ହେଇଟି, ଗୋଟେ ନୂଆ ମାଲ୍ କାଲି ଆ... ଆ ଆସୁଛି!
Advertisement
Article Detail0/zeeodisha/odisha584989

ହେଇଟି, ଗୋଟେ ନୂଆ ମାଲ୍ କାଲି ଆ... ଆ ଆସୁଛି!

ହେ.. ହେ.. ହେଇଟି,  ଗୋଟେ ନୂ.. ନୂଆ ମାଲ୍ କାଲି ଆ ଆ ଆସୁଛି, ନଟିଆ ସହିତ । ଚମକି ପଡ଼ିଲେ କି ?  ନୂଆ ଅନ୍ଦାଜ ଓ ନୂଆ ଷ୍ଟାଇଲରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ପ୍ରମୋସନ କରୁଥିବା ଓଡ଼ିଆ ହିରୋ ସବ୍ୟସାଚୀଙ୍କ ଇନଷ୍ଟାଗ୍ରାମରେ ଏଭଳି ଏକ ଷ୍ଟୋରୀ ଅପଲୋଡ ହୋଇଛି, ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

  • ଚଳଚ୍ଚିତ୍ର ପ୍ରଦର୍ଶନ ପୂର୍ବରୁ ସବ୍ୟସାଚୀ ସମସ୍ତ ଓଡ଼ିଆ ଦର୍ଶକଙ୍କୁ ଦେଇଛନ୍ତି ଏକ ବାର୍ତ୍ତା
  • ସବ୍ୟଙ୍କ କହିବା କଥା, ଧୀରେ ଧୀରେ ଓଡ଼ିଆ ଫିଲ୍ମ ପ୍ରତିଟି ଲୋକଙ୍କ ମଧ୍ୟରେ ବିତୃଷ୍ଣା ଭାବନା ସୃଷ୍ଟି କରୁଛି
  • 'ମାଲ୍ ମହୁ ଜୀବନ ମାଟି, ଭାଗ୍ୟର ନୋ ଗ୍ୟାରେଣ୍ଟି' ଫିଲ୍ମରେ ସବ୍ୟସାଚୀ ଜଣେ ଖନା ଭାବେ ଅଭିନୟ କରୁଛନ୍ତି

Trending Photos

Mal Mahu Jiban Mati sabyasachi's new odia movie coming soon.
Mal Mahu Jiban Mati sabyasachi's new odia movie coming soon.

ଚାରୁ ଚନ୍ଦନ ଦାଶ, ଭୁବନେଶ୍ୱର: ହେ.. ହେ.. ହେଇଟି,  ଗୋଟେ ନୂ.. ନୂଆ ମାଲ୍ କାଲି ଆ ଆ ଆସୁଛି, ନଟିଆ ସହିତ । ଚମକି ପଡ଼ିଲେ କି ?  ନୂଆ ଅନ୍ଦାଜ ଓ ନୂଆ ଷ୍ଟାଇଲରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ପ୍ରମୋସନ କରୁଥିବା ଓଡ଼ିଆ ହିରୋ ସବ୍ୟସାଚୀଙ୍କ ଇନଷ୍ଟାଗ୍ରାମରେ ଏଭଳି ଏକ ଷ୍ଟୋରୀ ଅପଲୋଡ ହୋଇଛି, ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ନଭେମ୍ୱର ୮ରେ ରିଲିଜ ହେଉଛି ସବ୍ୟସାଚୀ ଓ ଏଲିନା ସାନ୍ତରାୟଙ୍କ ନୂଆ ଫିଲ୍ମ 'ମାଲ୍ ମହୁ ଜୀବନ ମାଟି, ଭାଗ୍ୟର ନୋ ଗ୍ୟାରେଣ୍ଟି' । ସମ୍ପୂର୍ଣ୍ଣ ଦେଶୀ ତଡ଼କା ସହ ସ୍କ୍ରିନରେ ଫୁଲ୍ ବୋବାଲ କରିବାକୁ ଏବେ ପୂରା ଟିମ୍ ତୟାର ଅଛି ।  ଏ ସବୁ ଭିତରେ ଏହି ଫିଲ୍ମର ପ୍ରମୋସନ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି ସବ୍ୟସାଚୀ ମିଶ୍ର । ଏଯାଏ ଫିଲ୍ମରେ ସବ୍ୟସାଚୀଙ୍କ କ୍ୟାରେକ୍ଟରକୁ ରିଭିଲ କରାଯାଇ ନାହିଁ । ତେବେ ଖୁବଶୀଘ୍ର ନଟିଆ ଏହାକୁ ରିଭିଲ କରିବ ।

