ମାଟିରେ ମିଶିଲା ପୁରୁଣା ଲିଙ୍ଗରାଜ ମାର୍କେଟ କମ୍ପଲେକ୍ସ
ଭାଙ୍ଗିଲା ଲିଙ୍ଗରାଜ ମାର୍କେଟ କମ୍ପଲେକ୍ସ । ପୁରୁଣା ଭୁବନେଶ୍ୱର ସ୍ଥିତ ପୁରାତନ ଲିଙ୍ଗରାଜ ମାର୍କେଟ କମ୍ପଲେକ୍ସ ଦୋକାନ ଗୃହ ଭଙ୍ଗାଯାଇଛି । ବିଡିଏ ଓ ବିଏମସିର ମିଳିତ ସ୍କ୍ୱାର୍ଡ ପୋଲିସ ପ୍ରଶାସନର ସହାୟତାରେ ଏହାକୁ ଭାଙ୍ଗିବା ପ୍ରକ୍ରୟା ଆଜି ଅର୍ଥାତ ଶୁକ୍ରବାର ଠାରୁ ଆରମ୍ଭ କରିଛି । ତେବେ ଦୀର୍ଘ ଦିନ ହେବ ଅସୁରକ୍ଷିତ ଘୋଷଣା ହୋଇଥିବା ଏହି କମ୍ପଲେକ୍ସକୁ ଭାଙ୍ଗିବା ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି ଚଳାଇ ଆସିଥିବା ବେଳେ ଆଜି ସଫଳ ହୋଇଛି । ବିନା ବିରୋଧରେ ୪ଟି ଜେସିବି ସହାୟତାରେ ସମସ୍ତ ଦୋକାନ ଗୃହ ଗୁଣ୍ଡ କରିଦିଆଯାଇଛି ।
Trending Photos
)
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଭାଙ୍ଗିଲା ଲିଙ୍ଗରାଜ ମାର୍କେଟ କମ୍ପଲେକ୍ସ । ପୁରୁଣା ଭୁବନେଶ୍ୱର ସ୍ଥିତ ପୁରାତନ ଲିଙ୍ଗରାଜ ମାର୍କେଟ କମ୍ପଲେକ୍ସ ଦୋକାନ ଗୃହ ଭଙ୍ଗାଯାଇଛି । ବିଡିଏ ଓ ବିଏମସିର ମିଳିତ ସ୍କ୍ୱାର୍ଡ ପୋଲିସ ପ୍ରଶାସନର ସହାୟତାରେ ଏହାକୁ ଭାଙ୍ଗିବା ପ୍ରକ୍ରୟା ଆଜି ଅର୍ଥାତ ଶୁକ୍ରବାର ଠାରୁ ଆରମ୍ଭ କରିଛି । ତେବେ ଦୀର୍ଘ ଦିନ ହେବ ଅସୁରକ୍ଷିତ ଘୋଷଣା ହୋଇଥିବା ଏହି କମ୍ପଲେକ୍ସକୁ ଭାଙ୍ଗିବା ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି ଚଳାଇ ଆସିଥିବା ବେଳେ ଆଜି ସଫଳ ହୋଇଛି । ବିନା ବିରୋଧରେ ୪ଟି ଜେସିବି ସହାୟତାରେ ସମସ୍ତ ଦୋକାନ ଗୃହ ଗୁଣ୍ଡ କରିଦିଆଯାଇଛି ।
ସମୟ ସକାଳ ୧୦ଟା । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେ ଥିବା ପୁରୁଣା ଲିଙ୍ଗରାଜ ମାର୍କେଟ କମ୍ପଲେକ୍ସ ଆଗରେ ପହିଞ୍ଚିଥିଲା ସେଣ୍ଟ୍ରାଲ ଏନଫୋର୍ସମେଣ୍ଟ ମନିଟରିଂ କମିଟି (CEMC) । ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ଦୂରେଇ ଯିବାକୁ ଘୋଷଣା ହୋଇଥିଲା । ବିଡିଏ ଓ ବିଏମସିର ସ୍ୱତନ୍ତ୍ର ସ୍କ୍ୱାର୍ଡ ଉପସ୍ଥିତିରେ ଆରମ୍ଭ ହୋଇଥିଲା ମାର୍କେଟ କମ୍ପଲେକ୍ସ ଉଚ୍ଛେଦ ପ୍ରକ୍ରିୟା । ୪ଟି ସ୍ୱତନ୍ତ୍ର୍ ଜେସିବି ସହାୟତାରେ ପ୍ରଥମେ କମ୍ପଲେକ୍ସ ଚାରିପଟେ ଥିବା କେବିନ୍ ଗୁଡିକୁ ଉଠାଯାଇ ଭଙ୍ଗାଯାଇଥିଲା । ଏହାପରେ ଗୋଟି ଗୋଟି କରି ଦୋକାନ ଗୃହକୁ ଭଙ୍ଗା ଯାଇଥିଲା ।
