ମାସ ଆରମ୍ଭରୁ ଝଟକା, ବଢିଲା LPG ଦର, ଜାଣନ୍ତୁ ଭୁବନେଶ୍ୱରରେ କ'ଣ ରହିଛି ରେଟ୍
Advertisement

ମାସ ଆରମ୍ଭରୁ ଝଟକା, ବଢିଲା LPG ଦର, ଜାଣନ୍ତୁ ଭୁବନେଶ୍ୱରରେ କ'ଣ ରହିଛି ରେଟ୍

ମାସ ଆରମ୍ଭରୁ ଜନସାଧାରଣଙ୍କୁ ଝଟ୍‌କ । ପୁଣିଥରେ ସରକାରୀ ତୈଳ କମ୍ପାନୀ ଗୁଡ଼ିକ ଘରୋଇ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ (LPG Gas Cylinder Price) ବଢ଼ାଇଛନ୍ତି । ସେପ୍ଟେମ୍ବର ପହିଲାରୁ ଘରୋଇ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୨୫ ଟଙ୍କା ବୃଦ୍ଧି ପାଇଛି ।

ମାସ ଆରମ୍ଭରୁ ଝଟକା, ବଢିଲା LPG ଦର, ଜାଣନ୍ତୁ ଭୁବନେଶ୍ୱରରେ କ'ଣ ରହିଛି ରେଟ୍

ଭୁବନେଶ୍ୱର: LPG Gas Cylinder Price Hike: ମାସ ଆରମ୍ଭରୁ ଝଟକା, ବଢିଲା ଘରୋଇ ଗ୍ୟାସ୍ ଦର (LPG Gas Cylinder Price) । ଏବେ ରାଜଧାନୀରେ ଗ୍ୟାସ ସିଲିଣ୍ଡର ପିଛା ୮୮୧ ଟଙ୍କାରେ ପଂହଚିଛି । ବିଶେଷଜ୍ଞ କହିଲେ ଆନ୍ତର୍ଜାତୀୟ ଦର ଓ ଡଲାର ତୁଳନାରେ ଟଙ୍କା ଦୁର୍ବଳ ରହିଛି । ତେବେ ସରକାର ପେଟ୍ରୋଲ ଡିଜେଲର ଆନ୍ତର୍ଜାତୀୟ ଦର ଭଳି ଗ୍ୟାସ ଦର ସାଧାରଣ ଜନତାଙ୍କୁ ଜଣାଉ ନାହାନ୍ତି । ଫଳରେ କେଉଁ ମାନରେ ଓ କେତେ ଦାମର ଗ୍ୟାସ ସରକାର ଯୋଗାଉଛନ୍ତି ତାହା ଜାଣିବା କଷ୍ଟକର । ସେପଟେ ଏହି ଦରବୃଦ୍ଧି ସାଧାରଣ ଖାଉଟି ପାଇଁ ବୋଝ ଉପରେ ନଳିତା ବିଡା ସାଜିଛି । 

ମାସ ଆରମ୍ଭରୁ ଜନସାଧାରଣଙ୍କୁ ଝଟ୍‌କ । ପୁଣିଥରେ ସରକାରୀ ତୈଳ କମ୍ପାନୀ ଗୁଡ଼ିକ ଘରୋଇ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ (LPG Gas Cylinder Price) ବଢ଼ାଇଛନ୍ତି । ସେପ୍ଟେମ୍ବର ପହିଲାରୁ ଘରୋଇ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୨୫ ଟଙ୍କା ବୃଦ୍ଧି ପାଇଛି । ଯାହାର ସାଧାରଣଜନତାଙ୍କ ବଜେଟ୍‌ ଉପରେ ମହଙ୍ଗା ମାଡ଼ ହୋଇଛି । ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ୧୪.୨ କିଲୋ ଏଲ୍‌ପିଜି ସିଲିଣ୍ଡରର ଦାମ୍‌ ୮୮୪ ଟଙ୍କା ୫୦ ପଇସାରେ ପହଞ୍ଚିଛି । ପୂର୍ବରୁ ଏହି ଦାମ୍‌ ୮୫୯ ଟଙ୍କା ୫୦ ପଇସା ଥିଲା । ଏହାସହ କୋଲକାତାରେ ୯୧୧ ଟଙ୍କା, ମୁମ୍ବାଇରେ ୮୮୪ ଟଙ୍କା ୫୦ ପଇସା, ଚେନ୍ନାଇରେ ୯୦୦ ଟଙ୍କା ୫୦ ପଇସା ରହିଛି । ମାତ୍ର ୧୫ ଦିନ ମଧ୍ୟରେ ନନ୍‌-ସବ୍‌ସିଡି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ୫୦ ଟଙ୍କା ବୃଦ୍ଧି ହୋଇ ସାରିଲାଣି । ସେହିପରି କେବଳ ସବ୍‌ସିଡି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ରେ ୨୫ ଟଙ୍କା ବୃଦ୍ଧି ଘଟିଥିବା ବେଳେ ୧୯ କିଲୋ କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ରେ ୭୫ ଟଙ୍କା ବୃଦ୍ଧି ଘଟିଛି । 

