Advertisement
Article Detail0/zeeodisha/odisha693774
Zee OdishaBhubneshwarଦୁର୍ବଳ ହେଉଛି କି Immune System ? ଶରୀର ଦିଏ ଏସବୁ ସଙ୍କେତ

ଦୁର୍ବଳ ହେଉଛି କି Immune System ? ଶରୀର ଦିଏ ଏସବୁ ସଙ୍କେତ

କାଶ ଓ ଗଳା ଦରଜ ସମସ୍ୟା ସବୁବେଳେ ରହୁଛି, ତେବେ ବୁଝି ଯାଆନ୍ତୁ ଯେ, ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ରହିଛି । 

ଦୁର୍ବଳ ହେଉଛି କି Immune System ? ଶରୀର ଦିଏ ଏସବୁ ସଙ୍କେତ

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର: ରୋଗ ପ୍ରତିରୋଧକ ଶକ୍ତି ବା Immunity ହେଉଛି  ଶରୀରରେ ଥିବା ଟକ୍ସିନ୍ସ ସହ ଲଢିବାର କ୍ଷମତା । ଏହି Toxin ବ୍ୟାକ୍ଟେରିଆ, ଭୂତାଣୁ, ଫଙ୍ଗସ, ପାରାସାଇଟ ବା ଅନ୍ୟ କୌଣସି କ୍ଷତିକାରକ ପଦାର୍ଥ ହୋଇପାରେ । ଯଦି ଆମର ରୋଗ ପ୍ରତିରୋଧକ ଶକ୍ତି ଭଲ ଥାଏ, ତେବେ ଆମକୁ ସର୍ଦ୍ଦି ଓ କାଶରୁ ରକ୍ଷା ମିଳିଥାଏ। ହେପାଟାଇଟିସ, ଫୁସଫୁସ ସଂକ୍ରମଣ,କିଡ଼ନୀ ସଂକ୍ରମଣ ସହିତ ଅନ୍ୟାନ୍ୟ ରୋଗର ଆଶଙ୍କା ନଥାଏ ।

ଆମ ଆଖପାଖରେ ଅନେକ ପ୍ରକାର Pathogen ରହିଥାଏ । ଅଜାଣତରେ ନିଶ୍ୱାସ ନେବା ସମୟରେ, ପାଣିରେ ,ଖାଦ୍ୟ ନେବା ବେଳେ ଶରୀରକୁ ହାନିକାରକ ତତ୍ତ୍ୱ ପ୍ରବେଶ କରିଥାଏ । ଏହା ସତ୍ତ୍ୱେ ମଧ୍ୟ ଅଧିଂକାଶ ବ୍ୟକ୍ତିଙ୍କୁ କୌଣସି ସଂକ୍ରମଣ ହୋଇନଥାଏ। କାରଣ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ମଜବୁତ ଥାଏ। ରକ୍ତ ପରୀକ୍ଷା ( BLOOD TEST) ଜରିଆରେ ଆମେ ରୋଗ ପ୍ରତିରୋଧକ ଶକ୍ତି ସମ୍ବନ୍ଧରେ ଅନେକ କିଛି ଜାଣି ପାରିବା । ଏହା ବ୍ୟତୀତ ଶରୀର ମଧ୍ୟ ଅନେକ ପ୍ରକାର ସଙ୍କେତ ଦେଇଥାଏ । ଆସନ୍ତୁ ଜାଣିବା ସେସବୁ କଣ ?

