତି କମରେ ୧୦୦ କିମି ପର୍ଯ୍ୟନ୍ତ ପରିବହନ ବାବଦରେ ଭଡ଼ା ଧାର୍ଯ୍ୟ କରାଯାଇଥିଲା । ଏହି ରିହାତି କୋଇଲା, ଲୁହାପଥର, ଲୌହ ଜାତୀୟ ସାମଗ୍ରୀ, ସାମରିକ ଦ୍ରବ୍ୟ ପରିବହନ, ରେଳବାଇ ସରଞ୍ଜାମ ଏବଂ କଣ୍ଟେନର ପରିବହନ ବ୍ୟତୀତ ଅନ୍ୟ ସମସ୍ତ ସାମଗ୍ରୀ ପରିବହନ ପାଇଁ ଲାଗୁ ହେବ । ଏହା ରିହାତିକୁ ୨୦୨୦ ଜୁଲାଇ ମାସ ପହିଲା ଠାରୁ ୨୦୧୧ ଜୁନ ମାସ ୩୦ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଅଛି । ଏହା ବ୍ୟତୀତ ଅନ୍ୟ କୌଣସି ରିହାତି କାର୍ଯ୍ୟକାରୀ କରାଯିବ ନାହିଁ । କେବଳ ଦେଶର ପୂର୍ବୋତ୍ତର କ୍ଷେତ୍ରକୁ ଏବଂ ଏହାର ପରିସୀମା ମଧ୍ୟରୁ ପଣ୍ୟ ପରିବହନ ପାଇଁ ୬% ରିହାତି ଲାଗୁ କରାଯିବ ।     

ଅଧିକ ଦୂରତ୍ୱ ପଣ୍ୟ ପରିବହନ ପାଇଁ ରେଳ ମନ୍ତ୍ରଣାଳୟ ମଧ୍ୟ ରିହାତି ନିୟମାବଳୀ ଜାରି କରିଛି । ଏହି ନିୟମାବଳୀ ଆଧାରରେ କୋଇଲା ଓ କୋକ ପରିବହନ କ୍ଷେତ୍ରରେ ୧୪୦୦ କିମିରୁ ଅଧିକ ଦୂରତ୍ୱ ଏବଂ ଲୁହା ଓ ଷ୍ଟିଲ ପରିବହନ କ୍ଷେତ୍ରରେ ୧୬୦୦ କିମିରୁ ଅଧିକ ଦୂରତ୍ୱ ପାଇଁ ୨୦% ରିହାତି ଯୋଜନା କରିଥିବାବେଳେ ଲୁହା ପଥର ପରିବହନ କ୍ଷେତ୍ରରେ ୧୫୦୦ କିମିରୁ ଅଧିକ ଦୂରତ୍ୱ ପାଇଁ ୨୦% ଏବଂ ୭୦୧ ରୁ ୧୫୦୦ କିମି ଦୂରତ୍ୱ ପାଇଁ ୧୫% ରିହାତି ଯୋଜନା କରିଛି ।   

Add Zee News as a Preferred Source

ଏହି ସବୁ ରିହାତି ସାଧାରଣ ଶୁଳ୍କ ଦର(ଏନଟିଆର) ଆଧାରରେ ଟ୍ରେନ ବୋଝେଇ ପାଇଁ ଲାଗୁ ହେବ । ଏଥିପାଇଁ ରେଳବାଇ ମଧ୍ୟ ଶିଳ୍ପ ଓ ବାଣିଜ୍ୟ ଉଦ୍ୟୋଗ ସହିତ ନିରନ୍ତର ସଂଯୋଜନା ଜାରି ରଖି ଅଧିକ ପଣ୍ୟ ପରିବହନ ପାଇଁ ପଦକ୍ଷେପ ନେବା ଏବଂ ଏହା ରେଳବାଇ ବୋର୍ଡ ଦ୍ୱାରା ମଧ୍ୟ ମଝିରେ ମଝିରେ ଦୃଷ୍ଟି ଦିଆଯିବ । ଗ୍ରାହକମାନେ ଏହି ରିହାତି ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ନିକଟସ୍ଥ ରେଳବାଇ ଗୁଡ଼ସସେଡ କିମ୍ବା ଷ୍ଟେସନ ମାନଙ୍କ ଠାରେ ଯୋଗାଯୋଗ କରିପାରିବେ ।

About the Author