ସଂସଦରେ କେମିତି ରହିବ ଓଡିଆ ସାଂସଦଙ୍କ ସ୍ୱର ?
trendingNow,recommendedStories0/zeeodisha/odisha597885

ସଂସଦରେ କେମିତି ରହିବ ଓଡିଆ ସାଂସଦଙ୍କ ସ୍ୱର ?

ରାଜ୍ୟର ସ୍ୱାର୍ଥ ପାଇଁ ସଂସଦରେ ପୂର୍ବଭଳି ଲଢେଇ କରିବ ବିଜେଡି । ଯେକୌଣସି ପ୍ରସଙ୍ଗରେ ରାଜ୍ୟରେ ସ୍ୱାର୍ଥ ନିହିତ ଥିବ, ସେସବୁକୁ ସଂସଦରେ ଦମଦାର ଢଙ୍ଗରେ ଉପସ୍ଥାପନ କରାଯିବ । ସଂସଦର ଶୀତ ଅଧିବେସନ ଆରମ୍ଭ ହେବାକୁ ଆଉ ମାତ୍ର କେଇ ଘଣ୍ଟା ବାକି ଥିବାବେଳେ ବିଜେଡି ରଣନୀତି ପ୍ରସ୍ତୁତ କରିଛି ।

ସଂସଦରେ କେମିତି ରହିବ ଓଡିଆ ସାଂସଦଙ୍କ ସ୍ୱର ?

ମଳୟ ମହାନ୍ତି, ଭୁବନେଶ୍ୱର: ରାଜ୍ୟର ସ୍ୱାର୍ଥ ପାଇଁ ସଂସଦରେ ପୂର୍ବଭଳି ଲଢେଇ କରିବ ବିଜେଡି । ଯେକୌଣସି ପ୍ରସଙ୍ଗରେ ରାଜ୍ୟରେ ସ୍ୱାର୍ଥ ନିହିତ ଥିବ, ସେସବୁକୁ ସଂସଦରେ ଦମଦାର ଢଙ୍ଗରେ ଉପସ୍ଥାପନ କରାଯିବ । ସଂସଦର ଶୀତ ଅଧିବେସନ ଆରମ୍ଭ ହେବାକୁ ଆଉ ମାତ୍ର କେଇ ଘଣ୍ଟା ବାକି ଥିବାବେଳେ ବିଜେଡି ରଣନୀତି ପ୍ରସ୍ତୁତ କରିଛି ।

ଦେଶର ୧୭ଟି ଆଇକନିକ ଟୁରିଷ୍ଟ ସାଇଟ୍ସ ମଧ୍ୟରେ ଓଡିଶାରୁ କୌଣସି ବି ସାଇଟ ସ୍ଥାନ ପାଇନଥିବାରୁ ଏହାକୁ ପ୍ରସଙ୍ଗ କରାଯିବ । ଅନ୍ତତଃ ଓଡିଶାର ଦୁଇଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ଆଇକନିକ ଟୁରିଷ୍ଟ ସାଇଟ୍ସରେ ସ୍ଥାନ ଦେବାକୁ ଦାବି କରିବ ବିଜେଡି । ଏଥିସହିତ ଭୁବନେଶ୍ୱରରୁ  ଦୁବାଇ ବିମାନ ସେବା, ବାଲିଯାତ୍ରାକୁ ନ୍ୟାସନାଲ ମାରିଟାଇମ ହେରିଟେଜ ଫେଷ୍ଟିଭାଲ କରାଯିବା, ଡିଷ୍ଟିକ ମିନେରାଲ ଫଣ୍ଡରୁ ଟିକସ ଛାଡ, ପୋଲାଭରମ ପ୍ରକଳ୍ପ, ସିବିଏସଇ ଫି ବୃଦ୍ଧି ନିଷ୍ପତ୍ତିର ପ୍ରତ୍ୟାହାର ଇତ୍ୟାଦି ପ୍ରସଙ୍ଗ ଉଠାଇବ ଦଳ । 

ପିଡିଏସ ସବସିଡି ବାବଦରେ ୨୦୧୭-୨୦୧୮ ମସିହାର ବକେୟା ୨୧୨୩ କୋଟି ଟଙ୍କା ସହ ୨୦୧୮ରୁ ସେପ୍ଟେମ୍ବର ୨୦୧୯ ପର୍ଯ୍ୟନ୍ତ ୧୩୪୫ କୋଟି ବକେୟା ଅର୍ଥ ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଥମ କିସ୍ତିରେ ବାକି ଥିବା ୮୧୮କୋଟି ଟଙ୍କା ପ୍ରଦାନ ଏବଂ କଣ୍ଟିଜେନସି ଫଣ୍ଡ ଆକାରରେ ୨୦୨ କୋଟି ଟଙ୍କା ରାଜ୍ୟକୁ ଦେବା ନେଇ ଦାବି କରିବ ବିଜେଡି । ଏଥିସହିତ ରାଜ୍ୟରେ ବ୍ୟାଙ୍କିଙ୍ଗ, ଟେଲିକମ ଏବଂ ଜାତୀୟ ରାଜପଥ ସେବା ବଢାଇବା ପାଇଁ ମଧ୍ୟ ଜୋରଦାର ଦାବି ହେବ । ଏନେଇ ଦଳ ପକ୍ଷରୁ କୁହାଯାଇଛି । 

ଧରାଇଦେଲା ଶାଳୀ...

ରାଜ୍ୟର ସ୍ୱାର୍ଥକୁ ନେଇ ବିଜେଡି ସଂସଦରେ ଲଢେଇ ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି । ଅନ୍ୟପଟେ ବିଜେଡିକୁ ଘେରିବାକୁ ଯୋଜନା କରୁଛନ୍ତି ବିରୋଧୀ । ରାଜ୍ୟରେ ହଟଚମଟ ଚଳାଇଥିବା ପିଇଓ ସ୍ମିତାରାଣୀ ପ୍ରସଙ୍ଗକୁ ସଂସଦରେ ଉଠାଇବାକୁ ବିରୋଧୀ କଂଗ୍ରେସ ଏବଂ ବିଜେପି ଯୋଜନା କରିଛନ୍ତି । ସ୍ମିତାରାଣୀ ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ ହେଉଥିବା ବେଳେ ସଂସଦରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ବିଜେଡିକୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ । ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ଉଭୟ ବିଜେପି ଏବଂ କଂଗ୍ରେସ ଦାବି କରିବେ। ଏପରିକି କଂଗ୍ରେସ ଆଉ ପାଦେ ଆଗକୁ ଯାଇ ରାଜ୍ୟର ଚିଟଫଣ୍ଡ ଦୁର୍ନୀତି ପ୍ରସଙ୍ଗରେ ସିବିଆଇର ତଦନ୍ତ କାହିଁକି ଧିମେଇ ଯାଇଛି, ସେନେଇ ପ୍ରଶ୍ନ କରିବ । ସ୍ଥାନୀୟ ସମସ୍ୟା ଉପରେ ମଧ୍ୟ ସାଂସଦମାନେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି । 

Trending news