• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Bhubneshwar
  • /ରାତି ପାହିଲେ ଜାଗର; ଏଥର କଟକଣାରେ ହେବ ଯାତ୍ରା

ରାତି ପାହିଲେ ଜାଗର; ଏଥର କଟକଣାରେ ହେବ ଯାତ୍ରା

କୋରୋନା କଟକଣାରେ ପାଳନ ହେବ ମହାଶିବରାତ୍ରୀ।

Edited ByZee Odisha Desk
Published: Mar 10, 2021, 11:08 PM IST|Updated: Mar 10, 2021, 11:08 PM IST
joinshare
  ରାତି ପାହିଲେ ଜାଗର; ଏଥର କଟକଣାରେ ହେବ ଯାତ୍ରା

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Election Cancelled: ଯାଜପୁରର ଏହି ୨ଟି କଲେଜରେ ନିର୍ବାଚନ ବାତିଲ

    Election Cancelled: ଯାଜପୁରର ଏହି ୨ଟି କଲେଜରେ ନିର୍ବାଚନ ବାତିଲ

    2

    ବିଲ୍ ପାସ୍ କରାଇବା ପାଇଁ ଲାଞ୍ଚ ନେଉଥିଲେ ଚନ୍ଦ୍ରଜିତ ପରିଜା, ଧରିଲା ଭିଜିଲାନ୍ସ

    3

    ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: ରାସ୍ତାରୋକ, ଗାଡ଼ି ଚଳାଚଳ ପ୍ରଭାବିତ; ମେଡିକାଲ ଯିବାକୁ ରୋଗୀ ହନ୍ତସନ୍ତ

    4

    ଦୁଗ୍ଧ ନାଁରେ ବିଷ! ଡିଟର୍ଜେଣ୍ଟ ଓ କେମିକାଲ ମିଶାଇ ଚାଲିଥିଲା କାରବାର, FDAର ଚଢ଼ାଉ

    5

    ସିନେମା ଜଗତରେ ଶୋକର ଛାୟା, ଚାଲିଗଲେ ନାନା ପାଟେକର, ଜାଣନ୍ତୁ ମୃତ୍ୟୁର କାରଣ...

    ଶାନ୍ତସ୍ୱରୂପ ରାଉତ,ଭୁବନେଶ୍ବର: ରାତି ପାହିଲେ ଜାଗର ଯାତ୍ରା। ଆସନ୍ତାକାଲି ଦେବ ଦେବ ମହାଦେବଙ୍କ ବଡ ପର୍ବ ମହାଶିବରାତ୍ରୀ। ଏହି ଅବସରରେ ଦୀର୍ଘ ଦିନରୁ ବନ୍ଦ ହୋଇଥିବା ଲିଙ୍ଗରାଜଙ୍କ ପାରମ୍ପରିକ ହାଣ୍ଡିଭଙ୍ଗା ଯାତ୍ରା ହେବାକୁ ନିଷ୍ପତ୍ତି ହୋଇଛି। ଏହାସହ ସୁରୁଖୁରୁରେ ଜାଗରଯାତ୍ରା ସମ୍ପନ୍ନ କରିବାକୁ ସାମୂହିକ ଭାବେ ମତ ପ୍ରକାଶ ପାଇଛି। 

    ସେବାୟତଙ୍କ ଅସହଯୋଗ ହେତୁ ବୁଧବାର କିଛି ସମୟ ପାଇଁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିବା ପରେ ଶେଷରେ ଜିଲ୍ଲାପ୍ରଶାସନ, ମନ୍ଦିର ପ୍ରଶାସନ ସହ ସେବାୟତଙ୍କ ରୁଦ୍ଧଦ୍ବାରା ବୈଠକ ହେବା ପରେ ସମସ୍ତଙ୍କ ସହମତିରେ ନୀତି ନିର୍ଘଣ୍ଟ ଅନୁଯାୟୀ ଯାତ୍ରା କରିବାକୁ ନିଷ୍ପତ୍ତି ହୋଇଛି। କଟକଣାରେ ଜାଗର ପାଇଁ ଚଳଚଞ୍ଚଳ ହୋଇଉଠିଛି ଏକାମ୍ରକ୍ଷେତ୍ର ତଥା ମନ୍ଦିରମାଳିନୀ ସହର।  

    ପବିତ୍ର ମହାଶିବରାତ୍ରୀ ସଜେଇ ହେଉଛି ସିଂହଦ୍ବାରା ନୂଆ ରଙ୍ଗର ଝଲସୁଛି ଲିଙ୍ଗରାଜ ମନ୍ଦିର। ସାଜସଜ୍ଜା ସାଙ୍ଗକୁ କୋଭିଡ୧୯ ଗାଇଡ଼ଲାଇନ (Covid19 Guidelines) ଅନୁଯାୟୀ ପୂଜାର୍ଚ୍ଚନା କରିବାକୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ନୀତିକାନ୍ତି ଅନୁଯାୟୀ ସକାଳ ୩ଟାରେ ଦ୍ୱାରଫିଟା ନୀତି ପରେ ରାତି ସାଢେ ୩ଟା  ସୁଦ୍ଧା ମଙ୍ଗଳ ଆଳତି ହୋଇ ୪ଟାରୁ ଆରମ୍ଭ ହେବ ସାହଣମେଲା ଅର୍ଥାତ ସାଧାରଣ ଦର୍ଶନ।

