• ରାଜ୍ୟର ମାଆ ଓ ଝିଅମାନଙ୍କୁ ରଜ ପର୍ବର ଶୁଭେଚ୍ଛା ଜଣାଇଲେ ନବୀନ
  • ରଜପର୍ବ ଉପଲକ୍ଷେ କାଲିଠୁ ୩ଟି ସହରରେ ଆରମ୍ଭ ହେବ ପିଠା ଅନ୍‌ ହ୍ବିଲ୍‌
  • ଭୁବନେଶ୍ବର, ସମ୍ବଲପୁର ଓ କଟକରେ ସୁଲଭ ଦରରେ ମିଳିବ ଓଡ଼ିଆ ପିଠା
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୩,୩୦୩ ଜୀବନ
  • ଦେଶରେ ଦିନକରେ ୮୦ ହଜାର ୮୩୪ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୪ ହଜାର ୪୬୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଜୁନ୍ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ
  • ଦୂରଦର୍ଶନରେ ପାଠପଢ଼ିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ
  • ଆଜି ସାରା ଓଡ଼ିଶାକୁ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
  • ୧୨ ଘଣ୍ଟା ଭିତରେ ପୁରା ରାଜ୍ୟରେ ମୌସୁମୀ ବର୍ଷା

ଏଣିକି କୋହଳ ସହ କଟକଣା ମଧ୍ୟରେ କୋଳାହଳ ହେବ ବିବାହ ମଣ୍ଡପ

ଖୋଲିବ ଦ୍ୱାର କଟକଣାରେ ବନ୍ଦ ଥିବା ବ୍ୟବଧାନ ପରେ ପ୍ରସ୍ତୁତ ହେଉଛି ବିବାହ ମଣ୍ଡପ।

ଏଣିକି କୋହଳ ସହ କଟକଣା ମଧ୍ୟରେ କୋଳାହଳ ହେବ ବିବାହ ମଣ୍ଡପ

ଶାନ୍ତସ୍ୱରୂପ ରାଉତ,ଭୁବନେଶ୍ୱର: ପୁଣି ବିବାହ ମଣ୍ଡପ (Marriage Pavilion) ହେବ କୋଳାହଳ। ନଭେମ୍ବର (November) ପହିଲାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ ଷଷ୍ଠ ପର୍ଯ୍ୟାୟ ଅନଲକ ମାର୍ଗଦର୍ଶିକା (Unlock6 Guidelines) ଜାରି ହୋଇଥିବା ବେଳେ ସଂଶୋଧିତ ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର। କିଛି କଟକଣା ସହ କୋହଳ ଭିତରେ ବିଭିନ୍ନ ସଂସ୍ଥା ଓ କାର୍ଯ୍ୟକ୍ରମ ପାଇଁ ଭିନ୍ନ ଭିନ୍ନ ଗାଇଡଲାଇନ ଜାରି ହୋଇଛି। 

ଏହା ମଧ୍ୟରେ ଆଶ୍ୱସ୍ତିକର ଖବର ହେଉଛି ବିବାହ ଉସ୍ତ୍ରବରେ ୫୦-୨୦୦ ଲୋକ ପର୍ଯ୍ୟନ୍ତ ଲୋକ ଏକାଠି ହେବାକୁ ମିଳିଛି ଅନୁମତି। ଏହାପରେ ରାଜ୍ୟ ଓ ରାଜଧାନୀର ବିଭିନ୍ନ କଲ୍ୟାଣ ମଣ୍ଡପରେ ବ୍ୟବସାୟ ନେଇ ନୂଆ ଆଶା ସଞ୍ଚାର  ହୋଇଛି। ସେପଟେ ରାଜଧାନୀରେ ସରକାରୀ କଲ୍ୟାଣ ମଣ୍ଡପରେ ଅନଲାଇନ ବୁକିଂ ଆରମ୍ଭ ହୋଇଛି। କୋଭିଡ ନିୟମ ଉଲଂଘନ କଲେ ମଣ୍ଡପ ସିଲ୍ କରିବାକୁ କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ-ବିଏମସି କର୍ତ୍ତୃପକ୍ଷ (BMC Authority)। 

