କମିଶନରେଟ ପୋଲିସ (BBSR Commissionerate Police) ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ମନ୍ଦିର ଭିତରେ ଓ ବାହାରେ ଭିଡକୁ ଏଡ଼ାଇବା ପାଇଁ ସ୍ବତନ୍ତ୍ର ଫୋର୍ସ ମୁତୟନ ରହିବେ।
Trending Photos
ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ଏଥର ନିରାଡମ୍ବର ମହାଶିବରାତ୍ରି। ଏଥର କଟକଣା ମଧ୍ୟରେ ହେବ ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗର ଯାତ୍ରା। ଆସନ୍ତା ୧୧ ତାରିଖ ମହାଶିବରାତ୍ରି ପାଇଁ ସୁରକ୍ଷା ଦୃଷ୍ଟିକୋଣରୁ ଶନିବାର ପୁରୁଣା ଭୁବନେଶ୍ବରସ୍ଥିତ କୋରାପୁଟ ଭବନରେପ୍ରସ୍ତୁତି ବୌଠକ ହୋଇଛି। ଏଥିରେ ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ୩ ସେବାୟତ ନିଯୋଗ ପ୍ରତିନିଧି ଉପସ୍ଥିତ ଥିଲେ।
ଶ୍ରୀଲିଙ୍ଗରାଜ ମନ୍ଦିର (Lingraj Temple) ରେ କୋଭିଡ କଟକଣା ସହିତ ଶାନ୍ତି ଶୃଙ୍ଖଳାରେ କିଭଳି ଯାତ୍ରା (Jagar Jatra) ସମ୍ପନ୍ନ ହେବ ସେନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ (Sudhansu Sarangi) , ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଏଥିରେ ସାମିଲ ହୋଇଥିଲେ। କମିଶନରେଟ ପୋଲିସ (BBSR Commissionerate Police) ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ମନ୍ଦିର ଭିତରେ ଓ ବାହାରେ ଭିଡକୁ ଏଡ଼ାଇବା ପାଇଁ ସ୍ବତନ୍ତ୍ର ଫୋର୍ସ ମୁତୟନ ରହିବେ।
Also Read: ଲିଙ୍ଗରାଜରେ ହେବ ଜାଗର ଯାତ୍ରା, କେଉଁମାନେ ଯିବେନି ମନ୍ଦିର ଜାଣନ୍ତୁ !
ଏହାସହ ଶିବରାତ୍ରି (Shivratri) ଟ୍ରାଫିକ ବ୍ୟବସ୍ଥା (TRaffic System) କୁ କଡାକଡି କରାଯିବା ସହ ଭକ୍ତମାନେ କିଭଳି ସୁରୁଖୁରୁରେ ମହାଦେବ (Lord Shiva) ଙ୍କ ଦର୍ଶନ କରି ପ୍ରସ୍ଥାନ କରିବେ ତାକୁ ଗୁରୁତ୍ବ ଦିଆଯାଇଥିବା ଡିସିପି କହିଛନ୍ତି। ମହାଦୀପ (Maha Deepa) ଉଠିବା ପରେ ଶ୍ରଦ୍ଧାଳୁ (Devotees) କିଭଳି ମନ୍ଦିରରୁ ଶାନ୍ତିଶୃଙ୍ଖଳାରେ ଯିବେ ସେ ନେଇ ମଧ୍ୟ ବିଶେଷ ଦିଆଯାଇଛି। କୋଭିଡ ନିୟମ ପାଳନ କରି ଭକ୍ତମାନେ ଦୀପ ଜାଳିବେ। ଦୀପ ଜାଳିବା ପାଇଁ କେହି ଏକତ୍ରିତ ହୋଇ ବସିବେ ନାହିଁ ସେ ଦିଗ ପ୍ରତି ଧ୍ୟାନ ଦିଆଯିବ।
ସେପଟେ ମନ୍ଦିର ପ୍ରଶାସନ ପକ୍ଷରୁ ସାନିଟାଇଜେସନ (Sanitation) ପ୍ରତି ଗୁରୁତ୍ବ ଦିଆଯିବ। ପର୍ଯ୍ୟାପ୍ତ ସାନିଟାଇଜେସନ ବ୍ୟବସ୍ଥା ଏବଂ ମାସ୍କ (Mask) ର ବନ୍ଦବସ୍ତ କରାଯାଇଥିବା ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ ସ୍ବାଇଁ କହିଛନ୍ତି। ଖାଦ୍ୟ ବଣ୍ଟନ ଉପରେ ରୋକ ଲଗାଯାଇ କେବଳ ପାଣି ଓ ORS ବଣ୍ଟାଯିବ। ସେବାୟତଙ୍କ ପୂର୍ଣ୍ଣ ସହଯୋଗରେ ଜାଗରଯାତ୍ରା ସଂପନ୍ନ ହେବ ବୋଲି ବ୍ରାହ୍ମଣ ନିଯୋଗ (Brahmin Nojig) ସଂପାଦକ ବିରଂଚି ନାରାୟଣ ପତି କହିଛନ୍ତି।
Also Read: ସରକାରୀ ନିୟମକୁ ବେଖାତିର, ଘରୋଇ ସ୍କୁଲ ବିରୁଦ୍ଧରେ ଅଭିଯୋଗ ଆଣିଲେ ଅଭିଭାବକ
ଅପରପଟେ ଶନିବାରର ବୌଠକରେ ସମୟ ପରିବର୍ତ୍ତନକୁ ନେଇ ସ୍ଥାନୀୟ ସମାଜସେବୀ (Social Workers) ଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି। ପୂର୍ବରୁ ଚିଠି ମୁତାବକ ପୂର୍ବାହ୍ନ ୧୧ଟାରେ ବୈଠକ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ନ ଜଣାଇ ଦିନ ୧୦ଟାରେ ବୈଠକ କରାଯାଇଛି। ଫଳରେ ଉକ୍ତ ବୈଠକରେ ସମାଜସେବୀମାନେ ବାଦ ପଡିଥିଲେ ସ୍ଥାନୀୟ ବାସିନ୍ଦା ତଥା ସମାଜସେବୀଙ୍କୁ ବାଦ୍ ଦିଆଯାଇଥିଲା। ବୈଠକରେ ଅନୁପସ୍ଥିତ ରହିବାରୁ ସ୍ଥାନୀୟବାସିନ୍ଦାମାନେ ଜାଗରଯାତ୍ରା ପାଇଁ ପ୍ରସ୍ତାବ ଦେଇପାରିନଥିବା ରଶ୍ମୀ ମହାପାତ୍ର କହିଛନ୍ତି।