ତେବେ ୨୦୧୩ ମସିହାରେ ୧୦୧ ଦୋକାନ ଗୃହ ବିଶିଷ୍ଟ ଏହି କମ୍ପଲେକ୍ସକୁ ଅସୁରକ୍ଷିତ ଘୋଷଣା କରାଯାଇଥିବା ବେଳେ ଶୁକ୍ରବାର ଭଙ୍ଗାଯାଇଛି ଏବଂ ଶନିବାର ସୁଦ୍ଧା ସଂପୂର୍ଣ୍ଣ ଭଙ୍ଗା ପ୍ରକ୍ରିୟା ଶେଷ ହେବ ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି । ଏହାସହ ନୂତନ ଲିଙ୍ଗରାଜ ମାର୍କେଟ କମ୍ପକ୍ଲେସ ଦୋକାନ ଗୃହ ଆବଣ୍ଟନ ଶେଷ ହୋଇଥିବା ବେଳେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି । ତେବେ ବର୍ତ୍ତମାନ ଭଙ୍ଗାଯାଉଥିବା ପୁରୁଣା କମ୍ପଲେକ୍ସ ସ୍ଥାନକୁ ବ୍ୟବହାର କରି ଉନ୍ନତିମୂଳକ କାର୍ଯ୍ୟ କରାଯିବ ସହ ଉଚ୍ଚସ୍ତରୀୟ କମିଟି ବୌଠକରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।
ସେହିପରି ମାଉସି ମା’ ଛକରୁ ମ୍ୟୁଜିୟମ ଛକ ଯାଏଁ ଉଚ୍ଛେଦ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହେବାକୁ ଥିବା ବେଳେ କିଛି ସମସ୍ୟା ହେତୁ ହୋଇପାରି ନଥିବା କର୍ତ୍ତୁପକ୍ଷ କହିଛନ୍ତି । ସେପଟେ ଏହାକୁ ନେଇ ବ୍ୟବସାୟୀଙ୍କ ମନରେ ଏବେବି ଅସନ୍ତୋଷ ଜାରି ରହିଛି । ଆବଶ୍ୟକୀୟ ଥଇଥାନ ଅଭାବରୁ ପେଟପାଟଣାକୁ କୁଠାରଘାତ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଦୀର୍ଘ ଦିନ ହେବ ଅସୁରକ୍ଷିତ ଘୋଷିତ ଏହି କମ୍ପଲେକ୍ସକୁ ହଠାତ ଉଚ୍ଛେଦ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଦୋକାନ ସାମଗ୍ରୀ ସ୍ଥାନାନ୍ତର କରିବାକୁ ଅଧିକ ସମୟ ଦିଆଯାଇ ନଥିବା କହିଛନ୍ତି । ସେହିପରି ନୂତନ ମାର୍କେଟ କମ୍ପଲେକ୍ସରେ ଦୋକାନ ଗୃହ ଆବଣ୍ଟନରେ ଅନିୟମିତତା ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି ।
More Stories