ସରକାରୀ ସହାୟତା ବିନା ବସ ଚଳାଇବା ସମ୍ଭବ ନୁହେଁ: ବସ ମାଲିକ ସଂଘ
Advertisement

ସରକାରୀ ସହାୟତା ବିନା ବସ ଚଳାଇବା ସମ୍ଭବ ନୁହେଁ: ବସ ମାଲିକ ସଂଘ

ଆଜି ରାଜ୍ୟ ବସ ମାଲିକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଆଉ ଏହି ବୈଠକରେ ଏଭଳି କିଛି ନିଷ୍ପତ୍ତି ନିଆଯାଇଛି । 

ପ୍ରତୀକାତ୍ମକ ଫଟୋ

ମଳୟ ମହାନ୍ତି, ଭୁବନେଶ୍ୱର: ରାଜ୍ୟରେ ଏବେ ଗଡ଼ିବନି ଘରୋଇ ବସ୍ । ଦୀର୍ଘ ୨ମାସ ହେଲା ଲକଡାଉନ୍ ଯୋଗୁ ବସ ମାଲିକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ସରକାରଙ୍କ ସହଯୋଗ ବିନା ବସ ଚଳାଚଳା ସମ୍ଭବ ନୁହେଁ । ତେଣୁ ସରକାର ପ୍ରଥମେ ବସ ମାଲିକଙ୍କ ସହ ଆଲୋଚନା କରନ୍ତୁ ବୋଲି କହିଛନ୍ତି  ରାଜ୍ୟ ବସ ମାଲିକ ସଂଘର କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ।

ଆଜି ରାଜ୍ୟ ବସ ମାଲିକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଆଉ ଏହି ବୈଠକରେ ଏଭଳି କିଛି ନିଷ୍ପତ୍ତି ନିଆଯାଇଛି । ଟ୍ୟାକ୍ସ ଛାଡ଼ ସହ ଅନ୍ୟ କିଛି ଦାବି ସରକାରଙ୍କ ପାଖରେ ରଖୁଛି ବସ୍ ମାଲିକ ସଂଘ । କେବଳ ଶତ ପ୍ରତିଶତ ଯାତ୍ରୀ ଯିବା ନେଇ ସରକାର ଅନୁମତି ଦେଇଛନ୍ତି । ମାତ୍ର ଏତିକିରେ ବସ୍ ଚଳାଚଳ ସମ୍ଭବ ନୁହେଁ । ଲକଡାଉନ୍ ଯୋଗୁ ବସ ମାଲିକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବାରୁ ସରକାରୀ ସହାୟତାର ଆବଶ୍ୟକତା ଅଛି । ତେଣୁ ସରକାର ପ୍ରଥମେ ଆଲୋଚନା କରନ୍ତୁ ବୋଲି ସଂଘ ପକ୍ଷରୁ କୁହାଯାଇଛି । 

ସେହିପରି ଆସନ୍ତା ବୁଧବାର ସଂଘର ପରବର୍ତ୍ତି ବୈଠକ ବସିବ । ଆଉ ଏହା ପରେ ବସ୍ ନଚଲାଇବା ନିଷ୍ପତ୍ତି ସମ୍ପର୍କରେ ସରକାରଙ୍କୁ ଜଣାଇ ଦିଆଯିବ ବୋଲି କହିଛନ୍ତି ସଂଘର କୋଷାଧ୍ୟକ୍ଷ । 

ତେବେ ସିଟି ବସ ଓ ଅଟୋ ସେବା ଆଜିଠୁ ଆରମ୍ଭ ହୋଇଛି ।