ଫୋନ ଫାଟିବା ପୂର୍ବରୁ ଦେଇଥାଏ ଏସବୁ ସଙ୍କେତ
Advertisement

ଫୋନ ଫାଟିବା ପୂର୍ବରୁ ଦେଇଥାଏ ଏସବୁ ସଙ୍କେତ

ଯେତେ ଦାମୀ ଫୋନ୍‌ ହେଲେ ମଧ୍ୟ ବ୍ୟାଟେରୀ ଫାଟିବା ଅଭିଯୋଗ ଆସୁଛି । ନିକଟରେ ପାରାଦୀପରେ ମୋବାଇଲ୍‌  ଫାଟି  ଜଣେ ଶ୍ରମିକଙ୍କ ମୃତ୍ୟୁ ଖବର ଆସିଥିଲା । 

source: social media

ଭୁବନେଶ୍ୱର: ଆଜିକାଲି ସ୍ମାର୍ଟ ଫୋନ୍‌ରେ ବ୍ୟାଟେରୀ ଫାଟିବା ଏକ ସାଧାରଣ ଘଟଣା ହୋଇଗଲାଣି । ଅଧିକାଂଶ ସମୟ ଖବରକାଗଜରେ ବା ଟିଭିରେ ଫୋନ୍ ଫାଟିବାର ଖବର ଜାଣିବାକୁ ପାଇଥାଉ । ଏଥିପାଇଁ ଆମ ମନରେ ଏକ ଡର ଆସେ କି କାଳେ ଆମ ମୋବାଇଲ୍ ମଧ୍ୟ ଫାଟିଯିବ । ଯେତେ ଦାମୀ ଫୋନ୍‌ ହେଲେ ମଧ୍ୟ ବ୍ୟାଟେରୀ ଫାଟିବା ଅଭିଯୋଗ ଆସୁଛି । ନିକଟରେ ପାରାଦୀପରେ ମୋବାଇଲ୍‌  ଫାଟି  ଜଣେ ଶ୍ରମିକଙ୍କ ମୃତ୍ୟୁ ଖବର ଆସିଥିଲା । ତେବେ ଫୋନ ଫାଟିବା ଆଗରୁ କିଛି ସଙ୍କେତ ଦେଇଥାଏ । ଆସନ୍ତୁ ଜାଣିବା ଏସବୁ ସଙ୍କେତ ସମ୍ପର୍କରେ । 

fallback

  1. ବ୍ୟାଟେରୀ ଭିତରେ ଲିଥିୟମ ଆଇଅନ୍ ଭଳି ସାମଗ୍ରୀ ରହିଛି । ଏହା ବାହାର ଗରମ ବାୟୁ ସଂସ୍ପର୍ଷରେ ଆସିଲେ ବ୍ୟାଟରି  ଫାଟିଥାଏ ।  ମୋବାଇଲ  ହାତରୁ ଖିସିଲେ କିମ୍ବା ଅନ୍ୟ କୌଣସି କାରଣ ପାଇଁ ହେଉ ବ୍ୟାଟେରି ଲିକ୍‌ ହେଲେ ଏଭଳି ବିପଦ ଦେଖାଦିଏ । ବାହାର ଉତ୍ତାପ ବ୍ୟାଟେରି ଭିତରକୁ  ପ୍ରବେଶ କଲେ ଏହା  ଫାଟିଥାଏ । ମୋବାଇଲକୁ ଓଭରଚାଜିଂ କରିବା ମଧ୍ୟ ଅନ୍ୟ ଏକ କାରଣ । 
  2.  ଯଦି ମୋବାଇଲ ଆପେ ଆପେ ବନ୍ଦ ହୋଇଯାଏ କିମ୍ବା ବ୍ୟାଟେରୀ  ଆପେ  କମ୍ ହୋଇଯାଏ ତେବେ ସେ ମୋବାଇଲକୁ ବ୍ୟବହାର କରନ୍ତୁ ନାହିଁ । ତାକୁ ତୁରନ୍ତ ସର୍ଭିସ ସେଣ୍ଟର ନେଇଯାନ୍ତୁ । ଏହା ଫୋନ ଫାଟିବାର ସଙ୍କେତ ।
  3. ଫୋନର ବ୍ୟାଟେରୀ ଯଦି ଫୁଲିଯାଇଛି । ତେବେ ଏହାକୁ ତୁରନ୍ତ ବଦଳାଇ ଦିଅନ୍ତୁ ।
  4. ମୋବାଇଲ୍ ଗରମ ରହୁଥିଲେ ଏହା ଗରମରୁ ଫାଟିଯାଇପାରେ ।