ଯାହା ଜଣାପଡ଼ିଛି, ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ହାଇଟେକ୍ ପ୍ଲାଜାର ସିକ୍ୟୁରିଟି ସୁପରଭାଇଜରଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିଥିଲେ ।
Trending Photos
)
ସରୋଜ ବେହେରା, ଭୁବନେଶ୍ୱର: ସଟଡାଉନ ସମୟରେ ମଦୁଆ ଘର ମାଲିକକୁ ଆପାର୍ଟମେଣ୍ଟରେ ପ୍ରବେଶ କରିବାକୁ ମନା କରିବାରୁ ସିକ୍ୟୁରିଟି ସୁପରଭାଇଜରଙ୍କୁ ଅପହରଣ ଅଭିଯୋଗ । ରାଜଧାନୀ ଭୁବନେଶ୍ୱରରେ ଜଣେ ସିକ୍ୟୁରିଟି ସୁପରଭାଇଜରଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଥିଲା । ଅପହୃତ ସିକ୍ୟୁରିଟି ସୁପରଭାଇଜର ହେଲେ କୈବଲ୍ୟ ପଟ୍ଟନାୟକ। ଅପହରଣର ପ୍ରାୟ ୫ ଘଣ୍ଟା ପରେ ସିକ୍ୟୁରିଟି ସୁପରଭାଇଜରଙ୍କୁ ଅପହରଣକାରୀ ଛାଡ଼ି ଦେଇଛନ୍ତି । ଅପହୃତ ସିକ୍ୟୁରିଟି ସୁପରଭାଇଜରଙ୍କୁ ହସ୍ପିଟାଲ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଖିରେ ଲଙ୍କା ଗୁଣ୍ଡ ପକାଇ ମାଡ଼ ମାରି ଗୁରୁତର କରିଛନ୍ତି ଅପହରଣକାରୀ । ସିସିଟିଭି ଉଦ୍ଧାର କରି ଏୟାରଫିଲ୍ଡ ପୋଲିସ ଅପହରଣକାରୀଙ୍କୁ ଚିହ୍ନଟକରିଛି ।

ଯାହା ଜଣାପଡ଼ିଛି, ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ହାଇଟେକ୍ ପ୍ଲାଜାର ସିକ୍ୟୁରିଟି ସୁପରଭାଇଜରଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିଥିଲେ । ୩ ଜଣ ଦୁର୍ବୃତ୍ତ ଏକ କାର୍ରେ ଆସି ସିକ୍ୟୁରିଟି ସୁପରଭାଇଜରଙ୍କୁ ଅପହରଣ କରିନେଇଥିଲେ । ଅପହରଣ ବେଳର ଦୃଶ୍ୟ ସିସିଟିଭି ଫୁଟେଜ୍ରେ ରେକର୍ଡ ହୋଇଛି । କେଉଁ କାରଣ ପାଇଁ ଦୁର୍ବୃତ୍ତମାନେ ସିକ୍ୟୁରିଟି ସୁପରଭାଇଜରଙ୍କୁ ଅପହରଣ କଲେ ତା’ର ପ୍ରକୃତ କାରଣ ଜଣାପଡ଼ିନି । ତଥାପି ରାତିରେ ସିକ୍ୟୁରିଟି ସୁପରଭାଇଜର ଓ ଯୁବକଙ୍କ ମଧ୍ୟରେ ବଚସା ହୋଇଥିବା ସିସିଟିଭି ଫୁଟେଜରୁ ଜଣାପଡିଛି । ଘଟଣାସ୍ଥଳରେ ଏୟାରଫିଲ୍ଡ ପୁଲିସ୍ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।