ନନ୍ଦନକାନନକୁ ଆସିବ ସିଂହଳରୁ ସିଂହ
Advertisement

ନନ୍ଦନକାନନକୁ ଆସିବ ସିଂହଳରୁ ସିଂହ

 ବର୍ଷ ଶେଷରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ ।

 ନନ୍ଦନକାନନକୁ ଆସିବ ସିଂହଳରୁ ସିଂହ

ଭୁବନେଶ୍ୱର: ୬୦ ବର୍ଷରେ ପଦାର୍ପଣ କରିଛି ପ୍ରାଣୀ ଉଦ୍ୟାନ କେନ୍ଦ୍ର ନନ୍ଦନକାନନ। ଦୀର୍ଘ ୬୦ ବର୍ଷ ମଧ୍ୟରେ ଦେଶରେ ଥିବା ସମସ୍ତ ପ୍ରାଣୀ ଉଦ୍ୟାନ କେନ୍ଦ୍ର ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛି ନନ୍ଦନକାନନ । ହେଲେ ଏହା ମଧ୍ୟରେ କ୍ରମାନ୍ଵୟ ଭାବେ ପଶୁପକ୍ଷୀଙ୍କ ମୃତ୍ୟୁ ସମସ୍ତଙ୍କର ମୁଣ୍ଡବ୍ୟଥାର କାରଣ ହୋଇଛି । ବର୍ଷକ ମଧ୍ୟରେ ପାଖାପାଖି ୭୦ରୁ ଉର୍ଦ୍ଧ୍ୱ ଜୀବଜନ୍ତୁଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଆଫ୍ରିକାନ ସିଂହ ଓ ୨ ବାଘବାଘୁଣୀ ଓ ୪ ହାତୀଙ୍କ ମୃତ୍ୟୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଅବହେଳାକୁ ପଦାରେ ପକାଇଛି।

 ୬୦ ତମ ପ୍ରତିଷ୍ଠା ଦିବସରେ ନୂଆ ଜୀବଜନ୍ତୁଙ୍କୁ ଦେଖି ଖୁସି ହୋଇଛନ୍ତି ପର୍ଯ୍ୟଟକ । ୩ ବିଦେଶୀ ପ୍ରଜାତିର ମାଙ୍କଡ଼, ଗୁଣ୍ଡୁଚି ମାଙ୍କଡ଼, ତାମାରିନ, କାପୁଚିନ ମାଙ୍କଡ଼ ପର୍ଯ୍ୟଟକଙ୍କ ପାଇଁ ପ୍ରଦର୍ଶିତ କରାଯାଇଛି। ସେହିପରି ସମ୍ରାଟ ଓ ରେଣୁକ ଔରସରୁ ଜନ୍ମିତ ୨ ଟି କଳା ଲୋମଯୁକ୍ତ ବିରଳ ବାଘ ଖୁଆଡ଼କୁ ଛଡ଼ାଯିବା ସହ ସ୍ପନ୍ଦନ ଓ ବାସୁ ନାମକରଣ କରାଯାଇଛି । ଏହାସହିତ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ନୂଆ ଗଧିଆ ଖୁଆଡ । ଖୁବଶୀଘ୍ର ନନ୍ଦନକାନନକୁ ଶ୍ରୀଲଙ୍କାରୁ ସିଂହ ଆଣିବା ପଇଁ ଯୋଜନା କରାଯାଉଥିବା କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ସେପଟେ ୨ ମାସ ମଧ୍ୟରେ ନନ୍ଦନକାନନରେ ପୁନଃ ଟଏ ଟ୍ରେନ ସହ ରୋପ ୱେ କାର୍ଯ୍ୟକ୍ଷମ ହେବା ପାଇଁ ସମସ୍ତ କାର୍ଯ୍ୟ ଜୋରଦାର ଚାଲିଛି ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
୨୦୧୯ରେ ନନ୍ଦନକାନନ ପାଇଁ ପାଖପାଖି ୨୮ଶହ କୋଟିରୁ ଅଧିକ ଟଙ୍କାର ଅନୁଦାନ ମିଳିଛି । ହେଲେ ଜୀବଜନ୍ତୁଙ୍କ ସୁରକ୍ଷା ନେଇ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସ୍ପଷ୍ଟ ହୋଇଛି । ୨୦୧୯ରେ ବିରଳ ପ୍ରଜାତିର ୭୦ଟି ଜୀବଜନ୍ତୁ ପ୍ରାଣ ହରାଇଛନ୍ତି । ପ୍ରାଣ ହରାଥିବା ଜୀବଜନ୍ତୁଙ୍କମ ଧ୍ୟରେ ୨ ବାଘ ବାଘୁଣୀ ରହିଥିବା ବେଳେ ୨ଟି ଆଫ୍ରିକାନ ସିଂହ ରହିଛନ୍ତି। ସେହିପରି ୨ ନିଳଗାଇ, ୧୩ ବିଭିନ୍ନ ପ୍ରଜାତିର ହରିଣ, ୪ ଜଳ ହସ୍ତି, ୪ହସ୍ତି ଓ ନୂତନ ଭାବେ ଆସିଥିବା ୮ଟି ଆନାକୋଣ୍ଡା ମଧ୍ୟରୁ ୧୨ଆନାକୋଣ୍ଡାର ପ୍ରାଣହାନୀ ହୋଇ ସାରିଛି। 

୨୦୧୯ରେ ନନ୍ଦନକାନନକୁ ୧୨ ବର୍ଷରୁ ଉର୍ଦ୍ଧ ୨୭ ଲକ୍ଷ ୩୪ ହଜାର ୮୭୬ ଜଣ ପର୍ଯ୍ୟଟକ ଆସିଥିବା ବେଳେ ୪ ଲକ୍ଷ ୯ ହଜାର  ୨୦୧ ଜଣ ଶିଶୁ ବୁଲିବାକୁ ଆସିଛନ୍ତି। ୨୦୧୯ରେ ପର୍ଯ୍ୟଟକଙ୍କ ଠାରୁ ୧୬ କୋଟି ୮୫ ଲକ୍ଷ ୨୭ ହଜାର ୬୩୬ ଟଙ୍କା ଆଦାୟ କରାଯାଇଥିବା ରିପୋର୍ଟରୁ ଜଣା ପଡ଼ିଛି।