ଜାଲରେ ଫସିଛି ଡ୍ରଗ ମାଫିଆ
Advertisement

ଜାଲରେ ଫସିଛି ଡ୍ରଗ ମାଫିଆ

ପଦାକୁ ଆସୁଛି ଆନ୍ତଃରାଜ୍ୟ ପାଉଡର ରାକେଟ

ଜାଲରେ ଫସିଛି ଡ୍ରଗ ମାଫିଆ

ସରୋଜ ବେହେରା, ଭୁବନେଶ୍ୱର: ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଓଡିଶାକୁ ବ୍ରାଉନସୁଗର ରପ୍ତାନୀ କରୁଥିବା ଏକ ଆନ୍ତଃରାଜ୍ୟ ରାକେଟର କିଙ୍ଗପିନକୁ ଗିରଫ କରିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ  । ମୁଖ୍ୟ ଅଭିଯୁକ୍ତ ଶେଖ ଫକୀରଙ୍କ ସମେତ ୫  ଡ୍ରଗ ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସେମାନଙ୍କ ନିକଟରୁ ପୋଲିସ ୩୨୪ ଗ୍ରାମ ବ୍ରାଉନ ସୁଗର, ଦେଢ ଲକ୍ଷ ଟଙ୍କା, କାର ଓ ୪ଟି ବାଇକ ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୩୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଓଡିଶାକୁ ଧଳା ଜହର କବଳରୁ ମୁକ୍ତ କରିବା ପାଇଁ ଡ୍ରାଇଭ ଚଲାଇଛି କ୍ରାଇମବ୍ରାଞ୍ଚ । ଡ୍ରାଇଭରେ କ୍ରାଇମବ୍ରାଞ୍ଚର ଏସଟିଏଫ ଜାଲରେ ଫସିଛି ଡ୍ରଗ ମାଫିଓ ଛୋଟାର ସହଯୋଗୀ ଶେଖ ଫାରୁଖ । ଶେଖ ଫାରୁଖ ନିକଟରୁ କ୍ରାଇମବ୍ରାଞ୍ଚ ୩୨୪ ଗ୍ରାମ ବ୍ରାଉନ ସୁଗର ଜବତ ହୋଇଛି । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ମେଦିନାପୁରରୁ ବ୍ରାଉନସୁଗର ଆଣି ଫାରୁଖ ଓଡିଶାର ବିଭିନ୍ନ ଜିଲ୍ଲାରେ ସପ୍ଲାଏ କରୁଥିଲା । କହିବାକୁ ଗଲେ ଫାରୁକ କିଙ୍ଗପିନ ଭାବେ କାମ କରୁଥିବା ବେଳେ ତାଙ୍କୁ ସହଯୋଗ କରୁଥିଲେ ଶେଖ ସଗବା, ତନ୍ମୟ ସାହୁ, ମହମ୍ମଦ ସୋହେଲ ଓ ଶେଖ ହଇବୁଲ । ସେ ସମସ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଏସଟିଏଫ । ଗିରଫ ଅଭିଯୁକ୍ତଙ୍କୁ ଜେରା କରିବା ପରେ ଆନ୍ତରାଜ୍ୟ ରାକେଟର ପର୍ଦାଫାଶ ହୋଇଛି । ଏବେ ସେମାନଙ୍କୁ ଧରି ରାଜ୍ୟ ବାହାର ଲିଙ୍କରେ ଥିବା ଡ୍ରଗ ମାଫିଆଙ୍କୁ ଗିରଫ କରିବାକୁ ଯୋଜନା କରିଛି ଏସଟିଏଫ ।

 ଦିନ ଥିଲା ଛୋଟା ସେହି ଅଞ୍ଚଳର  ସିଲ୍କ ରୁଟ୍ କୁହାଯାଉଥିବା ମେଦିନାପୁର, ବାଲେଶ୍ବରରୁ କୋଟି କୋଟି ଟଙ୍କାର ଡ୍ରଗ ଆଣି ଓଡିଶାର ବିଭିନ୍ନ ଜିଲ୍ଲାକୁ ସପ୍ଲାଏ କରୁଥିଲା । ଛୋଟା ଗିରଫ ହେବା ପରେ ସେଠାରେ ଛୋଟାର ପ୍ରତିଦ୍ବନ୍ଦୀ ଥିବା ଶେଖ ଫାରୁଖ ନିଜ ପତିଆରା ଜମାଇବା ଆରମ୍ଭ କରିଦେଇଥିଲା । ଖୋର୍ଦ୍ଧା  ଅଞ୍ଚଳରେ  ରେ ଏସଟିଏଫର ଧରପଗଡ ଯୋଗୁଁ ସପ୍ଲାଅର ନ ପାଇ ସେ ସିଧାସଳଖ ଟାର୍ଗେଟ କରିଥିଲା ରାଜଧାନୀ ଭୁବନେଶ୍ବରକୁ । ସେ ନିଜେ ଅନେକ ସମୟରେ ବ୍ରାଉନସୁଗର ନେବା ଆଣିବା କରୁଥିବା ଜଣାପଡିବା ପରେ କ୍ରାଇମବ୍ରାଞ୍ଚ ତାଙ୍କ ଉପରେ ନଜର ରଖିଥିଲା । ଶେଷରେ ଜାଲରେ ପଡିଥିଲା ଫାରୁଖ । ଫାରୁଖକୁ ୪ ଦିନିଆ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚ ଯୋଜନା କରୁଥିବା ବେଳେ ତାହାର ସମସ୍ତ ସମ୍ପତ୍ତି ଜବତ କରି ସେ ସବୁକୁ ବାଜ୍ୟାପ୍ତି କରିବାକୁ କ୍ରାଇମବ୍ରାଞ୍ଚ ପ୍ରସ୍ତାବ ଦେବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଆଇଜି ।

ଧଳା ଜହର ବନ୍ଦ କରିବାକୁ କ୍ରାଇମବ୍ରାଞ୍ଚ ଗତ ୫ ତାରିଖରୁ ଆରମ୍ଭ କରିଥିବା ସ୍ପେଶାଲ ଡ୍ରାଇଭ ୧୫ ତାରିଖରେ ସରିଛି । ଏ ମଧ୍ୟରେ ପୁରୀ, ଖୋର୍ଦ୍ଧା , ବାଲେଶ୍ବର, ଅନୁଗୁଳ ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଯାହାର ଫଳ ମିଳିଥିଲା ଶେଖ ଫାରୁଖଙ୍କୁ ଗିରଫ କରିଛି । ଏବେ ଏମାନଙ୍କ ଆନ୍ତରାଜ୍ୟ ରାକେଟର ପର୍ଦାଫାଶ କରିବାକୁ କ୍ରାଇମବ୍ରାଞ୍ଚ କେତେ ସମୟ ନେଉଛି ତାହା ପରବର୍ତି ସମୟରେ ଜଣାପଡିବ ।