• ଆଜିଠାରୁ ଭୁବନେଶ୍ୱର ବିମାନବନ୍ଦରରେ ଚେକିଂ ଆରମ୍ଭ
  • ଯାତ୍ରୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତା ମୂଳକ
  • ରେଳ ଷ୍ଟେସନରେ ମଧ୍ୟ କଡ଼ାକଡ଼ି ଚେକିଂ ହେଉଛି
  • ରିପୋର୍ଟ ଆଣି ନ ଥିଲେ ୭ ଦିନ ହୋମ୍ କ୍ୱାରେନଣ୍ଟାଇନ୍
  • କୌଣସି ଯାତ୍ରୀଙ୍କ ଲକ୍ଷଣ ଦେଖାଦେଲେ ଟେଷ୍ଟ ପାଇଁ ବ୍ୟବସ୍ଥା
  • ବିଏମସି ପକ୍ଷରୁ ମାର୍କେଟ ମାନଙ୍କରେ ଚେକିଂ ଜୋରଦାର
  • ଉତ୍କଳ ବିଶ୍ୱବିଦ୍ୟାଳୟର ୪ଜଣ କୋରୋନା ପଜିଟିଭ୍ ଚିହ୍ନଟ
  • ୪ଜଣ କୋରୋନା ସଂକ୍ରମିତଙ୍କ କଣ୍ଟାକଟ୍ରେସିଂ ଚାଲିଛି
  • ବିଏମସି ପକ୍ଷରୁ ଦେୟଯୁକ୍ତ ସଂଗରୋଧ ଆରମ୍ଭ
  • ବାତାନୁକୂଳ ଓ ସାଧାରଣ ବର୍ଗରେ ଲୋକଙ୍କୁ ସେବା ଉପଲବ୍ଧ

ସାମୂହିକ ବିବାହ ମହୋତ୍ସବ, ଯୋଡ଼ି ହେଲେ ୨୫ ଯୋଡ଼ା

ବିନା ଜାନି ଯୌତୁକରେ ବିବାହ ବନ୍ଧନରେ ବାନ୍ଧି ହେଲେ ୨୫ ଯୋଡା ବର କନ୍ୟା । 

ସାମୂହିକ ବିବାହ ମହୋତ୍ସବ, ଯୋଡ଼ି ହେଲେ ୨୫ ଯୋଡ଼ା
ସାମୂହିକ ବିବାହ ମହୋତ୍ସବ, ଯୋଡ଼ି ହେଲେ ୨୫ ଯୋଡ଼ା

ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ବିନା ଜାନି ଯୌତୁକ, ଜାତକରେ ବିବାହ ବନ୍ଧନରେ ବାନ୍ଧି ହେଲେ ୨୫ ଯୋଡା ବର କନ୍ୟା । ସାମାଜିକ ଅନୁଷ୍ଠାନ ‘ପ୍ରୟାସ’ ପକ୍ଷରୁ ପ୍ରତି ବର୍ଷ ଭଳି ଏଥର ମଧ୍ୟ ସାମୂହିକ ବିବାହ ମହୋତ୍ସବରେ ଏକ ଭିନ୍ନ ପରବେଶରେ ପରସ୍ପରର ହାତ ଧରିଛନ୍ତି ନବ ଦମ୍ପତ୍ତି । ସେମାନଙ୍କ ପାଇଁ ଗତକାଲି ମଙ୍ଗନ ଅବସରରେ ମେହେନ୍ଦୀ ଓ ସଂଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଅନୁଷ୍ଠାନ ପକ୍ଷରୁ ଏଥର ସପ୍ତମ ସାମୂହିକ ବିବାହ ମହୋତ୍ସବରେ ୨୫ ଯୋଡ଼ା ଗରିବ ପରିବାରର ବର କନ୍ୟା ସାମିଲ ହୋଇଥିଲେ । ବିଶେଷ କଥା ହେଉଛି ପରିବାରର ଅସହମତି, ଯୌତୁକ ଅସଙ୍ଗତି, ଅନାବଶ୍ୟକ ସାମାଜିକ ପ୍ରଥା, ବୌବାହିକ ଉତ୍ତରଦାୟିତ୍ବର ଓ ମାନସିକ ତାଳମେଳ ଅଭାବ ହେତୁ ବିବାହ ହୋଇପାରୁନଥିବା କିମ୍ବା ଚିରସ୍ଥାୟୀ ହୋଇପାରୁନାହିଁ, ସେମାନଙ୍କୁ ଏକାଠି କରି ବିନା ଜାନି ଯୌତୁକ ଜାତକରେ ଅଗ୍ନି କୁ ସାକ୍ଷୀ ରଖି ପରିବାରର ସହମତିରେ ହିନ୍ଦୁ ରୀତିନୀତି ରେ ବିବାହ ସଂପନ୍ନ କରାଯାଇଛି । ପ୍ରତିକାର ସ୍ବରୂପ ନବବଧୂଙ୍କୁ ସଚେତନ କରାଇବା, ଆର୍ଥିକ ଅନଗ୍ରସରମାନଙ୍କୁ ପ୍ରାଧାନ୍ୟ ଦେବା ଯୌତୁକ ବିରୋଧରେ ସଚେତନତା ଶିକ୍ଷିତ ବାତାବରଣ ସୃଷ୍ଟି କରିବା ଓ ବିବାହକୁ ରେଜିଷ୍ଟ୍ରିଭୁକ୍ତ କରିବାର ଅଙ୍ଗିକାରବଦ୍ଧତାକୁ ଆପଣେଇ ଏକ ସୁସ୍ଥ, ଚିରସ୍ଥାୟୀ ଓ ବୁଝାମଣାପୂର୍ଣ୍ଣ ବୈବାହିକ ଜୀବନର ଲକ୍ଷ୍ୟ ହାସଲ କରିବାର ଏହାର ଉଦ୍ଦେଶ୍ୟ ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ୟୁନିଟ ୩ ଶ୍ରୀରାମ ମନ୍ଦିର ପରିସରରେ ଏହି ମହୋସ୍ତ୍ରବ ଆୟୋଜନ ହୋଇଥିଲା । ପ୍ରତି ଯୋଡି ପାଇଁ ସ୍ବତନ୍ତ୍ର ବେଦୀ ଓ ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ଦ୍ବାରା ହୋମ ଯଜ୍ଞରେ ବିବାହ ସମାପନ ହୋଇଛି । ତେବେ ଏଥିପାଇଁ ବର କନ୍ୟାଙ୍କୁ ପୂର୍ବକୁ ପଂଜିକରଣ କରିବାକୁ ପଡିଥାଏ । ଚଳିତ ବର୍ଷ ୪୦ ଜଣ ଆବେଦନ କରିଥିବା ବେଳେ ୨୫ ଯୋଡାଙ୍କୁ ଚୟନ କରାଯାଇ ବିବାହ ମହୋସ୍ତ୍ରବରେ ସାମିଲ କରାଯାଇଛି । ଏହାସହ ବିବାହ ସମୟରେ ବର-ବଧୂଙ୍କୁ ସାଧାରଣ ଚଳଣୀ ପାଇଁ ଯାହା ଦରକାର ଅନୁଷ୍ଠାନ ପକ୍ଷରୁ ଆବଶ୍ୟକୀୟ ଜିନିଷପତ୍ର ସହିତ ଗୋଟିଏ ବର୍ଷର ଗ୍ରୋସରୀ ପ୍ରଦାନ କରାଯାଇଥାଏ । ସମସ୍ତ ନବ ଦମ୍ପତ୍ତିଙ୍କୁ ସେମାନଙ୍କ ପରିବାରର ଉପସ୍ଥିତିରେ ବିବାହ ସଂପନ୍ନ ହେବା ସହ ଆଇନ ଅନୁଯାୟୀ ରେଜିଷ୍ଟ୍ରିଭୁକ୍ତ ହେବେ ବୋଲି ଅନୁଷ୍ଠାନର ଆୟୋଜକ ବନ ମହାନ୍ତି କହିଛନ୍ତି ।