ପ୍ରବଳ ବର୍ଷିବ
Trending Photos
)
ଭୁବନେଶ୍ୱର: ସକ୍ରିୟ ହେଲା ମୌସୁମୀ । ତିନି ଦିନ ପ୍ରବଳ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟ ଟ୍ରଫ୍ ଲାଇନ ସହ ଉତ୍ତର ଓଡିଶା ଓ ଏହାର ଆଖପାଖରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସକ୍ରିୟ ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ରାଜ୍ୟରା ଆସନ୍ତା ତିନି ଦିନ ଧରି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଆସନ୍ତା ୨୪ ଘଣ୍ଟାରେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେଓଗଡ ଓ ସୋନପୁର ଜିଲ୍ଲାରେ ଅତି ପ୍ରବଳ ସହ ଅରେଂଜ ୱାର୍ଣ୍ଣିଂ ଏବଂ କେଉଁଝର, ଅନୁଗୁଳ, ଢେଙ୍କାନାଳ, ଯାଯପୁର, ଭଦ୍ରକ, ବଲାଙ୍ଗିର ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । ଅନ୍ୟ ସ୍ଥାନରେ ଝିପଝିପ୍ ହାଲକା ବର୍ଷାକୁ ମେଘୁଆ ପାଗ ଜାରି ରହିବ ।
ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।