ଡିସେମ୍ବର ୧ରୁ କୋଣାର୍କ ମହୋତ୍ସବ

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡିସେମ୍ୱର ୧ରୁ ୫ ତାରିଖ ଯାଏ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରେ ଏହି ମହୋତ୍ସବ ଆୟୋଜନ ହେବ । ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ନୃତ୍ୟୋତ୍ସବ ଆୟୋଜନ ହେବାକୁ ଯାଉଛି ।

ଡିସେମ୍ବର ୧ରୁ କୋଣାର୍କ ମହୋତ୍ସବ

ଭୁବନେଶ୍ୱର: ଆସି ଯାଇଛି କୋଣାର୍କ ମହୋତ୍ସବ । ଡିସେମ୍ୱର ୧ରୁ ଆରମ୍ଭ ହେବ ଏହି ମହୋତ୍ସବ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡିସେମ୍ୱର ୧ରୁ ୫ ତାରିଖ ଯାଏ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରେ ଏହି ମହୋତ୍ସବ ଆୟୋଜନ ହେବ । ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ନୃତ୍ୟୋତ୍ସବ ଆୟୋଜନ ହେବାକୁ ଯାଉଛି ।

୫ ଦିନ ଧରି ସଂଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ଏହି ଉତ୍ସବ ଆୟୋଜନ ହେବ । ଏଥିରେ ଶାସ୍ତ୍ରୀୟ ନୃତ୍ୟର କଳାକାର ବୃନ୍ଦ ଓଡିଶୀ, ଭାରତନାଟ୍ୟମ, କଥକ, କୁଚିପୁଡି, ମୋହିନିଆଟ୍ଟମ ସହ ସ୍ୱତନ୍ତ୍ର ଆକର୍ଷଣ ଭାବେ ଇଣ୍ଡୋନେସିଆର ବାଲିନିଜ୍ ଦଳ ନୃତ୍ୟ ପ୍ରଦର୍ଶନ କରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପର୍ଯ୍ୟଟନ ସଚିବ ।

ଏହାସହ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା ଶିଳ୍ପି ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆନ୍ତର୍ଜାତିକ ବାଲୁକାକଳାର ଆୟୋଜନ କରାଯିବ । ଯାହା ପ୍ରତ୍ୟେ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହି ବିଶ୍ୱବ୍ୟାପି ପ୍ରତିଯୋଗୀତାରେ ପ୍ରତିଯୋଗୀମାନେ ୫ ଦିନ ପର୍ଯ୍ୟନ୍ତ୍ର ସ୍ୱତନ୍ତ୍ର ଥିମ୍ ଉପର ଆଧାରିତ ବାଲୁକା ଚିତ୍ରକଳା ପ୍ରଦର୍ଶନ କରିବେ । 

ଏହି କୋଣାର୍କ ମହୋତ୍ସବରେ ଚଳିତ ବର୍ଷ ଯୁକ୍ତରାଷ୍ଟ୍ର ଆମେରିକା, ଆୟରଲାଣ୍ଡ, ଡେନମାର୍କ, ଋଷିଆ, କାନାଡା, ଟଙ୍ଗୋ ଓ ଶ୍ରୀଲଙ୍କା ଆଦି ଦେଶରୁ ପ୍ରତିଭାବାନ ବାଲୁକାଶିଳ୍ପୀ ମାନେ ଅଂଶ ଗ୍ରହଣ କରିବେ । ସେହିପରି ଦେଶ ଭିତରୁ ବିଭିନ୍ନ ରାଜ୍ୟର ପ୍ରତିନିଧିମାନେ ଯୋଗ ଦେବ ।