ବିଶେଷଜ୍ଞ ମତରେ ଆନ୍ତର୍ଜାତୀୟ ତେଲ ଦର ଓ ଡଲାର ତୁଳନାରେ ଟଙ୍କା ଦୁର୍ବଳ କାରଣରୁ ଏହି ଦର ବୃଦ୍ଧି ହୋଇଥାଇପାରେ । ତେବେ କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲର ଆନ୍ତର୍ଜାତୀୟ ଦର ଭଳି ଗ୍ୟାସ ଦର ସାଧାରଣ ଜନତାଙ୍କୁ ଜଣାଉ ନାହାନ୍ତି । ଏପରିକି ଏହା କେଉଁ ଆକାରରେ କିଣା ଯାଉଛି, ତାହାର କୌଣସି ତଥ୍ୟ ନାହିଁ । ଫଳରେ କେଉଁ ମାନରେ ଓ କେତେ ଦାମରେ ସରକାର ଗ୍ୟାସ କ୍ରୟ ଓ ବିକ୍ରୟ କରୁଛନ୍ତି ତାହା ଜାଣିବା କଷ୍ଟକର ।

ପ୍ରତ୍ୟେକ ମାସରେ ପହିଲାରୁ ୧୫ ତାରିଖ ମଧ୍ୟରେ ତୈଳ କମ୍ପାନୀ ଗୁଡ଼ିକ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ରେ ପରିବର୍ତ୍ତନ କରିଥାନ୍ତି । ଏହାପୂର୍ବରୁ ଅଗଷ୍ଟ ୧୮ରେ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ବୃଦ୍ଧି ଘଟିଥିଲା ।  

ଅଧିକ ପଢ଼ନ୍ତୁ:-ପଞ୍ଜଶୀର ଉପରେ ଆକ୍ରମଣ କରିବାକୁ ଆସିଥିବା ୩୫୦ ତାଲିବାନୀ ଆତଙ୍କୀ ନିହତ, ୪୦ରୁ ଉର୍ଦ୍ଧ୍ୱ ଅଟକ

ଅଧିକ ପଢ଼ନ୍ତୁ:-ଏହି କାରଣରୁ ଆଫଗାନିସ୍ତାନରୁ ସୈନ୍ୟ ଫେରାଇ ନେଲେ ବାଇଡେନ!

ଅଧିକ ପଢ଼ନ୍ତୁ:-ଗୁଡ୍ ନ୍ୟୁଜ! ବଢ଼ିପାରେ ଅବସର ବୟସ ଓ ପେନସନ ରାଶି, ଜାଣନ୍ତୁ ମୋଦି ସରକାରଙ୍କ ଏହି ନୂଆ ଯୋଜନା ବିଷୟରେ...

ଅଧିକ ପଢ଼ନ୍ତୁ:-ପୁଣି ଚିନ୍ତା ବଢ଼ାଇଲା କୋରୋନା: ଦେଶରେ ୪୦ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

ଅଧିକ ପଢ଼ନ୍ତୁ:-ପାକିସ୍ତାନରେ ପହଞ୍ଚିଲେ ଆମେରିକା ସୈନ୍ୟ, ବଢ଼ିଲା ରାଜନୈତିକ ପାରା