• ଓଡ଼ିଆ ଅଫିସର୍ ଚଣ୍ଡିପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ଉପମୁଖ୍ୟ
  • ବାଣୀବିହାରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଭିସିଙ୍କ କାର୍ଯ୍ୟାଳୟ ଘେରିଲେ ଅସନ୍ତୋଷ ଛାତ୍ର । ପୋଲିସରେ ଅଭିଯୋଗ କଲେ ଭିସି ।
  • ଗୁଜୁରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୧୫ ମୃତ ।
  • ଚାଷୀଙ୍କ ଟ୍ରାକ୍ଟର ପରେଡ୍ ନେଇ ଆସନ୍ତା ବୁଧବାର ଶୁଣାଣି କରିବେ ସୁପ୍ରିମକୋର୍ଟ ।
  • ନିଜ ଜିଦରେ ଅଟଳ ଆନ୍ଦୋଳନ ରତ ।
  • ବ୍ରିସବେନ ଟେଷ୍ଟରେ ଭାରତକୁ ୩୨୮ ରନର ବିଜୟ ଲକ୍ଷ୍ୟ
  • ୨-୧ ବ୍ୟବଧାନରେ ସିରିଜ ଜିତିଲା ଟିମ ଇଣ୍ଡିଆ

ମୁମ୍ବାଇ ପ୍ଲାଷ୍ଟିଭିଜନ: ଭୁବନେଶ୍ୱରରେ ପଞ୍ଜିକରଣ ଆରମ୍ଭ

ଚିନ୍ତା ବଢାଉଛି ପ୍ଲାଷ୍ଟିକ । ଏହାର ବ୍ୟବହାର ବନ୍ଦ କରିବା ଉପରେ ଏବେ ଗୁରୁତ୍ୱ ଦିଆଯାଉଛି । ସାରା ଦେଶରେ ଏନେଇ ସଚେତନତା ଅଭିଯାନ ଜାରି ରହିଛି । ଆଉ ଠିକ ଏହି ସମୟରେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ଲାଷ୍ଟିଭିଜନ । ପ୍ଲାଷ୍ଟିକକୁ କିପରି ଉପକାରୀ ଭାବେ ବ୍ୟବହାର କରାଯାଇ ପାରିବ, ସେହି ଲକ୍ଷ୍ୟ ନେଇ ଏହା ଅନୁଷ୍ଠିତ ହେବ । 

ମୁମ୍ବାଇ ପ୍ଲାଷ୍ଟିଭିଜନ: ଭୁବନେଶ୍ୱରରେ ପଞ୍ଜିକରଣ ଆରମ୍ଭ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ୱର: ଚିନ୍ତା ବଢାଉଛି ପ୍ଲାଷ୍ଟିକ । ଏହାର ବ୍ୟବହାର ବନ୍ଦ କରିବା ଉପରେ ଏବେ ଗୁରୁତ୍ୱ ଦିଆଯାଉଛି । ସାରା ଦେଶରେ ଏନେଇ ସଚେତନତା ଅଭିଯାନ ଜାରି ରହିଛି । ଆଉ ଠିକ ଏହି ସମୟରେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ଲାଷ୍ଟିଭିଜନ । ପ୍ଲାଷ୍ଟିକକୁ କିପରି ଉପକାରୀ ଭାବେ ବ୍ୟବହାର କରାଯାଇ ପାରିବ, ସେହି ଲକ୍ଷ୍ୟ ନେଇ ଏହା ଅନୁଷ୍ଠିତ ହେବ । 

ଆସନ୍ତା ବର୍ଷ ଜାନୁଆରୀ ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ବାଣିଜ୍ୟିକ ସହର ମୁମ୍ବାଇରେ ଏହା ଅନୁଷ୍ଠିତ ହେବ । ଏଥିରେ ଦେଶର ବହୁ ପ୍ଲାଷ୍ଟିକ ଉତ୍ପାଦନକାରୀ ସଂସ୍ଥା ସାମିଲ ହେବେ । ପ୍ରତ୍ୟେକ ବର୍ଷ ପରି ଏଥର ମଧ୍ୟ ବହୁ ବିଦେଶୀ କମ୍ପାନୀ ଯୋଗ ଦେବାର ଅଛି । ତେବେ ଏଥିରେ ଓଡିଶାରୁ ମଧ୍ୟ ବହୁ ଉଦ୍ୟୋଗପତି ସାମିଲ ହେବେ ବୋଲି ଜଣାପଡିଛି । 

ଏନେଇ ଭୁବନେଶ୍ୱରରେ ଆରମ୍ଭ ହୋଇଛି ନାମ ପଞ୍ଜିକରଣ । ଯଦି କୌଣସି ଉଦ୍ୟୋଗପତି ମୁମ୍ବାଇ ପ୍ଲାଷ୍ଟି ଭିଜନରେ ସାମିଲ ହେବାକୁ ଚାହୁଁଥିବେ, ତେବେ ଶୀଘ୍ର ନାମ ପଞ୍ଜିକରଣ କରିବା ପାଇଁ କୁହାଯାଇଛି । ପ୍ଲାଷ୍ଟିକ ବ୍ୟବହାର ଉପରେ ନିୟନ୍ତ୍ରଣ ଏବଂ ପ୍ଲାଷ୍ଟିକକୁ ସଫଳ ଢଙ୍ଗରେ ବ୍ୟବହାର କରିବା ପାଇଁ ଏପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । 

ଅଧିକ ପଢନ୍ତୁ; ଉଦ୍ଧବ ହେବେ ମହାରାଷ୍ଟ୍ରର ନୂଆ CM