ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
Advertisement

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଢେଙ୍କାନାଳ, କେନ୍ଦୁଝର, କଟକ, ଖୋର୍ଦ୍ଧା  ଏବଂ ପୁରୀରେ  ପ୍ରବଳ ବର୍ଷା ହୋଇଥିବାବେଳେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷିବ ବୋଲି କୁହାଯାଇଛି। ବର୍ଷା ଯୋଗୁ ବଂଶଧାରାରେ ପାଣି ବଢୁଥିବାବେଳେ ମହାନଦୀର ୮ଟି ଗେଟ ଖୋଲାଯାଇଛି। ଏଥିସହିତ ଗଜପତି ଜିଲ୍ଲା ଗୁମା ବ୍ଲକ ବଡ କେଳାକୋଟ ପଂଚାଯ଼ତ କୁଲୁଙ୍ଗା ଓ ତିତିସିଂ ଗାଁର କୋଡିଏ ଘର ଭୂସ୍ଫଳନ ଯୋଗୁ ପ୍ରଭାବିତ ହୋଇଛି। 

  • ଢେଙ୍କାନାଳ, କେନ୍ଦୁଝର,କଟକ, ଖୋର୍ଦ୍ଧା ଏବଂ ପୁରୀରେ  ପ୍ରବଳ ବର୍ଷା ହୋଇଥିବାବେଳେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷିବ ବୋଲି କୁହାଯାଇଛି। ବର୍ଷା ଯୋଗୁ ବଂଶଧାରାରେ ପାଣି ବଢୁଥିବାବେଳେ ମହାନଦୀର ୮ଟି ଗେଟ ଖୋଲାଯାଇଛି। ଏଥିସହିତ ଗଜପତି ଜିଲ୍ଲା ଗୁମା ବ୍ଲକ ବଡ କେଳାକୋଟ ପଂଚାଯ଼ତ କୁଲୁଙ୍ଗା ଓ ତିତିସିଂ ଗାଁର କୋଡିଏ ଘର ଭୂସ୍ଫଳନ ଯୋଗୁ ପ୍ରଭାବିତ ହୋଇଛି। 

Trending Photos

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବ୍ୟାପକ ବର୍ଷା ହୋଇଛି। ପୁରୀ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବାବେଳେ ୫ଟି ଜିଲ୍ଲାରେ ୧୦୦ମିଲିମିଟରରୁ ଅଧିକ ବର୍ଷା ହୋଇଛି। ପୁରୀର କୃଷ୍ଣପ୍ରସାଦରେ୨୪୯.୪ ମିଲିମିଟର ବର୍ଷା ହୋଇଥିବାବେଳେ ବ୍ରହ୍ମଗିରିରେ ୧୮୨ମିମି, ପୁରୀରେ ୧୬୬.୫ଏବଂ ଭୁବନେଶ୍ୱରରେ ୧୦୦ ମିଲିମିଟର ବର୍ଷା ହୋଇଛି।

ଢେଙ୍କାନାଳ, କେନ୍ଦୁଝର, କଟକ, ଖୋର୍ଦ୍ଧା  ଏବଂ ପୁରୀରେ  ପ୍ରବଳ ବର୍ଷା ହୋଇଥିବାବେଳେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷିବ ବୋଲି କୁହାଯାଇଛି। ବର୍ଷା ଯୋଗୁ ବଂଶଧାରାରେ ପାଣି ବଢୁଥିବାବେଳେ ମହାନଦୀର ୮ଟି ଗେଟ ଖୋଲାଯାଇଛି। ଏଥିସହିତ ଗଜପତି ଜିଲ୍ଲା ଗୁମା ବ୍ଲକ ବଡ କେଳାକୋଟ ପଂଚାଯ଼ତ କୁଲୁଙ୍ଗା ଓ ତିତିସିଂ ଗାଁର କୋଡିଏ ଘର ଭୂସ୍ଫଳନ ଯୋଗୁ ପ୍ରଭାବିତ ହୋଇଛି। ଲୋକଙ୍କୁ ନିକଟସ୍ଥ ଚର୍ଚରେ ଆଶ୍ରୟ  ଦିଆଯାଇଥିବାବେଳେ କେନ୍ଦୁଝର  ହରିଚନ୍ଦନପୁରରେ କାନ୍ଥ ପଡି ଜଣେ ମୃତ ହୋଇଥିବା ସୂଚନା ମିଳିଥିବା କୁହାଯାଇଛି।

ସେହିପରି କଟକ ଏବଂ ଭୁବନେଶ୍ୱର  ତଳିଆ ଅଞ୍ଚଳରେ ପାଣି ଜମି ରହିଥିବାରୁ ତାକୁ ନିଷ୍କାସନ ପାଇଁ ସମସ୍ତ ପଦକ୍ଷେପ ନିଆଯାଉଥିବା ଏସଆରସି କହିଛନ୍ତି। ଆସନ୍ତା ୨୪ ଘଣ୍ଟାରେ ବ୍ୟାପକ ବର୍ଷାକୁ ଆଖି ଆଗରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଥିବାବେଳେ ଆବଶ୍ୟକସ୍ଥଳେ  ସ୍କୁଲ ଏବଂ ଶିକ୍ଷାନୁଷ୍ଠାନ ବନ୍ଦ କରିବା ନିଷ୍ପତ୍ତି ଜିଲ୍ଲାପାଳ ନେବେ ବୋଲି ଏସଆରସି କହିଛନ୍ତି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ  ୫ଟି ଜିଲ୍ଲା ଢେଙ୍କାନାଳ, କେନ୍ଦୁଝର, କଟକ, ଖୋର୍ଦ୍ଧା ଏବଂ ପୁରୀକୁ ରେଡ ୱାର୍ନିଙ୍ଗ  ଦିଆଯାଇଥିବାବେଳେ ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂପୁର, ଗଂଜାମ, ନୟାଗଡ଼, ଦେବଗଡ ଏବଂ ଅନୁଗୁଳକୁ ଅରେଞ୍ଜ ୱାର୍ନିଙ୍ଗ ଦିଆଯାଇଛି। ଏଥିସହିତ ସୁନ୍ଦରଗଡ, ସମ୍ବଲପୁର, ବୌଦ୍ଦ, , କନ୍ଧମାଳ ଏବଂ ଗଜପତିକୁ ୟେଲୋ  ୱାର୍ନିଙ୍ଗ ଦିଆଯାଇଛି। ୨୫ ତାରିଖ ଯାଏ ବର୍ଷା ପ୍ରବଳ ହେବା ସହ ୨୬ତାରିଖଠାରୁ ବର୍ଷା କମିବ। ଏପରିକି ବର୍ଷା ବ୍ୟାପକ ହେଲେ ମଧ୍ୟ  ପବନ ବହିବାର ସମ୍ଭାବନା ନ ଥିବାରୁ ମତ୍ସଜୀବୀମାନଙ୍କୁ ସମୁଦ୍ର ବାରଣ କରାଯାଇ ନାହିଁ. ବ୍ରାହ୍ମଣୀ, ମହାନଦୀ, ରୂଷିକୂଲ୍ଯା, ବଂଶଧାରା ଆଦି ନଦୀର ତଳିଆ ଅଂଚଳରେ ବର୍ଷା ହେଉଥିବାରୁ ନଦୀରେ ପାଣି ବଢିବାର ସମ୍ଭାବନା ରହିଛି।