ଶ୍ରୀକ୍ଷେତ୍ର ପରେ ଏବେ ପାଳି ଲିଙ୍ଗରାଜ ମନ୍ଦିର : ହଟିବ ଜବରଦଖଲ, ବଢ଼ିବ ସୌନ୍ଦର୍ଯ୍ୟ

ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱକୁ ଜବରଦଖଲ ମୁକ୍ତ ନେଇ କାମ ଚାଲିଥିବା ବେଳେ ଭୁବନେଶ୍ବର ପ୍ରଭୁ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଜବରଦଖଲ ମୁକ୍ତ ନେଇ ସୁରାକ୍ ମିଳିଛି । ଏନେଇ ଆସନ୍ତା ୧୫ ତାରିଖରୁ ଦୁଇଦିନିଆ ବିଡିଏ, ବିଏମସି, ସାଧାରଣ ପ୍ରଶାସନ ଓ ମନ୍ଦିର ପ୍ରଶାସନର ମିଳିତ ସହଯୋଗରେ ଏହାର ଚାରିପଟ ସରକାରୀ ଜମି ଚିହ୍ନଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଉଚ୍ଛେଦ ଓ ଥଇଥାନ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଏହାକୁ ନେଇ ଦ୍ଵନ୍ଦରେ  ବ୍ୟବସାୟୀ ଓ ଅଂଚଳବାସୀ । 

ଶ୍ରୀକ୍ଷେତ୍ର ପରେ ଏବେ ପାଳି ଲିଙ୍ଗରାଜ ମନ୍ଦିର : ହଟିବ ଜବରଦଖଲ, ବଢ଼ିବ ସୌନ୍ଦର୍ଯ୍ୟ

ଭୁବନେଶ୍ୱର: ଶ୍ରୀମନ୍ଦିର ପରେ ଏବେ ଲିଙ୍ଗରାଜ ମନ୍ଦିର ଚିନ୍ତା। ମପାଯିବ ଚତୁଃପାର୍ଶ୍ବ ଜମି । ହଟିବ କି ଜବରଦଖଲ ? ଅବରୋଧମୁକ୍ତ ହେବ କି ଲଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ? ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱକୁ ଜବରଦଖଲ ମୁକ୍ତ ନେଇ କାମ ଚାଲିଥିବା ବେଳେ ଭୁବନେଶ୍ବର ପ୍ରଭୁ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଜବରଦଖଲ ମୁକ୍ତ ନେଇ ସୁରାକ୍ ମିଳିଛି  । 
ପୁରୁଣା ଭୁବନେଶ୍ବର ସ୍ଥିତ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ଶୋଭା ବୃଦ୍ଧି କରିବା ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଚତୁଃପାର୍ଶ୍ବ ଜମି ଚିହ୍ନଟ କରିବାକୁ ନିଷ୍ପତ୍ତି ହୋଇଛି।  ଏନେଇ ସ୍ବତନ୍ତ୍ର ବ୍ଲୁ- ପ୍ରିଣ୍ଟ ପ୍ରସ୍ତୁତ କରାଯିବା ସହ ମନ୍ଦିରର କେଉଁ ପାର୍ଶ୍ବରେ କେତେ ଜମି ଜବରଦଖଲ ହୋଇଛି, କେତେ ସରକାରୀ ଜମି ଓ ସ୍ଥିତିବାନ ପ୍ଲଟ ରହିଛି ସେନେଇ ସବିଶେଷ ତଥ୍ୟ ଲାଗି ଆସନ୍ତା ୧୫ ରୁ ଦୁଇଦିନିଆ ମିଳିତ ସର୍ଭେ କରିବାକୁ ସ୍ଥିର ହୋଇଛି।  ଏନେଇ ଆସନ୍ତା ୧୫ ତାରିଖରୁ ଦୁଇଦିନିଆ ବିଡିଏ, ବିଏମସି, ସାଧାରଣ ପ୍ରଶାସନ ଓ ମନ୍ଦିର ପ୍ରଶାସନର ମିଳିତ ସହଯୋଗରେ ଏହାର ଚାରିପଟ ସରକାରୀ ଜମି ଚିହ୍ନଟ କରିବାକୁ ନିଷ୍ପତ୍ତି ନିଆଯାଇଛି।  ଅନ୍ୟପଟେ ଉଚ୍ଛେଦ ଓ ଥଇଥାନ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଏହାକୁ ନେଇ  ଦ୍ଵନ୍ଦରେ  ବ୍ୟବସାୟୀ ଓ ଅଂଚଳବାସୀ । 

 ତେବେ ଦୀର୍ଘ ବର୍ଷ ଧରି ସେଠାରେ ଅନେକ ବ୍ୟବସାୟୀ ସେମାନଙ୍କ ବେପାର ଚଲାଇଥିବା ବେଳେ ଅନେକ ଉଠାଦୋକାନୀଙ୍କ କବ୍ଜାରେ ମଧ୍ୟ ରହୁଛି। ଯାହାଫଳରେ  ମନ୍ଦିର ସୌନ୍ଦର୍ଯ୍ୟହାନୀ ସହ ଟ୍ରାଫିକ ଓ ପାର୍କିଂ ସମସ୍ୟା ଲାଗିରହିଛି। ଏବେ ସୌନ୍ଦ୍ୟର୍ଯ୍ୟକରଣ ନାମରେ ଜମି ଚିହ୍ନଟ ହୋଇ ଉଚ୍ଛେଦ ହେଲେ ସମସ୍ୟାରେ ସୁଧାର ଆସିବ ବୋଲି ଅଂଚଳବାସୀ କହିଛନ୍ତି।  
କେବଳ ସେତିକି ନୁହେଁ, ମନ୍ଦିର ଚାରିପାଖରେ ଅନେକ ସରକାରୀ ବିଲଡିଂ ଓ କାର୍ଯ୍ୟାଳୟ ମଧ୍ୟ  ରହିଛି।  ଚାରିପଟେ ସ୍କୁଲ, ହସ୍ପିଟାଲ, ମନ୍ଦିର କାର୍ଯ୍ୟାଳୟ, ଥାନା, ହାଟ ଆଦି ଥିବା ବେଳେ ସେଗୁଡ଼ିକ କଣ କରାଯିବ ତାହା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।