ବାରମ୍ବାର ସଂକ୍ରମଣ କିମ୍ବା ଆଲର୍ଜି: ଯଦି ଆପଣ ଅନୁଭବ କରୁଛନ୍ତି ଯେ, ଅନ୍ୟ ଅପେକ୍ଷା ଆପଣ ବାରମ୍ବାର ସଂକ୍ରମଣର ଶିକାର ହେଉଛନ୍ତି । କାଶ ଓ ଗଳା ଦରଜ ସମସ୍ୟା ସବୁବେଳେ ରହୁଛି, ତେବେ ବୁଝି ଯାଆନ୍ତୁ ଯେ, ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ରହିଛି । Candida ଟେଷ୍ଟ ପଜିଟିଭ୍ ଆସିବା, ବାରମ୍ବାର ପରିସ୍ରା ଲାଗିବା, ଡାଇରିଆ, ଦାନ୍ତ ମାଢି ଦୁର୍ବଳ ହେବା, ପାଟିରେ ଘା’ ଆଦି ପ୍ରକାଶ ପାଇବା ଦୁର୍ବଳ Immune Systemର ଲକ୍ଷଣ ।

Add Zee News as a Preferred Source

ସାଧାରଣତଃ ଋତୁ ପରିବର୍ତ୍ତନ ହେଲେ କିଛି ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆରମ୍ଭ ହୋଇଥାଏ । ଶରୀରରେ ତାପମାତ୍ରା କମିଲେ ରୋଗ ବଢିଥାଏ । ମଜବୁତ Immune System ପାଇଁ ନର୍ମାଲ ଶରୀରର ତାପମାତ୍ରା ୩୬.୩ ଡିଗ୍ରୀ ସେଲସିଅସରୁ ତଳକୁ ହେବା ଅନୁଚିତ୍ । ଥଣ୍ତା ପାଗରେ ୩୩ ଡିଗ୍ରୀରେ ଭାଇରସ ଜୀବିତ ରହେ । ପ୍ରତିଦିନ ଏକ୍ସରସାଇଜ ମାଧ୍ୟମରେ ରୋଗ ପ୍ରତିରୋଧକ ଶକ୍ତି ଓ ତାପମାନ ବଢା ଯାଇପାରିବ । ଏହା ସହିତ ରସୁଣ, ଅଦା, ଡାଳଚିନି, ଲବଙ୍ଗ ମଧ୍ୟ ଭଲ କାମ କରିଥାଏ ।

ଜ୍ୱର ନ ଆସିଲେ: ଦୀର୍ଘ ସମୟ ଧରି ଶରୀରରେ ଜ୍ୱର ନଆସିଲେ ରୋଗ ପ୍ରତିରୋଧକ ଶକ୍ତି କମିଛି ବଲି ଧରି ନିଆଯିବ । ଜ୍ୱର ହେଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତିର ଲଢିବା କ୍ଷମତା ବଢିଥାଏ। କିନ୍ତୁ ଅନେକ ଜ୍ୱର ହେଲେ ଆଦୌ ବିଳମ୍ବ ନକରି ମେଡିସିନ୍ ଗ୍ରହଣ କରିନିଅନ୍ତୁ । ଫଳରେ ଶରୀରରେ ଜ୍ୱରର ପ୍ରଭାବ ପଡିନଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଲକ୍ଷଣ ।

ଭିଟାମିନ ଡି’ ହ୍ରାସ ପାଇବା: ଭିଟାମିନ ଡି’ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଯଦି ଆପଣଙ୍କ ରକ୍ତ ପରୀକ୍ଷା ରିପୋର୍ଟରେ ଭିଟାମିନ ଡି’ କମ ରହିଥାଏ, ତେବେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ । ଏହା ବ୍ୟତୀତ ବାରମ୍ବାର କ୍ଲାନ୍ତ ଅନୁଭବ, ଆଳସ୍ୟ, ଘା’ ଦୀର୍ଘଦିନ ପର୍ଯ୍ୟନ୍ତ ନ ଶୁଖିବା, ନିଦ ନଆସିବା, ଡିପ୍ରେସନ ଓ ଡାର୍କ ସର୍କଲ ମଧ୍ୟ ଦୁର୍ବଳ ରୋଗ ପ୍ରତିରୋଧକ କ୍ଷମତାର ଲକ୍ଷଣ ।

About the Author