• ଆସନ୍ତା ୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି
  • SCBରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା
  • ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ ପରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସୂଚନା
  • ସମସ୍ତ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନଜର ରଖାଯାଇଛି
  • ସବୁ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛ, ୫ରୁ ୬ଟି ଟିମ୍ ଗଠନ ହୋଇଛି
  • ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୩ଶହ ୭୯ ପଜିଟିଭ୍
  • ଆଜିଠୁ ଆସନ୍ତା ୧୪ ତାରିଖ ଯାଏଁ ସାରା ଦେଶରେ ଟିକା ଉତ୍ସବ
  • ଆଇପିଏଲ ଲଢେଇ: ଆଜି ମୁହାଁମୁହିଁ ହେବେ କୋଲକାତା-ହାଇଦ୍ରାବାଦ
  • ଆଗାମୀ ୫ ଦିନ ଯାଏ ରାଜ୍ୟରେ ଝଡ଼ବର୍ଷା ସହ ବଜ୍ରପାତ ଆଶଙ୍କା
  • କାଲି ସକାଳ ସୁଦ୍ଧା ୧୬ ଜିଲ୍ଲାରେ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

କଟକଣାରେ ସରିଲା ମାଘ ମେଳା, ଆର ବର୍ଷକୁ ଅପେକ୍ଷା

ଖଣ୍ଡଗିରି ପାଦଦେଶରେ ଗତ ୧୯ ତାରିଖରୁ ୯ ଦିନ ଧରି ଜପତପ ସାରି ୨୭ ତାରିଖ ଶନିବାର ଶେଷ ଦିନରେ ସେମାନଙ୍କର ଅନୁଭୂତି ବଖାଣିଛନ୍ତି ବାବା।

କଟକଣାରେ ସରିଲା ମାଘ ମେଳା, ଆର ବର୍ଷକୁ ଅପେକ୍ଷା

ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର:  କୋରୋନା ସଂକଟଚ କାରଣରୁ ଚଳିତ ବର୍ଷ କଟକଣାରେ ସରିଲା ଖଣ୍ଡଗିରି ମାଘ ମେଳା। ଆଉ ଦୂର ଦୂରାନ୍ତରୁ ଛୁଟି ଆସିଥିବା ସାଧୁସନ୍ଥ ନିଜ ସ୍ଥାନକୁ ଫେରିଛନ୍ତି। ସବୁ ବର୍ଷ ଠାରୁ ଏ ବର୍ଷ ଏକ ଭିନ୍ନ ପରିବେଶ ଭିତରେ ଆୟୋଜିତ ହୋଇଥିଲା ଏହି ମେଳା। କୋଭିଡ କଟକଣାରେ ବିନା ଯାନିଯାତ୍ରା ତଥା ଅପେରାରେ କେବଳ ପରମ୍ପରା ରକ୍ଷା କରିବା ଉଦ୍ଦେଶ୍ୟରେ ମେଳା ସମ୍ପନ୍ନ ହୋଇଥିଲା। 

ଖଣ୍ଡଗିରି ପାଦଦେଶରେ ଗତ ୧୯ ତାରିଖରୁ ୯ ଦିନ ଧରି ଜପତପ ସାରି ୨୭ ତାରିଖ ଶନିବାର ଶେଷ ଦିନରେ ସେମାନଙ୍କର ଅନୁଭୂତି ବଖାଣିଛନ୍ତି ବାବା। ଏଥର ଜଣେ ନାଗା ଡାକ୍ତର ବାବା ମୁଖ୍ୟ ଆକର୍ଷଣ ସାଜିଥିଲେ। ଖଣ୍ଡଗିରି ପାଦଦେଶରେ ଚାଲିଥିବା ବାବାଙ୍କ ମେଳିରେ ପୂର୍ଣ୍ଣଛେଦ ପଡିଛି। ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ନିରାଡମ୍ବର ଭାବେ ମେଳା ସମ୍ପନ୍ନ ହୋଇଛି।

ଶେଷ ଦିନରେ ମଧ୍ୟ ଜପତପ ମନ୍ତ୍ରଧ୍ବନୀରେ ଗୁଞ୍ଜରିତ ହୋଇଥିଲା ପରିବେଶ। ବିଶ୍ୱ ଶାନ୍ତି ପାଇଁ ଧୂନୀ ଜାଳିବା ସହ କୋଭିଡ୧୯ ଭୟାବହତାରୁ ବିଶ୍ବବାସୀଙ୍କୁ ରକ୍ଷା କରିବା ପାଇଁ ପ୍ରାର୍ଥନା କରିଥିବା କହିଛନ୍ତି। ଏହାସହ ଯେଉଁ ବିଶ୍ବାସ ରହିଛି ଏହି ମେଳାରେ ସାଧୁ-ଭକ୍ତଙ୍କ ମିଳନ ହୋଇଥାଏ। କଟକଣାରେ ଏଥର ତାହା ସମ୍ଭବ ହୋଇପାରିନଥିବା ସେମାନେ କହିଛନ୍ତି। ଶେଷ ଦିନର ଅପରାହ୍ନରେ ପୂର୍ଣ୍ଣାହୂତି ହୋଇ ମେଳାକୁ ଶେଷ କରାଯାଇଛି।

Also Read: ମିଳନ ପାଇଁ ମେଳା, ଖଣ୍ଡଗିରିରେ ଏକାଠି ସାଧୁ-ସାଧକ

ବିଶ୍ବାସ ରହିଛି ଖଣ୍ଡଗିରି ମାଘ ସପ୍ତମୀ ଅବସରରେ ତପସ୍ୟ କଲେ ବର୍ଷ ସାରାରୁ ଅଧିକ ପୂର୍ଣ୍ଣ୍ୟ ଅର୍ଜନ ହୋଇଥାଏ। ଆଉ ସେଥିପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ସତ୍ତ୍ବେ ରାଜ୍ୟ ତଥା ବାହାରୁ ଦୂର ଦୂରାନ୍ତରୁ ସାଧୁସନ୍ଥ ଛୁଟି ଆସଥିଲେ ଖଣ୍ଡଗିରି। ଏହା ସହିତ ଏଥର ନାଗା ଡାକ୍ତର ବାବା ମୁଖ୍ୟ ଆକର୍ଷଣ ସାଜିଥିଲେ। ଗଣମାଧ୍ୟମରୁ ଖବର ପାଇ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ରୋଗବ୍ୟାଧି କିମ୍ବା କୌଣସି ସମସ୍ୟାରେ ପଡିଥିବା ଭକ୍ତ ଡାକ୍ତର ବାବାଙ୍କ ପାଖକୁ ଉପଶମ ପାଇଁ ଆସିଥିଲେ। ଲମ୍ବା ଲାଇନରେ ଛିଡା ହୋଇ ନିଜ ସମସ୍ୟାର ସମାଧାନ ଦିଗରେ ପରାମର୍ଶ ନେଇଥିଲେ।

Also Read: କୋରୋନା କାଳ: ଚଳିତ ବର୍ଷ ହେବନି ଖଣ୍ଡଗିରି ମେଳା

 

କଟକଣାରେ ଚଳିତ ବର୍ଷ ମେଳା ସମ୍ପନ୍ନ ହୋଇଥିବା ବେଳେ ଆସନ୍ତାବର୍ଷକୁ ଅପେକ୍ଷା। ଆଶା ରହିଛି ସମସ୍ତ ପ୍ରକାର କଟକଣା ହଟି ପୂର୍ବ ଭଳି ଆଡମ୍ବରପୂର୍ଣ୍ଣଭାବେ ଆୟୋଜିତ ହେବ।