• ୯୮ ବର୍ଷ ବୟସରେ MDH ମସଲା ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କ ମୃତ୍ୟୁ । ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ସୂଚନା ॥
  • ଧର୍ମପାଲଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଶୋକ ପ୍ରକାଶ ॥
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ମଧ୍ୟ ଶୋକ ପ୍ରକାଶ
  • ପରୀ ହତ୍ୟା ମାମଲାରେ CBI ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।
  • ପରୀକୁ ନ୍ୟାୟ ଦେବାକୁ କଂଗ୍ରେସ ଚାହେଁନି । ଡିସେମ୍ବର ୧୫ରୁ ପ୍ରତି ବ୍ଲକରେ ପଦଯାତ୍ରା କରିବ ବିଜେପି : ପ୍ରତାପ ଷଡ଼ଙ୍ଗୀ ॥
  • ରାଜ୍ୟରେ ବିଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣଙ୍କ ମୃତ୍ୟୁ । ମୃତ୍ୟୁ ସଂଖ୍ୟା ୧୭୫୫ ଛୁଇଁଲା ।
  • ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪୩୪ କୋରୋନା ସଂକ୍ରମିତ ଚିହ୍ନଟ ॥

ଏଥର ଦୀପାବଳିକୁ ଫିକା କରିପାରେ ବର୍ଷା

ୱେଲ ମାର୍କ୍ଡ ଲୋ ପ୍ରେସରର ରୂପ ନେଲା ଲଘୁଚାପ। ରାଜ୍ୟରେ ତିନି ଦିନ ପ୍ରବଳ ବର୍ଷିବ। ଏହାର ପ୍ରଭାବରେ ଆସନ୍ତା ତିନିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ଭାବେ ନିର୍ଦ୍ଧୁମ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। 

ଏଥର ଦୀପାବଳିକୁ ଫିକା କରିପାରେ ବର୍ଷା
low depression

ଭୁବନେଶ୍ୱର ,ଶାନ୍ତସ୍ୱରୂପ ରାଉତ: ୱେଲ ମାର୍କ୍ଡ ଲୋ ପ୍ରେସରର ରୂପ ନେଲା ଲଘୁଚାପ, ରାଜ୍ୟରେ ତିନି ଦିନ ପ୍ରବଳ ବର୍ଷିବ। ମଙ୍ଗଳବାର ପଶ୍ଚିମ କେନ୍ଦ୍ରିୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ସକ୍ରିୟ ହୋଇ ୱେଲ ମାର୍କ୍ଡ ଲୋ ପ୍ରେସରରେ ପରିଣତ ହୋଇ ପଶ୍ଚିମ କେନ୍ଦ୍ରିୟ ବଙ୍ଗୋପସାଗର ଆନ୍ଧ୍ର ଉପକୂଳରେ ରହିଛି।  ଏହାର ପ୍ରଭାବରେ ଆସନ୍ତା ତିନିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ଭାବେ ନିର୍ଦ୍ଧୁମ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।  ଆସନ୍ତା ୨୪ ଘଣ୍ଟାରେ କୋରାପୁଟ, ଗଜପତି, ଗଂଜାମ ଓ ପୁରୀ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଅରେଂଜ ୱାର୍ଣ୍ଣିଂ ଏବଂ ମାଲକାନଗିରି, ରାୟଗଡା, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କଟକ, ସୁନ୍ଦରଗଡ, କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର। 

ଏହାସହ ୨୪ ତାରିଖରେ ସୁନ୍ଦରଗଡ, ବରଗଡ, ସମ୍ବଲପୁର, ଦେଓଗଡ, କେନ୍ଦୁଝର ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଏବଂ ସୋନପୁର, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ଅନୁଗୁଳ, କନ୍ଧମାଳ, ବୌଦ୍ଧ ଓ ମୟୂରଭଂଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୨୫ ତାରିଖରେ ମୟୂରଭଂଜ, କେଉଁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।  ଅନ୍ୟ  ଜିଲ୍ଲାରେ ହାଲକା ବର୍ଷା ହେବା ସହ ୨୬ ତାରିଖରୁ ପାଗରେ ସୁଧାର ଆସିବାର ସମ୍ଭାବନା ରହିଛି। ଏହାସହ ଦକ୍ଷିଣ  ଉପକୂଳ ଓଡିଶାରେ ପବନ ସର୍ବାଧିକ ୪୦ରୁ ୫୦ କିଲୋମିଟର ବେଗରେ ବହିବା ହେତୁ ଆସନ୍ତା ୨୪ ଘଣ୍ଟା ସମୁଦ୍ର ପ୍ରବେଶ ନେଇ ମସ୍ତ୍ରଜିବୀଙ୍କୁ ବାରଣ କରାଯାଇଛି।  ତେବେ ଆସନ୍ତା ୨୭ ତାରିଖ ଦୀପାବଳିରେ କାଁ ଭାଁ ବର୍ଷା ହେବା ସହ କେବଳ ଦକ୍ଷିଣ  ଓ ଉତ୍ତର ଓଡିଶାର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।