ମହିଳା ଓ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରୀ: କଳାହାଣ୍ଡିରେ ବଢୁଛି ଅପପୃଷ୍ଟି

ସରିନି ନଗଡାର କାହାଣୀ । ରାଜ୍ୟରେ ରହିଛି ଅନେକ ନଗଡା ପରି ଗାଁ । ଏହା ଖୋଦ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରୀଙ୍କ ରିପୋର୍ଟ କହୁଛି । 

ମହିଳା ଓ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରୀ: କଳାହାଣ୍ଡିରେ ବଢୁଛି ଅପପୃଷ୍ଟି

ଚନ୍ଦନ ପାଇକରାୟ, ଭୁବନେଶ୍ୱର: ଏବେବି ରାଜ୍ୟରେ ଅପପୃଷ୍ଟି ଜନିତ ଶିଶୁ ଅଛନ୍ତି । ସରିନି ନଗଡାର କାହାଣୀ । ରାଜ୍ୟରେ ରହିଛି ଅନେକ ନଗଡା ପରି ଗାଁ । ଏହା ଖୋଦ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରୀଙ୍କ ରିପୋର୍ଟ କହୁଛି । ବିଧାନସଭାରେ ଦାଖଲ କରାଯାଇଥିବା ରିପୋର୍ଟ ଅନୁସାରେ ରାଜ୍ୟରେ ଏବେ ୨୩ ହଜାର ୪୨୯ ଜଣ ଶିଶୁ ଅପପୃଷ୍ଟି ଜନିତ ଶିଶୁ  ଅଛନ୍ତି । ତେବେ ସବୁଠୁ ଅଧିକ ଅପପୃଷ୍ଟି ଜନିତ ଶିଶୁ କଳାହାଣ୍ଡିରେ ରହିଛନ୍ତି ।

 ଅପପୃଷ୍ଟି କବଳରୁ ମୁକ୍ତି ପାଇନି ରାଜ୍ୟ । ଏବେବି ରାଜ୍ୟରେ ରହିଛନ୍ତି ଅପପୃଷ୍ଟିର ଶିକାର ହୋଇଥିବା ଶିଶୁ । ରାଜ୍ୟ ସରକାରଙ୍କ ରେକର୍ଡ ଅନୁସାରେ ରାଜ୍ୟରେ ୨୩  ହଜାରରୁ ଅଧିକ ଶିଶୁ ଅପପୃଷ୍ଟିର ଶିକାର ହୋଇଛନ୍ତି । ତେବେ କଳାହାଣ୍ଡିରେ ସର୍ବାଧିକ ଅପପୃଷ୍ଟି ଜନିତ ଶିଶୁ ରହିଛନ୍ତି ।  ଖୋଦ ମହିଳା ଓ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରୀ ଏ କଥାକୁ ସ୍ୱୀକାର କରିଛନ୍ତି । ତେବେ ରାଜ୍ୟରୁ ଅପପୃଷ୍ଟି ଦୂର କରିବା ପାଇଁ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଖୋଲିଛନ୍ତି ଅଙ୍ଗନୱାଡି କେନ୍ଦ୍ର । ରାଜ୍ୟରେ ୭୨ ହଜାର ୫୮୭ଟି ଅଙ୍ଗନୱାଡି କେନ୍ଦ୍ର ରହିଥିବା ବେଳେ ସେଥିରେ  ୧୪ ଲକ୍ଷ ୭୪ ହଜାର ୮୧୦ ଶିଶୁ ନିୟମିତ ଆସୁଛନ୍ତି ।  ଅପପୃଷ୍ଟି ହାର କମାଇବା ପାଇଁ ଆହୁରି ଅଧିକ ଅଙ୍ଗନୱାଡି କେନ୍ଦ୍ର ଖୋଲିବା ପାଇଁ ସମସ୍ତ ଜିଲାପାଳମାନଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି ।

ଅପପୃଷ୍ଟି ହାର କମାଇବାରେ ରାଜ୍ୟସରକାଙ୍କ ବିଫଳତାକୁ ନେଇ ବିରୋଧୀ କରିଛନ୍ତି ଟାର୍ଗେଟ । ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କ କହିବା ଅନୁସାରେ ରାଜ୍ୟ ସରକାରଙ୍କ ଗଣ୍ଡା ଗଣ୍ଡା ନେତା କଳାହାଣ୍ଡିରେ ରହିବା ପରେ ବି କାହିଁକି ଏଭଳି ଅବସ୍ଥା ଦେଖାଦେଉଛି । ଖୋଦ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଘର କଳାହାଣ୍ଡିରେ ତଥାପି  ଜିଲ୍ଲାରେ  ସର୍ବାଧିକ ଅପପୃଷ୍ଟିକର ଶିଶୁ ଅଛନ୍ତି ।  ରାଜ୍ୟ ସରକାରକାର ଏଥିପ୍ରତି ନଜର ଦେବା ଆବଶ୍ୟକ । 

Tags: