ବିବାହ କରି ହଟହଟା, ମେହେନ୍ଦୀ ଉତ୍ସବରେ ପ୍ରେମିକ ଦେଲା ସ୍ୱାମୀର ପ୍ରମାଣ

ବିବାହ କରି ହଟହଟା, ମେହେନ୍ଦୀ ଉତ୍ସବରେ ପ୍ରେମିକ ଦେଲା ସ୍ୱାମୀର ପ୍ରମାଣ

ବିବାହ କରି ଦ୍ୱିତୀୟ ବିବାହ କରିବାବେଳେ ପହଞ୍ଚିଥିଲେ ସ୍ୱାମୀ ଆଉ ଦେଇଥିଲେ ବିବାହର ପ୍ରମାଣ

ବିବାହ କରି ହଟହଟା, ମେହେନ୍ଦୀ ଉତ୍ସବରେ ପ୍ରେମିକ ଦେଲା ସ୍ୱାମୀର ପ୍ରମାଣ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ବିବାହ କରି ହଟହଟା । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ଅନୁଗୁଳ ଜିଲ୍ଲାର ରାକେଶ କୁମାର ବାରିକ ନାମକ ଜଣେ ଯୁବକ ୨୦୧୩ ମସିହାରେ ଭୁବନେଶ୍ୱର ନୟାପଲ୍ଲୀ ଆଇଆରସି ଭିଜେଜ ବାସିନ୍ଦା ପ୍ରମୋଦ କୁମାର ସେନାପତିଙ୍କ ଝିଅଙ୍କୁ କୋର୍ଟ ମ୍ୟାରେଜ କରିଥିଲେ । ତେବେ ବିବାହର ୬ ବର୍ଷ ପରେ ଯୁବତି ଜଣଙ୍କୁ ଅନ୍ୟଜଣଙ୍କୁ ବିବାହ କରୁଥିବା ଖବର ପାଇ ଆଜି ତାଙ୍କ ଘର ଆଗରେ ପରିବାର ବର୍ଗଙ୍କ ସହ ବିରୋଧ କରିଥିଲେ । ଯାହାକୁ ନେଇ ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି ।

 ରାକେଶଙ୍କ କହିବା ମୁତାବକ ଉଭୟଙ୍କ ମଧ୍ୟରେ ଦୀର୍ଘ ୧୧ ବର୍ଷ ଧରି ପ୍ରେମ ସଂପର୍କ ଥିଲା । ଏହାପରେ ୨୦୧୩ ମସିହା ମଇ ମାସ ୧୭ ତାରିଖରେ ଅନୁଗୁଳ କୋର୍ଟରେ ମ୍ୟାରେଜ ଅଫିସର ଶ୍ରି ବି. ଦୀପଙ୍କ ଦ୍ୱାରା ତିନିଜଣ ସାକ୍ଷୀ ପ୍ରମାଣ ଉପସ୍ଥିତିରେ ପ୍ରମୋଦ ସେନାପତିଙ୍କ ଝିଅ ମଧୁସ୍ମିତ ସେନାପତିଙ୍କୁ ବିବାହ କରିଥିଲେ । ଯାହାର ସେ କୋର୍ଟ କପି ଦେଖାଇଛନ୍ତି । ତେବେ ବିବାହ ପରେ ଉଭୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସହ ଦୁଇ ପରିବାର ମଧ୍ୟରେ ବିଭିନ୍ନ ଯାନିଯାତ୍ରା, ପର୍ବ ପର୍ବାଣୀ ଓ ବିବାହ ମହୋସ୍ତ୍ରବରେ ସାମିଲ ହୋଇଥିଲେ । ଦୁଇ ବର୍ଷ ତଳେ ୨୦୧୭ ମସିହାରେ ରାକେଶଙ୍କ ଭଉଣୀଙ୍କ ବିବାହ ଉସ୍ତ୍ରବରେ ମଧୁସ୍ମିତା ସାମିଲ ହୋଇଥିବାର ଫଟୋ ମଧ୍ୟ ତାଙ୍କ ଭଉଣୀ ଦେଖାଇଛନ୍ତି । ଏପରିକି ଚଳିତ ବର୍ଷ ଉଭୟେ ବାହାର ରାଜ୍ୟକୁ ବୁଲି ଯାଇଥିବା ରାକେଶ କହିଛନ୍ତି । ଏସବୁ ସତ୍ତ୍ୱେ ତାଙ୍କୁ ନ ଜଣାଇ ହଠାତ ମଧୁସ୍ମିତା ଅନ୍ୟ ଜଣଙ୍କୁ ବିବାହ ଖବର ଜାଣିବା ପରେ ତାଙ୍କ ଘର ଆଗରେ ବିରୋଧ କରିଥିଲେ । ତେବେ ରାକେଶ ଏକ ଘରୋଇ କଂପାନୀରେ ଆସିଷ୍ଟାଣ୍ଟ ମ୍ୟାନେଜର ଥିବା ବେଳେ ଯୁବତୀ ଜଣଙ୍କ ମଧ୍ୟ ଏକ ଘରୋଇ ଚାକିର କରିଥିବା ବେଳେ କିଛି ମାସ ହେବ ଛାଡି ଦେଇଥିବା ସେ କହିଛନ୍ତି । ତେବେ ଏସବୁ ଘଟଣା ନେଇ ରାକେଶ ପୂର୍ବରୁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

ବୁଧବାର ଯୁବତୀ ଜଣଙ୍କର ମେହେନ୍ଦୀ ଉସ୍ତ୍ରବ ଚାଲିଥିବା ବେଳେ ନଭେମ୍ବର ୨୮ ତାରିଖ ଗୁରୁବାର ବିବାହ ହୋଇଥାନ୍ତ । ତେବେ ଏସବୁ ଘଟଣା ସଂପୂର୍ଣ୍ଣ ମିଥ୍ୟ ଏବଂ କୋର୍ଟର ଆଶ୍ରୟ ନେବେ ବୋଲି ଯୁବତୀଙ୍କ ବାପା ପ୍ରମୋଦ ସେନାପତି କହିଛନ୍ତି । ତାଙ୍କ ଝିଅ ମଧୁସ୍ମିତଙ୍କ ଅନିଚ୍ଛାସତ୍ତ୍ୱେ ବିବାହ କରାଉଥିବା  ସେ କହିଛନ୍ତି । ଏହାସହ ଗୁରୁବାର ହେବାକୁ ଥିବା ବିବାହ ଉସ୍ତ୍ରବକୁ ଘୁଞ୍ଚାଇବେ ବୋଲି କହିଛନ୍ତି ।

ଏ ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିବା ବେଳେ ଘଟଣାର ମୋଡ କେଉଁଆଡକୁ ଯାଉଛି ତାହା ଆଗାମୀ ଦିନରେ ଜଣାପଡିବ

Trending news