ଖୋଲିବ ଦ୍ୱାର କଟକଣାରେ ବନ୍ଦ ଥିବା ବ୍ୟବଧାନ ପରେ ପ୍ରସ୍ତୁତ ହେଉଛି ବିବାହ ମଣ୍ଡପ। ନୂଆ ଗାଇଡଲାଇନରେ ସରକାରଙ୍କ କୋହଳ ପରେ ଏବେ କଟକଣାରେ ଆରମ୍ଭ ହେବ ବିବାହ ଉସ୍ତ୍ରବ। ନଭେମ୍ବର ମାସ ଅନଲକ୍ ପର୍ଯ୍ୟାୟରେ ବିବାହ ଉତ୍ସବ ସମାରୋହରେ ସର୍ବାଧିକ ୨୦୦ ଲୋକଙ୍କୁ ଏକାଠି ହେବାକୁ ମିଳିଛି ଅନୁମତି। ଏହା ପରେ ବିବାହ ମଣ୍ଡପରେ ନୂତନ ବ୍ୟବସାୟ ନେଇ ଆଶା ସଞ୍ଚାର ହୋଇଛି। 

ଆଗକୁ ବିବାହ ଋତୁ ଆସୁଥିବାରୁ ମଣ୍ଡପ କର୍ତ୍ତୃପକ୍ଷ ଅସଜଡା ଭିତ୍ତିଭୂମି ସଜାଡିବା ଆରମ୍ଭ କରିଛନ୍ତି। ବିବାହ ଋତୁରେ ମହାମାରୀ କୋରୋନା ଚଡକ ସାଜି ବିବାହ ମଣ୍ଡପ ପାଇଁ ଅଭିଶାପ ପାଲଟିଥିବା ବେଳେ ଏବେ ସରକାରଙ୍କ ଗାଇଡଲାଇନ ପାଳନ କରି ବ୍ୟବସାୟ ଆରମ୍ଭ କରିବାକୁ କହିଛନ୍ତି ଘରୋଇ ବିବାହ କଲ୍ୟାଣ ମଣ୍ଡପ କର୍ତ୍ତୃପକ୍ଷ। 

ସେପଟେ ରାଜଧାନୀରେ ବିଏମିସ ପକ୍ଷରୁ ଥିବା କଲ୍ୟାଣ ମଣ୍ଡପ ପାଇଁ କୋରୋନା କାଳରେ ଅନଲାଇନ ବୁକିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ମୋଟ ୯ଟି କଲ୍ୟାଣ ମଣ୍ଡପରୁ ୮ଟି ମଣ୍ଡପ ପାଇଁ ବୁକିଂ କରାଯାଉଛି। ନିର୍ଦ୍ଦେଶନାମା ଅନୁଯାୟୀ ବୁକିଂ କରୁଥିବା ବ୍ୟକ୍ତି ସମସ୍ତ ଗାଇଡଲାଇନ ପାଳନ କରିବା ନେଇ ଏକ ଲିଖିତ ରାଜିନାମା ଦାଖଲ କରିବେ। ବିଏମସି ପକ୍ଷରୁ ଗଠିତ ୫ଟି ସ୍କ୍ୱାର୍ଡ ଅଚାନକ ଗସ୍ତ କରି କୋଭିଡ ନିୟମାବଳୀ ଉଂଲଘନ ହେଲେ ମଣ୍ଡପ ସିଲ୍ କରିବା ସହ ଜରିମାନା ଆଦାୟ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ଏହା ସହ କୋଭିଡ ପୂର୍ବରୁ ସିଲ୍ ହୋଇଥିବା ମଣ୍ଡପ ଏବେ ଖୋଲାଯିବ ନାହିଁ।