    Also Read: ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଶେଷ, ରାତି ୪ଟାରେ ଉଠିବ ମହାଦୀପ

     

    ଧାଡି ଦର୍ଶନ ପାଇଁ ଅନୁମତି ମିଳିଥିବାବେଳେ କୋଟିତୀର୍ଥ ଲେନରୁ ଆରମ୍ଭ ହୋଇଛି ବ୍ୟାରିକେଡ। ଦେବୀ ପାଦହରା ପୁଷ୍କରିଣୀ ବ୍ୟାରିକେଡ ହୋଇ ସିଂହଦ୍ୱାରରେ ପ୍ରବେଶ କରି ଉତ୍ତର ଦ୍ୱାରରେ ପ୍ରସ୍ଥାନ କରିବେ ଭକ୍ତ।  ପ୍ରବେଶ ପଥରେ ସାନିଟାଇଜେସନ, ଥର୍ମାଲ ସ୍କ୍ରିନିଂ, ମାସ୍କ ବ୍ୟବହାରକୁ କଡାକଡି କରାଯାଇଛି। ଏଥର ୬୦ ବର୍ଷରୁ ଉର୍ଦ୍ଧ୍ବ ଓ ୧୨ ବର୍ଷରୁ କମ ବୟସର ଲୋକଙ୍କୁ ଦର୍ଶନ ବାରଣ କରାଯାଇଛି। କେବଳ ଆଡ଼କାଠରୁ ହିଁ ଦର୍ଶନ ହେବ। 

    ସେବାୟତଙ୍କ ଅସହଯୋଗ ପରେ ସକାଳ ୮ ଟାରୁ ରୋଷହୋମ ପରେ ନୀତିକାନ୍ତି ବନ୍ଦ କରିଥିଲେ। ପରେ ଜିଲ୍ଲପାଳ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି, ଦେବୋତ୍ତର କମିଶନରଙ୍କ ସହ ସେବାୟତଙ୍କ ମଧ୍ୟରେ ରୁଦ୍ଧ ଦ୍ବାର ବୈଠକ ପରେ ଶାନ୍ତିଶୃଙ୍ଖଳା ନୀତିକାନ୍ତି ନେଇ ସହମତି ପ୍ରକାଶ ପାଇଛି। ବୈଠକରେ ଦୀର୍ଘ ଦିନରୁ ବନ୍ଦ ରହିଥିବା ହାଣ୍ଡିଭଙ୍ଗା ଯାତ୍ରା ଚଳିତବର୍ଷ ଠାରୁ ସୁରୁଖୁରୁରେ ହେବାକୁ ନିଷ୍ପତ୍ତି ହେବା ପରେ ସ୍ଥିତି ସ୍ୱାଭାବିକ ହୋଇଛି। ଏହାସହ ମନ୍ଦିର ଭିତରେ ସାମାଜିକ ଦୂରତା ରକ୍ଷା କରି ଦୀପ ଜାଳିପାରିବେ ବୋଲି କୁହାଯାଇଛି। ଭୁବନେଶ୍ବର ଫ୍ଲୋରିଷ୍ଟ ଆସୋସିଏସନ ପକ୍ଷରୁ ଚଳିତ ବର୍ଷ ପ୍ରାୟ ୭୦ ହଜାର ଟଙ୍କା ବ୍ୟୟରେ ସିଂହଦ୍ବାରକୁ ସଜାଯାଇଛି। 

    ସେପଟେ ମହାଶିବରାତ୍ରୀ ଅବସରରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଏଲ ଇଶ୍ବର ଏକ ଦୁଇ ଲିଟର କାଚ ବୋତଲ ଭିତର ମାଟି, ତାର, କାଚ, ଦିଆସିଲି ବ୍ୟବହାର କରି  ମହାଦେବଙ୍କ ମନ୍ଦିର ପ୍ରସ୍ତୁତ କରିଛନ୍ତି। ଯାହାକୁ ପ୍ରସ୍ତୁତ କରିବାକୁ ତାଙ୍କୁ ୩ ମାସ ସମୟ ଲାଗିଥିଲା। ଜାଗର କିମ୍ବା ପର୍ବପର୍ବାଣୀ ଅବସରରେ କେବଳ ମନ୍ଦିର ଦର୍ଶନ କରି ନୁହେଁ ବରଂ ମନର ମନ୍ଦିରରେ ଭକ୍ତିର ସହ ଭଗବାନଙ୍କୁ ପ୍ରାର୍ଥନା କଲେ ମନୋସ୍କମନା ପୂରଣ ହେବ ବୋଲି ଏହି ବୋତଲ ଆର୍ଟ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ଇଶ୍ବର।  

