ସରକାରଙ୍କ ସ୍କାନରରେ ଅଧ୍ୟାପକ ଓ ଅଧ୍ୟାପିକା
Advertisement

ସରକାରଙ୍କ ସ୍କାନରରେ ଅଧ୍ୟାପକ ଓ ଅଧ୍ୟାପିକା

ରାଜ୍ୟ ସରକାରଙ୍କ ସ୍କାନରରେ ଅଧ୍ୟାପକ ଓ ଅଧ୍ୟାପିକା । ଯେଉଁମାନେ ସରକାରୀ ଚାକିରି କରି ଘରୋଇ ଟ୍ୟୁସନ କରୁଛନ୍ତି, ସେମାନଙ୍କ ଉପରେ ଉଚ୍ଚଶିକ୍ଷା ବିଭାଗ ନଜର ପଡ଼ିଛି । ଉପକୂଳ ଜିଲ୍ଲାର ତାଲିକା ପ୍ରସ୍ତୁତ କରିଛି ବିଭାଗ । ତାଲିକାରେ ରହିଛି ୧୧୧ଜଣ ଅଧ୍ୟାପକଙ୍କ ନାମ । 

ସରକାରଙ୍କ ସ୍କାନରରେ ଅଧ୍ୟାପକ ଓ ଅଧ୍ୟାପିକା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍କାନରରେ ଅଧ୍ୟାପକ ଓ ଅଧ୍ୟାପିକା । ଯେଉଁମାନେ ସରକାରୀ ଚାକିରି କରି ଘରୋଇ ଟ୍ୟୁସନ କରୁଛନ୍ତି, ସେମାନଙ୍କ ଉପରେ ଉଚ୍ଚଶିକ୍ଷା ବିଭାଗ ନଜର ପଡ଼ିଛି । ଉପକୂଳ ଜିଲ୍ଲାର ତାଲିକା ପ୍ରସ୍ତୁତ କରିଛି ବିଭାଗ । ତାଲିକାରେ ରହିଛି ୧୧୧ଜଣ ଅଧ୍ୟାପକଙ୍କ ନାମ । 

ଖୁବ୍ ଶୀଘ୍ର ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ଯୋଜନା କରିଛନ୍ତି । ଉଚ୍ଚଶିକ୍ଷା ବିଭାଗ ୫-ଟି ଅଧିନକୁ ଆସିବା ପରେ ପାଠପଢା ଠାରୁ ଆରମ୍ଭ କରି ଶିକ୍ଷାର ମାନ ଏବଂ ଶିକ୍ଷାରେ ସଂସ୍କାର କିପରି ଆସିପାରିବ, ସେ ନେଇ ଉଦ୍ୟମ ଆରମ୍ଭ କରିଛନ୍ତି ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ । ଯେଉଁମାନେ ଟ୍ୟୁସନରେ ବ୍ୟସ୍ତ ଅଛନ୍ତି, ଦୁଇଦିନ ତଳେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଇଙ୍ଗିତ କରିଥିଲେ ବିଭାଗୀୟ ମନ୍ତ୍ରୀ ।
 
ତାଲିକାରେ ଭଦ୍ରକରୁ ସର୍ବାଧିକ ୫୦ଜଣ ଅଧ୍ୟାପକ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୨୩, ଯାଜପୁରରେ ୧୫, କେନ୍ଦ୍ରାପଡ଼ାରେ ୧୧, କଟକରେ ୧୦ଜଣ ଅଧ୍ୟାପକଙ୍କ ନାମ ରହିଛି । ଆଜି ବିଭାଗ ପକ୍ଷରୁ ଏହି ତାଲିକା ପ୍ରସ୍ତୁତ ହେବା ପରେ ଅଧ୍ୟାପକଙ୍କ ମନରେ ଛନକା ପଶିଛି । ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଛି ବିରୋଧି କଂଗ୍ରେସ ।