ପ୍ରଜ୍ଞା ପାରମିତା ପତ୍ରୀ; ରିତିକ୍ ରୋଶନ ଓ ଟାଇଗର ସର୍ଫଙ୍କ ଅଭିନୀତ ବଲିଉଡ ଫିଲ୍ମ ରିଲିଜ ହେବା ଦିନରୁ ହିଁ ବକ୍ସ ଅଫିସରେ ଧମାଲ କରୁଛି । ଆଉ ଦର୍ଶକଙ୍କ କ୍ରେଜ ମଧ୍ୟ ଜବରଦସ୍ତ ବଢିବାରେ ଲାଗିଛି । ଇତି ମଧ୍ୟରେ ୱାର ରିଲିଜ ହେବାର ୧୫ ଦିନ ପୁରିଛି । ଆଉ ଏହି ୧୫ ଦିନ ମଧ୍ୟରେ ୨୮୦ କୋଟି ଟଙ୍କାର ବିଜନେସ କରିଥିବା Boxofficeindia.comରେ ପ୍ରକାଶ ପାଇଛି ।
ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତାମିଲ, ତେଲୁଗୁ ଭାଷାରେ ୪୦୦୦ ହଜାର ସିନେମା ହଲରେ ରିଲିଜ ହୋଇଛି । ଫିଲ୍ମ ରିଲିଜ ହେବାର ପ୍ରଥମ ଦିନରେ ୫୩ କୋଟି ଟଙ୍କା ଆୟ କରିଛି । ଏହି ଫିଲ୍ମକୁ ଖୁବ ଭଲ ରେସପନ୍ସ ମିଳିଥିବା ଟିମ ପକ୍ଷରୁ କୁହାଯାଇଛି । ରିଲିଜର ପ୍ଥମ ସପ୍ତାହରେ ହିଁ ଫିଲ୍ମଟି ୧୦୦ କୋଟି କ୍ଲବରେ ସାମିଲ ହୋଇଛି ।
ୟସ ରାଜ ଫିଲ୍ମର ୱାର ଚଳଚ୍ଚିତ୍ରଟି ଅଧିକ ଆୟ କରି ଥିବା ଚଳଚ୍ଚିତ୍ର ମଧ୍ୟରୁ ୧୦ମ ସ୍ଥାନରେ ଅଛି । ଏହି ବ୍ୟାନରରେ ରିଲିଜ ହୋଇଥିବା ଅନ୍ୟ ସଫଳ ଚଳଚ୍ଚିତ୍ର ଦଙ୍ଗଲ, ଟାଇଗର ଜିନ୍ଦା ହୈ, ବଜରଙ୍ଗି ଭାଇଜାନ, ପଦ୍ମାବତ, ସୁଲତାନ, ଧୁମ ୩ ଇତ୍ୟାଦି ।
ତେବେ ଜାଣନ୍ତୁ ୱାର ଚଳଚ୍ଚିତ୍ରର ଦୈନିକ ଆୟ-
Day 1- ୫୩.୩୫ କୋଟି ଟଙ୍କା
Day 2- ୨୪.୩୫ କୋଟି ଟଙ୍କା
Day 3 ୨୨.୪୫ କୋଟି ଟଙ୍କା
Day 4 ୨୮.୭୦ କୋଟି ଟଙ୍କା
Day 5 ୩୭.୪୦ କୋଟି ଟଙ୍କା
Day 6 ୨୧.୫୦ କୋଟି ଟଙ୍କା
Day 7 ୨୮.୯୦ କୋଟି ଟଙ୍କା
Day 8 ୧୧.୯୦ କୋଟି ଟଙ୍କା
Day 9 ୯.୮୦ କୋଟି ଟଙ୍କା
ପ୍ରଥମ ସପ୍ତାହର ମୋଟ ଆୟ ୨୩୮.୩୫ ଟଙ୍କା
Day 10 ୭.୬୦ କୋଟି ଟଙ୍କା
Day 11 ୧୧.୮୦ କୋଟି ଟଙ୍କା
Day 12 ୧୩.୯୦ କୋଟି ଟଙ୍କା
Day 13 ୪.୭୫ କୋଟି ଟଙ୍କା
Day 14 ୪.୨୦ କୋଟି ଟଙ୍କା
Day 15 ୩.୬୦ କୋଟି ଟଙ୍କା
୧୫ ଦିନରେ ମୋଟ ଆୟ ୨୮୪.୨୦ କୋଟି ଟଙ୍କା