ବେଆଇନ ପାର୍କିଂ ପାଇଁ ନୂଆ କଟକଣା

ବେଆଇନ ପାର୍କିଂ କରିଥିଲେ ସମ୍ପୃକ୍ତ ଗାଡିକୁ ଟାଓ ଗାଡି ଟାଣିନେବା ସହ ୫ଶହ ଟଙ୍କା ଫାଇନ ମଧ୍ୟ ଆଦାୟ  କରାଯିବ । ଏପରିକି ସମ୍ପୃକ୍ତ ଟାଓ ପାଇଁ ମଧ୍ୟ ଗାଡ଼ି ମାଲିକ ଟାଓଇଙ୍ଗ ଚାର୍ଜ ଦେବେ । 

ବେଆଇନ ପାର୍କିଂ ପାଇଁ ନୂଆ କଟକଣା
ପ୍ରତୀକାତ୍ମକ ଫଟୋ

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ବେଆଇନ ପାର୍କିଂ ପାଇଁ କମିଶନରେଟ ପୋଲିସର ନୂଆ କଟକଣା ଲାଗୁ କରାଯାଇଛି । ଭୁବନେଶ୍ୱରର ୬ଟି ଅଞ୍ଚଳରେ ଏହି ନୂଆ କଟକଣା ଜାରି କରାଯାଇଛି । ରାଜଭବନରୁ କଳାରାହାଙ୍ଗ ଛକ, ଏୟାରପୋର୍ଟରୁ ନାଲକୋ ଛକ, ଶିଶୁଭବନ ଛକରୁ ବାଣୀବିହାର, ରସୁଲଗଡ ଛକରୁ ଜୟଦେବ ବିହାର, ଶ୍ରୀୟା ଛକରୁ ପିଏଚଡି କାର୍ଯ୍ୟାଳୟ ଓ ବାପୁଜି ନଗରରେ ଏହି କଟକଣା ଲାଗୁ କରାଯାଇଛି । 

ଏହି କଟକଣା ଅନୁଯାୟୀ ସମ୍ପୃକ୍ତ ରାସ୍ତାରେ ବେଆଇନ ଭାବେ ମୁଖ୍ୟ ରାସ୍ତାରେ ପାର୍କିଂ କଲେ ଗାଡ଼ିକୁ ଉଠାଇନେବ ପୋଲିସ । ଏଥିପାଇଁ ୫ଟି ଟାଓ ଗାଡ଼ି ବୁଲିବା ଆରମ୍ଭ କରିଛି । ବେଆଇନ ପାର୍କିଂ କରିଥିଲେ ସମ୍ପୃକ୍ତ ଗାଡିକୁ ଟାଓ ଗାଡି ଟାଣିନେବା ସହ ୫ଶହ ଟଙ୍କା ଫାଇନ ମଧ୍ୟ ଆଦାୟ  କରାଯିବ । ଏପରିକି ସମ୍ପୃକ୍ତ ଟାଓ ପାଇଁ ମଧ୍ୟ ଗାଡ଼ି ମାଲିକ ଟାଓଇଙ୍ଗ ଚାର୍ଜ ଦେବେ । 

ଲୋକମାନେ ବିଏମସି ପାର୍କିଂ ଅଞ୍ଚଳରେ ପାର୍କ କରିବାକୁ ଟ୍ରାଫିକ ଡିସିପି ସାଗରିକା ନାଥ ନିବେଦନ କରିଛନ୍ତି । ପ୍ରାଥମିକ ପଯ୍ୟାୟରେ ଏହି ୬ଟି ସ୍ଥାନ ନିରୁପଣ କରାଯାଇଥିବା ବେଳେ ଆଗକୁ ଅନ୍ୟ  ଅଞ୍ଚଳକୁ ମଧ୍ୟ ସାମିଲ କରାଯିବ ବୋଲି କହିଛନ୍ତି ଟ୍ରାଫିକ ଡିସିପି ।

ଆହୁରି ପଢ଼ନ୍ତୁ; ଓଡ଼ିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