ସେସୁକୁ ଘରୋଇ କମ୍ପାନୀ ବିକ୍ରି ପ୍ରସଙ୍ଗ: ୭ ଶହ କୋଟିରୁ ଅଧିକ ଠକେଇ ଅଭିଯୋଗ
Advertisement
Article Detail0/zeeodisha/odisha613828

ସେସୁକୁ ଘରୋଇ କମ୍ପାନୀ ବିକ୍ରି ପ୍ରସଙ୍ଗ: ୭ ଶହ କୋଟିରୁ ଅଧିକ ଠକେଇ ଅଭିଯୋଗ

ମାତ୍ର ୩ ଶହ କୋଟିରେ ବିକ୍ରି ଯୋଜନାକୁ ନେଇ ପ୍ରଶ୍ନ । ଯୋଜନା ଦୁଇବର୍ଷ ତଳର କହିଲା ଉପଭୋକ୍ତା ମହାସଂଘ । ପୂର୍ବରୁ ୫୧ ପ୍ରତିଶତ ସେୟାର ରଖିଥିଲା ଏଇଏସ କଂପାନୀ । ୭ ଶହ କୋଟିରୁ ଅଧିକ ଠକିଥିବା ଅଭିଯୋଗ

ସେସୁକୁ ଘରୋଇ କମ୍ପାନୀ ବିକ୍ରି ପ୍ରସଙ୍ଗ: ୭ ଶହ କୋଟିରୁ ଅଧିକ ଠକେଇ ଅଭିଯୋଗ

ମଳୟ ମହାନ୍ତି, ଭୁବନେଶ୍ୱର: ସେସୁକୁ ଘରୋଇ କମ୍ପାନୀକୁ  ବିକ୍ରି ପ୍ରସଙ୍ଗକୁ ନେଇ ବଡ ଧରଣର ଦୁର୍ନୀତିର ଅଭିଯୋଗ କରିଛନ୍ତି ବିରୋଧୀ । ୫ ହଜାର କୋଟି ଟଙ୍କାର ମୂଲ୍ୟ ସେସୁକୁ କାହିଁକି ମାତ୍ର ୩ ଶହ କୋଟି ଟଙ୍କାରେ ବିକ୍ରି କରାଯିବାର ଯୋଜନା କରାଯାଇଛି ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଏବଂ ଉପଭୋକ୍ତା ମହାସଂଘ । କ୍ଷତିରେ ଚାଲୁଥିବା କାରଣ ଦର୍ଶାଇ ବହୁ କୋଟିର ଆସେଟ ଥିବା ସେସୁର ବିକ୍ରି ପାଇଁ ଟେଣ୍ଡରରେ ମାତ୍ର ତିନି ଶହ କୋଟି ପ୍ରାଇସ କାହିଁକି ରଖାଯାଇଛି ବୋଲି ପ୍ରଶ୍ନ ଉଠିଛି । ଏଥିରେ ବଡ ଦୁର୍ନୀତିର ଗନ୍ଧ ବାରି ହୋଇ ପଡୁଥିବା ଅଭିଯୋଗ ହୋଇଥିବାବେଳେ ଏହି ଯୋଜନା ଦୁଇବର୍ଷ ତଳର ବୋଲି ଉପଭୋକ୍ତା ମହାସଂଘ ଅଭିଯୋଗ କରିଛି । 

ପୂର୍ବରୁ ସେସୁର ୫୧ପ୍ରତିଶତ ସେୟାର ଏଇଏସ କମ୍ପାନୀକୁ ଦିଆଯାଇଥିବାବେଳେ କମ୍ପାନୀ  ୭୦୦କୋଟି ଟଙ୍କାରୁ  ଅଧିକ ଠକି ଚାଲିଯାଇଥିବା ଅଭିଯୋଗ ହୋଇଛି । ଯାହାକୁ କି କମ୍ପାନୀଠାରୁ ଅଣାଯାଇ ପାରି ନ ଥିବା ଉପଭୋକ୍ତା ମହାସଂଘ ଏବଂ ବିରୋଧୀମାନେ କହିଛନ୍ତି । ୨୦ ବର୍ଷ ଧରି ସରକାର ଏହାକୁ ଚଳାଇ ଆସୁଥିବାବେଳେ ଏବେ ଘରୋଇ କମ୍ପାନୀକୁ ବିକ୍ରି ପାଇଁ ଏତେ ତତ୍ପର କାହିଁକି ବୋଲି ପ୍ରଶ୍ନ ଉଠିଛି । 

ବକେୟା ବିଦ୍ୟୁତ  ବିଲ ବାବଦରେ୨ ହଜାର କୋଟି ଟଙ୍କା  ପାଇବାକୁ ତାରିଖ ଦିଆଯାଇଥିଲେ ମଧ୍ୟ  ବିକ୍ରି ପାଇଁ କଣ ପାଇଂ ଏତେ ତତ୍ପରତା ବୋଲି ପ୍ରଶ୍ନ ଉଠାଯାଇଛି । ବିଜୁଳିକୁ ନେଇ କାହିଁକି ସରକାରଙ୍କର କିଛି ସ୍ପଷ୍ଟ ନୀତି ନାହିଁ ଏବଂ ଆସେଟର ସଠିକ ଆକଳନ କରା ନ ଯାଇ ଏଭଳି ଶାଗ ମାଛ ମୂଲ୍ୟରେ ସେସୁକୁ ବିକ୍ରି ପାଇଁ କାହିଁକି ଉଦ୍ୟମ  କରାଯାଉଛି ବୋଲି ପ୍ରଶ୍ନ କରିଛି ବିଜେପି । ଏପରିକି ଘରୋଇ କମ୍ପାନୀ  ହାତକୁ ବିତରଣ ଦାୟିତ୍ୱ ଗଲେ କେନ୍ଦ୍ରୀୟ  ଅନୁଦାନ ବାବଦକୁ ଆସିବାକୁ ଥିବା ପାଖାପାଖି ୨ ହଜାର କୋଟି ଟଙ୍କା  ଆଉ ରାଜ୍ୟକୁ ମିଳିବ ନାହିଁ ବୋଲି କୁହାଯାଇଛି । ସ୍ମାର୍ଟ ମିଟର ଏବଂ ବେୟାର କେବୁଲ ପାଇଁ କେନ୍ଦ୍ରୀୟ ସହାୟତା ମିଳିବା କଥା । ଯାହାକି ଘରୋଇ କମ୍ପାନୀ  ହାତକୁ ଗଲେ ମିଳିବ ନାହିଁ । ଏହାକୁ ଜୋରଦାର ବିରୋଧ କରାଯିବ ବୋଲି କଂଗ୍ରେସ କହିଛି । ଅନ୍ୟ ପକ୍ଷରେ ଶକ୍ତି ବିଭାଗ ଏହାକୁ ଓଇଆରସି ଉପରେ ଛାଡି ଦେଇଛନ୍ତି । ଏହି ପ୍ରସଙ୍କ ସମ୍ପୂର୍ଣ୍ଣ  ଓଡିଶା ବିଦ୍ୟୁତ ଆୟୋଗ ପରିସରଭୁକ୍ତ । ଏହା ଏକ କ୍ୱାସି ଜୁଡିସିଆଲ ବଡି । ତେଣୁ ଆୟୋଗ ଯାହା ନିଷ୍ପତ୍ତି ନେବ ତାହା ହିଁ ଚୁଡାନ୍ତ ବୋଲି ବିଭାଗୀୟ  ମନ୍ତ୍ରୀ କହିଛନ୍ତି ।