Monsoon Season 2021: କେଉଁଠି ହୋଇଛି କେତେ ପରିମାଣରେ ବର୍ଷା?
Advertisement

Monsoon Season 2021: କେଉଁଠି ହୋଇଛି କେତେ ପରିମାଣରେ ବର୍ଷା?

ଶନିବାର ଠାରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି କେନ୍ଦ୍ର। 

Monsoon Season 2021: କେଉଁଠି ହୋଇଛି କେତେ ପରିମାଣରେ ବର୍ଷା?

ଭୁବନେଶ୍ୱର: ରାଜ୍ୟରେ କମିଲା ବର୍ଷାର ପରିମାଣ। ଚଳିତ ବର୍ଷ ଜୁନ୍ ପହିଲାରୁ ବର୍ତ୍ତମାନ ସୁଦ୍ଧା ସ୍ବାଭାବିକ ଠାରୁ ୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ଜଣାଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ରାଜ୍ୟର ୧୦ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ବେଳେ ଗଞ୍ଜାମ, ଗଜପତି ଏବଂ ଭଦ୍ରକ ଜିଲ୍ଲାରେ ସ୍ବାଭାବିକ ଠାରୁ ୪୦ ପ୍ରତିଶତ କମ୍ ବର୍ଷା ହୋଇଛି। 

ରାଜ୍ୟର ବାକି ସବୁ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ନେଇ ରେକର୍ଡ କରାଯାଇଛି। ସେପଟେ ଶନିବାର ଠାରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି କେନ୍ଦ୍ର। ପୂର୍ବ ଉତ୍ତରପ୍ରଦେଶ (Eastern Uttar Pradesh) ଠାରୁ ଝାଡ଼ଖଣ୍ଡ (Jharkhand) ଏବଂ ଗାଙ୍ଗେୟ ଉପତ୍ୟାକା (Gangetic Valley) ମଧ୍ୟ ଦେଇ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରଫ ଲାଇନ୍ (Trough Line) ରହିଛି। ଏହା ସହ ଦକ୍ଷିଣ ଓଡ଼ିଶା (South Odisha) ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣୀବଳୟ ସୃଷ୍ଟି ହୋଇଛି, ଯାହା ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ଆକଳନ କରାଯାଇଛି। 

Also Read: ପ୍ରବଳ ବର୍ଷା ନେଇ ୧୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

 

ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା (Heavy Rain) ପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଆଦି ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ (Yellow Alert) ଜାରି କରାଯାଇଛି। ଆସନ୍ତା ୨୮-୨୯ ତାରିଖରେ ବର୍ଷାର ପରିମାଣ କମିବା ସହ ତାପମାତ୍ରା ସ୍ବାଭାବିକ ଠାରୁ ୨ ଡିଗ୍ରୀ ବଢିବ ବୋଲି ଆକଳନ କରାଯାଇଛି। ଚଳିତ ମାସ ୩୦ ତାରିଖରୁ ବର୍ଷାର ପରିମାଣ ବଢିବ। ବିଶେଷ କରି ଉତ୍ତର ଓଡ଼ିଶାର (Northern Odisha) ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।