ନଟିଆ ହେଉଛି ଏକ କାର୍ଟୁନ କ୍ୟାରେକ୍ଟର, ଯିଏ ଫିଲ୍ମ ପ୍ରମୋସନର ମୁଖ୍ୟ ଭୂମିକା ଗ୍ରହଣ କରିଛି । ସବ୍ୟଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଦେଖିଲେ ସ୍ପଷ୍ଟ ବାରି ହୋଇ ପଡ଼ୁଛି ଯେ ଏହା ଏକ କମେଡି ଫିଲ୍ମ । ଏହି ପୋଷ୍ଟରେ ଥିବା ଫଟୋରେ ସବ୍ୟସାଚୀ ଏକ ମାଟିଆ ରଙ୍ଗର ଜ୍ୟାକେଟ୍ ସହ ନୀଳ ରଙ୍ଗର ଜିନ୍ସ ଓ ତା'ସାଙ୍ଗକୁ ଏକ ଚଷମା ମଧ୍ୟ ପିନ୍ଧିଛନ୍ତି । ତାଙ୍କ ହାତ ଧରିଛି ନଟିଆ । ଓଡ଼ିଆ ସିନେ ଇଣ୍ଡଷ୍ଟ୍ରୀରେ ଏଭଳି ପ୍ରମୋସନ ପୂର୍ବରୁ କେବେ ଦେଖାଯାଇନି ।

ଫିଲ୍ମ ପୂର୍ବରୁ ସବ୍ୟସାଚୀ ସମସ୍ତ ଓଡ଼ିଆ ଦର୍ଶକଙ୍କୁ ଦେଇଛନ୍ତି ଏକ ବାର୍ତ୍ତା, ସବ୍ୟଙ୍କ କହିବା କଥା, ଧୀରେ ଧୀରେ ଓଡ଼ିଆ ଫିଲ୍ମ ପ୍ରତିଟି ଲୋକଙ୍କ ମଧ୍ୟରେ ବିତୃଷ୍ଣା ଭାବନା ସୃଷ୍ଟି କରୁଛି । ତେଣୁ, ଏଥର ହାଇଟେକ୍ ପବ୍ଲିସିଟି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।  ଫିଲ୍ମ ପୂର୍ବରୁ ଏହାର ପ୍ରମୋସନକୁ ଫୋକସ୍ କରାଯାଇଛି, ଏହି ଚଳଚ୍ଚିତ୍ର ରିଲିଜ ହେବା ପୂର୍ବରୁ ଯେମିତି ସମସ୍ତଙ୍କ ପାଖରେ ପହଞ୍ଚିବ ଓ ଅଧିକରୁ ଅଧିକ ଓଡ଼ିଆ ଦର୍ଶକ ଏହି ଚଳଚ୍ଚିତ୍ରକୁ ଉପଭୋଗ କରିବେ ତାହା ହିଁ ମିଶ୍ରଙ୍କ ଉଦ୍ଦେଶ୍ୟ ରହିଛି । ସେନେଇ ଏବେଠୁ ଜୋରଦାର ପ୍ରଚାର ପ୍ରସାର ଆରମ୍ଭ ହୋଇଯାଇଥିବା ନେଇ ସୂଚିତ କରିଛନ୍ତି ଅଭିନେତା ମିଶ୍ର ।

 
 
 
 

 
 
 
 
 
 
 
 
 

How is the Dance in Pan Pan Song? Did you like it? If I haven't seen, click the link in the Bio! Mal Mahu Jiban Mati releasing Nov 8th!

A post shared by Sabyasachi Mishra (@sabyasachi_actor) on

'ମାଲ୍ ମହୁ ଜୀବନ ମାଟି, ଭାଗ୍ୟର ନୋ ଗ୍ୟାରେଣ୍ଟି' ଫିଲ୍ମରେ ସବ୍ୟସାଚୀ ଜଣେ ଖନା ଭାବେ ଅଭିନୟ କରୁଛନ୍ତି । ସୁନ୍ଦର, ହ୍ୟାଣ୍ଡସମ ଦେଖାଯାଉଥିବା ସତ୍ତ୍ୱେ ଚରିତ୍ର ରୂପକ ଜୀବନଟା କିଭଳି ମାଟି ହୋଇଯାଉଛି ଏବଂ ପରବର୍ତ୍ତୀ ସମୟରେ ତାକୁ କିଭଳି ହିରୋ ନିଜକୁ ପ୍ରମାଣିତ କରିବାରେ ସଫଳ ହେଉଛି  ତାହା ଏହି ସିନେମାରେ ଦର୍ଶାଯାଇଛି । ସବ୍ୟ ଓ ଏଲିନାଙ୍କ ବ୍ୟତୀତ ଅସିମା ପଣ୍ଡା, ସତ୍ୟଜିତ ପ୍ରଧାନ, ହରିହର ଦାଶ ଏବଂ ଶାଶ୍ୱତ ଯୋଶୀ ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି । ସେହିପରି ଏହି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର । ଅମରା ମ୍ୟୁଜିକ ଏବଂ ଲେଡି ବାର୍ଡ ପ୍ରଡକ୍ସନ ପକ୍ଷରୁ ଏହି ଫିଲ୍ମ ନିର୍ମାଣ କରାଯାଇଛି ।

;