ସୁଭଦ୍ରା ବେହେରା, ଭୁବନେଶ୍ୱର: ପ୍ରଥମେ ରାଷ୍ଟ୍ରପତି ଶାସନ ଏବଂ ପରେ ସଂଖ୍ୟା ଗରିଷ୍ଠତାର ଛକାପଞ୍ଝା ପରେ ଶେଷରେ ମହାରାଷ୍ଟ୍ରରେ ସରକାର ଗଠନ ହୋଇଛି । ଦେଶବାସୀଙ୍କୁ ଚକିତ କରି ବଡ଼ି ଭୋର୍ ରୁ ବିଜେପି ଓ ଏନସିପି ମିଳିତ ଭାବେ ସରକାର ଗଠନ କରିଛନ୍ତି । ଦେବେନ୍ଦ୍ର ଫଡନାଭିସ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସକାଳେ ରାଜ୍ୟପାଳ ଭଗତ ସିଂହ କୋସିୟାରି ଦେବେନ୍ଦ୍ର ଫଡନଭିଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ ଶପଥ ପାଠ କରାଇଥିଲେ । ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାୱାରଙ୍କୁ ଶପଥ ପାଠ କରାଇଛନ୍ତି ।
ମହାରାଷ୍ଟ୍ର ରାଜନୀତିର ଏହି ହଲଚଲ ଭିତରେ ଟ୍ୱିଟରରେ ଟ୍ରେଣ୍ଡ କରିବାରେ ଲାଗିଛି ହ୍ୟାସ୍ ଟ୍ୟାଗ୍ ମୋଟା ଭାଇ ( #MotaBhai) । ଗୁଜୁରାଟି ଭାଷାରେ ମୋଟା ଭାଇ ମାନେ ବଡ଼ ଭାଇଙ୍କୁ ବୁଝାଏ । ହଲେ ରାଜନୀତି କ୍ଷେତ୍ରରେ ଅମିତଶାହଙ୍କୁ ଏହି ନାମରେ ଲୋକେ ଡାକନ୍ତି । ରାତାରାତି ମହାରାଷ୍ଟ୍ର ରାଜନୀତି ବଦଳିଥିବା ପଛରେ ଅମିତ ଶାହଙ୍କ ହାତ ରହିଥିବାରୁ ଶାହଙ୍କ ମିମ୍ସ ଭାଇରାଲ ହେବାକୁ ଲାଗିଛି ।
ଭାଇରାଲ୍ ହେବାରେ ଲାଗିଛି ଏହିସବୁ ମିମ୍ସ