    Also Read: ଜାଗର ପାଇଁ ଏସଆରସିଙ୍କ ଗାଇଡଲାଇନ

    ଆସନ୍ତା କାଲି ଦେବ ଦେବ ମହାଦେବଙ୍କ ପ୍ରସିଦ୍ଧ ଜାଗର ମେଳା। ଏନେଇ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଜୋରସୋରରେ ଚାଲିଛି ପ୍ରସ୍ତୁତି। କୋରୋନା କଟକଣାରେ ପାଳନ ହେବ ସମସ୍ତ ପୂଜା ବିଧି। ସେପଟେ ଢେଙ୍କାନାଳରେ ଦିଅଁ ଦର୍ଶନ ପାଇଁ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତା ମୂଳକ ହେବା ପରେ ଭକ୍ତ ମହଲରେ ଅସନ୍ତୋଷ ଦେଖାଦେଇଛି। 

    କୋରୋନା ମହାମାରି ପ୍ରଭାବରେ ଏଥର ଫିକା ପଡ଼ିବ ଜାଗର ମେଳା। ପ୍ରତିବର୍ଷ କପିଳାସର ଆରାଧ୍ୟ ଦେବତା ବାବା ଚନ୍ଦ୍ରଶେଖରଙ୍କ ଜାଗର ମେଳାରେ ଲକ୍ଷାଧିକ ଭକ୍ତଙ୍କ ଗହଳି ଦେଖିବାକୁ ମିଳୁଥିବା ବେଳେ ଚଳିତ ବର୍ଷ କୋରୋନା କଟକଣା କାରଣରୁ ଏହା ପ୍ରଭାବିତ ହୋଇଛି। କେବଳ ଢେଙ୍କାନାଳ ଜିଲ୍ଲାର କୋଭିଡ଼ ନେଗେଟିଭ ଥିବା ଭକ୍ତଙ୍କୁ ମନ୍ଦିର ପ୍ରବେଶ ଅନୁମତି ମିଳିଛି। ସେଥିପାଇଁ ଅନେକ ଭକ୍ତ ଜାଗର ଦିନ ମହାଦେବଙ୍କ ଦର୍ଶନରୁ ବଞ୍ଚିତ ହେବା ନେଇ ଏକ ପ୍ରକାର ଆଶଙ୍କା ଦେଖାଦେଇଛି। 

    Also Read: ଏଥର ଲିଙ୍ଗରାଜ ମନ୍ଦିରରେ ନିରାଡମ୍ବର ଜାଗର

    ଢେଙ୍କାନାଳର କପିଳାସ ରାଜ୍ୟର ଏକ ପ୍ରମୁଖ ଶୈବପୀଠ ହୋଇଥିବାରୁ ଜାଗର ସମୟରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହେଇଥାଏ। ଏହାକୁ ଦୃଷ୍ଟିରେ ରଖି କୋରୋନା ନିୟମକୁ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି କରାଯାଇଛି। ଚଳିତବର୍ଷ ପ୍ରଶାସନ ପକ୍ଷରୁ ଲକ୍ଷାଧିକ ଲିଟର କ୍ଷମତା ବିଶିଷ୍ଟ ୩ଟି ସ୍ଥାୟୀ ପାଣି ଟାଙ୍କି ନିର୍ମାଣ କରାଯାଇଛି। ଏହାସହିତ ଉନ୍ନତମାନର ଶୌଚାଳୟ ନିର୍ମାଣ କରାଯାଇଛି। ମନ୍ଦିର ପରିସରରେ ଅନ୍ୟାନ୍ୟ ଆନୁଷଙ୍ଗୀକ ବ୍ୟବସ୍ଥା ସହିତ ନୀତିକାନ୍ତି ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଅଛି। କୋରୋନା ମହାମାରୀ ଭକ୍ତ ଭଗବାନ ମଧ୍ଯରେ ଏକ ଲକ୍ଷ୍ମଣ ରେଖା ଟାଣିଦେଇଛି। ହେଲେ ଜିଲ୍ଲା ପ୍ରଶାସନ ସାମାନ୍ୟ କୋହଳ ମନଭାବେ ଦେଖାଇ କୋଭିଡ଼ ନେଗେଟିଭ ରିପୋର୍ଟ ସହ ଜିଲ୍ଲାବାସୀଙ୍କୁ ଠାକୁରଙ୍କ ଦର୍ଶନର ସୁଯୋଗ ଦେଇଛନ୍ତି।

    Add Zee News as a Preferred Source
    TAGS:
    Covid19 guidelines
    Maha Shivratri
    Lingaraj Temple
    Lord Shiva