ହଲ୍ ଓ ମଲ୍ ପରେ ଏଣିକି ମଣ୍ଡପ ପାଳି, ପାର୍କିଂ ନଥିଲେ ହେବ ଚଢାଉ

ସହରର ସାଇ ମନ୍ଦିର ଅଞ୍ଚଳ, ତଙ୍କପାଣି ରୋଡ୍, ପଟିଆ, ଇନଫୋସିସ୍ ଭଳି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏପରି ସମସ୍ୟା ଦେଖାଦେଉଥିବା ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି । ଏସବୁ  ପ୍ରତି ତୁରନ୍ତ ସ୍ଵତନ୍ତ୍ର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ଼  ଗଠନ କରି ନିୟମିତ ଭାବେ ଚଢାଉ କରିବା ସହ ରିପୋର୍ଟ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

ହଲ୍ ଓ ମଲ୍ ପରେ ଏଣିକି ମଣ୍ଡପ ପାଳି, ପାର୍କିଂ ନଥିଲେ ହେବ ଚଢାଉ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ସାବଧାନ ମଣ୍ଡପ ମାଲିକ ! ପାର୍କିଂ ନଥିଲେ ଏଣିକି ଚଢାଉ । ରାଜଧାନୀ ଭୁବନେଶ୍ୱରରେ ଫିଲ୍ମ ହଲ୍ ଓ ସପିଂ ମଲ୍ ଭଳି ବିଭିନ୍ନ ଉଚ୍ଚ ଅଟ୍ଟାଳିକା ବ୍ୟବସାୟିକ ପ୍ରତିଷ୍ଠାନରେ ପାର୍କିଂ ନିୟମ କଡାକଡି ହେବା ପରେ ଏବେ କଲ୍ୟାଣ ମଣ୍ଡପ ଉପରେ  କରିଛି ନଗର ଉନ୍ନୟନ ବିଭାଗ । ବିଏମସି କମିଶନର ଓ ବିଡିଏ ଉପାଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କଲେ ବିଭାଗୀୟ ସଚିବ ।

ଭୁବନେଶ୍ୱର ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ  ସ୍ଥାନରେ ଅନେକ ସମ୍ମିଳନୀ କକ୍ଷ, କଲ୍ୟାଣ ମଣ୍ଡପ ଓ ବିବାହ ମଣ୍ଡପ ଆଦିରେ ବିବାହ, ବ୍ରତଘର ଓ ମେଳା ମହୋସ୍ତ୍ରବ ଚାଲୁଥିବା ବେଳେ ଏହାର ଚତୁଃପାର୍ଶ୍ଵରେ ଆବଶ୍ୟକୀୟ ପାର୍କିଂ ସୁବିଧା ଅଭାବରୁ ଏଠାରେ ଟ୍ରାଫିକ ସମସ୍ୟା ଓ ରାସ୍ତା ଜାମ୍ ହେଉଛି । ଯାହା ସେହି ସ୍ଥାନ ଦେଇ ଯାତାୟତ କରୁଥିବା ଲୋକମାନଙ୍କୁ ଅନେକ ସମୟରେ ଅସୁବିଧାରେ ପକାଉଛି । ଏହାକୁ ଗୁରୁତର ସହ ନେଇ ତୁରନ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଭୁବନେଶ୍ୱର  ମହାନଗର ନିଗମ ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୂପକ୍ଷଙ୍କୁ ଆଜି ଚିଠି ଲେଖିଛନ୍ତି ନଗର ଉନ୍ନୟନ ସଚିବ ଜି. ମାଥିଭାଥନନ୍ ।

ତେବେ ସହରର ସାଇ ମନ୍ଦିର ଅଞ୍ଚଳ, ତଙ୍କପାଣି ରୋଡ୍, ପଟିଆ, ଇନଫୋସିସ୍ ଭଳି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏପରି ସମସ୍ୟା ଦେଖାଦେଉଥିବା ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି । ଏସବୁ  ପ୍ରତି ତୁରନ୍ତ ସ୍ଵତନ୍ତ୍ର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ଼  ଗଠନ କରି ନିୟମିତ ଭାବେ ଚଢାଉ କରିବା ସହ ରିପୋର୍ଟ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।