• ଆସନ୍ତାକାଲିଠୁ ଦେଶବ୍ୟାପୀ କୋରୋନା ଟିକାକରଣ
  • ଶେଷ ପର୍ଯ୍ୟାୟରେ ରାଜ୍ୟରେ ଟିକାକରଣ ପ୍ରସ୍ତୁତି
  • ଶନିବାର ସାଢେ ୧୦ଟାରେ କରୋନା ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା
  • କଳାହାଣ୍ଡିରେ ୧୦୬୪ କୋଟିରୁ ଅଧିକ ଟଙ୍କାର ୫୪ଟି ପ୍ରକଳ୍ପର ଲୋକାର୍ପଣ
  • ୧୦୬ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି
  • କୋଭିଡ କଟକଣା ଯୋଗୁୁଁ ରାଷ୍ଟ୍ର ମୁଖ୍ୟକୁ ନଡାକିବାକୁ ବିଦେଶ ମନ୍ତ୍ରାଳୟର ନିଷ୍ପତ୍ତି ।
  • କୃଷକ ଆନ୍ଦୋଳନ: ସୁପ୍ରିମକୋର୍ଟଙ୍କ ଗଠିତ ୪ ଜଣିଆ କମିଟିରୁ ଓହରିଗଲେ ଭୂପିନ୍ଦର ସିଂ ମାନ
  • ଲେଉଟିବ ଶୀତ! ଆସନ୍ତା ଦୁଇ ଦିନ ୭ ଜିଲ୍ଲାକୁ ଘନ କୁହୁଡି ସମ୍ଭାବନା

ଅଯୋଧ୍ୟାରେ ପହଞ୍ଚିଲା ଜଗନ୍ନାଥ ସେନା

ଉଭୟ ଧାର୍ମିକ ପୀଠ ପାଇଁ ଶ୍ରୀମନ୍ଦିରରୁ ଆଜ୍ଞାମାଳ, ପଥର ଖଣ୍ଡ ଓ ପତିତପାବନ ବାନା ପ୍ରଦାନ କରିଛନ୍ତି । ଭକ୍ତ ସାଲବେଗ ମୁସଲମାନ ସମ୍ପ୍ରଦାୟର ହୋଇଥିବାରୁ ଭକ୍ତ ସାଲବେଗ ପୀଠରୁ ଯାତ୍ରା ଆରମ୍ଭ କରିଥିବା ଜଗନ୍ନାଥ ସେନା ସାତଦିନ ପରେ ପୁରୀର କବୀରଚୌରା ମଠରେ ଯାତ୍ରା ଶେଷ କରିଛନ୍ତି । 

ଅଯୋଧ୍ୟାରେ ପହଞ୍ଚିଲା ଜଗନ୍ନାଥ ସେନା
ଫାଇଲ ଫଟୋ

ସଞ୍ଜୟ ମହାପାତ୍ର, ପୁରୀ: ବିଗତ ଦିନରେ ସୁପ୍ରିମକୋର୍ଟରୁ ରାମ ଜନ୍ମଭୂମି-ବାବରୀ ମସଜିଦ ମାମଲାରେ ଐତିହାସିକ ରାୟ ପ୍ରକାଶ ପାଇଥିଲା ।  ଏହାପରେ ପୁରୀ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଭାରତରେ ବିଭିନ୍ନତା ମଧ୍ୟରେ ଏକତାକୁ ପ୍ରମାଣିତ କରି ଦେଶରେ ଶାନ୍ତି ଓ ସଦ୍ଭାବନା ପ୍ରତିଷ୍ଠା ପାଇଁ ଭାଇଚାରାର ବାର୍ତ୍ତା ନେଇ ପୁରୀ ଭକ୍ତ ସାଲବେଗ ପୀଠରୁ ଅଯୋଧ୍ୟା ଯାତ୍ରା କରିଥିଲେ । ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିଭେଦ କି ବାଛ ବିଚାର ନାହିଁ । ଏହାକୁ ପ୍ରମାଣିତ କରିବାକୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଅଯୋଧ୍ୟାରେ ପହଞ୍ଚି ଉଭୟ ରାମ ମନ୍ଦିର ଓ ବାବ୍ରୀମସଜିଦ ନିର୍ମାଣ ପାଇଁ ଉଭୟ ପକ୍ଷଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଚେକ୍ ଆକାରରେ ପ୍ରଦାନ କରିଛନ୍ତି ।

ଉଭୟ ଧାର୍ମିକ ପୀଠ ପାଇଁ ଶ୍ରୀମନ୍ଦିରରୁ ଆଜ୍ଞାମାଳ, ପଥର ଖଣ୍ଡ ଓ ପତିତପାବନ ବାନା ପ୍ରଦାନ କରିଛନ୍ତି । ଭକ୍ତ ସାଲବେଗ ମୁସଲମାନ ସମ୍ପ୍ରଦାୟର ହୋଇଥିବାରୁ ଭକ୍ତ ସାଲବେଗ ପୀଠରୁ ଯାତ୍ରା ଆରମ୍ଭ କରିଥିବା ଜଗନ୍ନାଥ ସେନା ସାତଦିନ ପରେ ପୁରୀର କବୀରଚୌରା ମଠରେ ଯାତ୍ରା ଶେଷ କରିଛନ୍ତି । କବୀର ମଧ୍ୟ ମୁସଲମାନ ସମ୍ପ୍ରଦାୟର ହୋଇଥିବାରୁ ଭାଇଚାରାର ପ୍ରତିକ ଭାବେ ସେଠାରେ ପହଞ୍ଚି ଯାତ୍ରା ପରିସମାପ୍ତି କରିଛନ୍ତି । ତେବେ ନଭେମ୍ୱର ୨୦ରେ ସମସ୍ତ ସାମଗ୍ରୀ ସହିତ ଶ୍ରୀଜଗନ୍ନାଥ ସେନାର ଆବାହକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ପୁରୀ ରେଳଷ୍ଟେସନରୁ ନିଳାଚଳ ଏକ୍ସପ୍ରେସ ଯୋଗେ ଅଯୋଧ୍ୟା ଯାତ୍ରା କରିଥିଲେ ।

ଏହି ଯାତ୍ରା ଭାରତରେ ଭାଇଚାରା , ଶାନ୍ତି ଓ ସଦ୍ଭାବନା ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି ସେନା ଆବାହକ । ପ୍ରତିନିଧି ମଣ୍ଡଳୀ ଅଯୋଧ୍ୟା ଗସ୍ତ ସମୟରେ ରାମଲାଲା ମନ୍ଦିର ଓ ବାବରୀ ମସଜିଦ ପରିଦର୍ଶନ କରି ସାଧୁସନ୍ଥଙ୍କୁ ସାକ୍ଷାତ କରିଥିଲେ ।