• ଆମେରିକାରେ ଆରମ୍ଭ ହେଲା ବାଇଡେନ୍ ଶାସନ
  • ୪୬ତମ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ୍
  • ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଅଭିଯୋଗ
  • ପରୀ ହତ୍ୟା ମାମଲା: ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ମାମଲା ଗଲା ଚିଲଡ୍ରେନ କୋର୍ଟ
  • ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା; ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ରଙ୍କୁ ଆଗୁଆ ଜାମିନ୍
  • ଗୁରୁବାରଠୁ ବିନା କଟକଣାରେ ଜଗା ଦର୍ଶନ
  • ଅଭିଭାବକଙ୍କୁ ଆଶ୍ୱସ୍ତି; ରାଜ୍ୟରେ କୋହଳ ହେଲା ଘରୋଇ ସ୍କୁଲ ଫି'
  • ୭ଟି ସ୍ଲାବରେ ଘରୋଇ ସ୍କୁଲ ଫି' ଛାଡ ନିଷ୍ପତ୍ତି
  • LICj MD ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ମହାରଥୀଙ୍କ ଟାର୍ଗେଟରେ ରାଜ୍ୟ ସରକାର

ମୁଖ୍ୟମନ୍ତ୍ରୀ ବହୁତ ବତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିଛନ୍ତି । କିନ୍ତୁ ସେହି ଆଶ୍ରୟସ୍ଥଳୀରେ ଖାଇବା ହାଣ୍ଡି କଡେଇ ଓ ଲାଇଟ ପାଈଁ ଜେନେରେଟର ଥିଲା । ଏବେ ସେ ସବୁ କୁଆଡେ ଗଲା । 

ମହାରଥୀଙ୍କ ଟାର୍ଗେଟରେ ରାଜ୍ୟ ସରକାର

ଭୁବନେଶ୍ୱର: ବିଧାନସଭାରେ ଆଜି ମହାରଥୀଙ୍କ ଟାର୍ଗେଟରେ ଥିଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ବହୁତ ବତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିଛନ୍ତି । କିନ୍ତୁ ସେହି ଆଶ୍ରୟସ୍ଥଳୀରେ ଖାଇବା ହାଣ୍ଡି କଡେଇ ଓ ଲାଇଟ ପାଈଁ ଜେନେରେଟର ଥିଲା । ଏବେ ସେ ସବୁ କୁଆଡେ ଗଲା । ଏଥି ପାଇଁ ପୂର୍ବରୁ କମିଟି ଗଠନ କରାଯାଇଥିଲା । କଣ ପଦକ୍ଷେପ ନିଆଯାଇଛି । ବାତ୍ୟା ଆଶ୍ରୟସ୍ଥଳୀର ମରାମତି ପାଇଁ ୨୦ ବର୍ଷରେ କେତେ ଟଙ୍କା ଖର୍ଚ୍ଚ ହୋଇଛି । 
 ଏବେ ବି ବିଲ ମଝିରେ ଅନେକ ବତ୍ୟା ଆଶ୍ରୟସ୍ଥଳୀରେ ରହିଛି । ଲୋକମାନେ ବିପର୍ଯ୍ୟୟ ସମୟରେ ପହଞ୍ଚି ପାରୁନାହାନ୍ତି । ସେପଟେ ମନ୍ତ୍ରୀ ବିଗତ ୨୦ ବର୍ଷରେ ବାତ୍ୟା ଆଶ୍ରୟସ୍ଥଳୀରେ ମରାମତି ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ରଖି ପାରିଲେ ନାହିଁ । 
ବର୍ତ୍ତମାନ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ନଥିବା ଗୃହରେ ବିବୃତି ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାର୍ଣ୍ଡି । ଓଡ଼ିଶାର ୬ଟି ଉପକୂଳ ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମରେ ୬୯୪ଟି ବହୁମୁଖୀ ଆଶ୍ରୟସ୍ଥଳୀ OSDMA ପକ୍ଷରୁ ନିର୍ମାଣ କରିଛନ୍ତି ରାଜ୍ୟ ସରକାର । ସେହିପରି ୬୫ଟି Red Cross ନିର୍ମାଣ କରିଛି । ସମୁଦାୟ ୭୫୯ଟି ବହୁମୁଖୀ ଆଶ୍ରୟସ୍ଥଳୀ ଓଡ଼ିଶାରେ ଅଛି । ପଞ୍ଚାୟତସ୍ତରୀୟ ଭିତ୍ତିରେ ଭାଙ୍ଗିଯାଇଥିବା ଆଶ୍ରୟସ୍ଥଳୀ ଗୁଡିକର ମରାମତି କରାଯାଉଛି । ବାକି ସବୁର ଯାଞ୍ଚ ଚାଲିଛି । ରିପୋର୍ଟ ଆସିଲେ ମରାମତି କରାଯିବ।