କଡାକଡି ହେବ ଓଡିଆ ନାମ ଫଳକ ପ୍ରଦର୍ଶନ, ଖିଲାପ କଲେ ଗଣିବେ ତଣ୍ଡ
trendingNow,recommendedStories0/zeeodisha/odisha598836

କଡାକଡି ହେବ ଓଡିଆ ନାମ ଫଳକ ପ୍ରଦର୍ଶନ, ଖିଲାପ କଲେ ଗଣିବେ ତଣ୍ଡ

ଲୋକାର୍ପଣ ହେଲା 'ଓଡ଼ିଆ ଫଳକ' । ୱେବ ପୋର୍ଟାଲ 'www।odiaphalaka।odisha।gov।in'ମଙ୍ଗଳବାର ଲୋକାର୍ପଣ ହୋଇଛି । ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଏହି ପୋର୍ଟାଲକୁ ଖାରବେଳ ଭବନରେ ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂହ ଲୋକାର୍ପଣ କରିଛନ୍ତି ।

କଡାକଡି ହେବ ଓଡିଆ ନାମ ଫଳକ ପ୍ରଦର୍ଶନ, ଖିଲାପ କଲେ ଗଣିବେ ତଣ୍ଡ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଲୋକାର୍ପଣ ହେଲା 'ଓଡ଼ିଆ ଫଳକ' । ୱେବ ପୋର୍ଟାଲ 'www।odiaphalaka।odisha।gov।in'ମଙ୍ଗଳବାର ଲୋକାର୍ପଣ ହୋଇଛି । ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଏହି ପୋର୍ଟାଲକୁ ଖାରବେଳ ଭବନରେ ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂହ ଲୋକାର୍ପଣ କରିଛନ୍ତି ।

ଏହା ଦ୍ୱାରା ରାଜ୍ୟରେ ଥିବା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡିକରେ ଓଡ଼ିଆ ଭାଷାରେ ନାମ ଫଳକ ପ୍ରଦର୍ଶନ ବ୍ୟବସ୍ଥା କଡାକଡି ଭାବେ ଲାଗୁ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି । ଓଡ଼ିଆ ଭାଷାରେ ନାମ ଫଳକ ପ୍ରଦର୍ଶନ ବାଧ୍ୟତାମୂଳକ କରାଯ଼ିବ । ଏହାକୁ ଖିଲାପ କଲେ ପ୍ରଥମ ଥର ୧ହଜାରରୁ  ୫ ହଜାର ଟଙ୍କା ଓ ଦ୍ୱିତୀୟ ଥର ଖିଲାପ କଲେ ୨ ହଜାରରୁ ୨୫ ହଜାର ଟଙ୍କା ଜରିମାନା ବ୍ୟବସ୍ଥା ରହିଥିବା ସେ କହିଛନ୍ତି  । ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ-୧୯୫୬କୁ  ରାଜ୍ୟର ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡିକରେ କାର୍ଯ୍ୟ ଓ ନିୟୋଜନର ସର୍ତ୍ତାବଳୀକୁ ନିୟନ୍ତ୍ରିତ କରିବା ଉଦ୍ଦେଶ୍ୟରେ ପ୍ରଣୟନ କରାଯାଇଛି । ଉକ୍ତ ଆଇନ ଅନୁଯାଇ ସମସ୍ତ ପ୍ରତିଷ୍ଠାନଗୁଡିକରେ ଓଡିଆ ଭାଷାରେ ନାମ ଫଳକ ପ୍ରଦର୍ଶନକୁ ବାଧ୍ୟତାମୂଳକ କରାଯାଇଛି ।

fallback

ଏନେଇ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକ ଓ ଜନସାଧାରଣଙ୍କ ଭାଗିଦାରୀ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଏହି ପୋର୍ଟାଲ ଆରମ୍ଭ କରାଯାଇଛି । ଏଥିରେ ସମସ୍ତ ପ୍ରକାର ତଥ୍ୟ ଉପଲବ୍ଧ ହୋଇଥିବା ସହ ନିୟମ ଉଲ୍ଲଙ୍ଘନକାରୀ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ବିରୋଧରେ ସାଧାରଣ ଜନତା ଅନଲାଇନ୍ରେ ନାମଫଳନ ନ ଲେଖାଯିବାର ଅଭିଯୋଗ ପତ୍ର ଦାଖଲ କରିପାରିବେ ।

fallback

ଏହି ବ୍ୟବସ୍ଥା ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମ ଅଧିନରେ ରହିବ । ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରି ସ୍ୱଚ୍ଛତାର ସହିତ ସମୟୋଚିତ ପଦକ୍ଷେପ ଗ୍ରହଣ ଦ୍ୱାରା କାର୍ଯ୍ୟଶୈଳୀର ରୂପାନ୍ତରଣ କ୍ଷେତ୍ରରେ ଅନ୍ୟତମ ପ୍ରୟାସ ବୋଲି ମନ୍ତ୍ରୀ କହିଛନ୍ତି । ଏତଦ୍ୱାରା ଓଡିଆ ଭାଷାର ବହୁଳ ପ୍ରଚାର ଓ ପ୍ରସାର ହେବା ସହିତ ଓଡିଶାର ସ୍ୱାଭିମାନକୁ ନିଶ୍ଚିତ ଭାବେ ସମୃଦ୍ଧ କରିବ ବୋଲି ଏହି ଅବସରରେ ଉପସ୍ଥିତ ବିଭାଗୀୟ କମିଶରନ ନିରଞ୍ଜନ ସାହୁ କହିଥିଲେ । ସେମାନଙ୍କ ସହ ଶ୍ରମ ବିଭାଗ ଓ ନିର୍ଦ୍ଦେଶାଳୟର ବରିଷ୍ଠ ପଦାଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ଆହୁରି ବି ପଢନ୍ତୁ: ଗ୍ୟାଙ୍ଗଷ୍ଟାର ରାଜା ଓ ତା'ର ପ୍ରେମ କାହାଣୀ

Trending news