ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଖାତା ଦେଖା ନେଇ ପରବର୍ତ୍ତୀ ସମୟରେ ତାରିଖ ଘୋଷଣା ହେବ ।
Trending Photos
ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ମାଟ୍ରିକ ଖାତାଦେଖା ହେବା ନେଇ ଗତକାଲି(ସୋମବାର) ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ଆଜି ଏହାକୁ ସ୍ଥଗିତ କରି ଦିଆଯାଇଛି । ମହାବାତ୍ୟା 'ଅମ୍ଫାନ'ଙ୍କୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ବିଭାଗୀୟ ମନ୍ତ୍ରୀ ସମୀର ଦାସ ଏନେଇ ସୂଚନା ଦେଇଛନ୍ତି ।
ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଖାତା ଦେଖା ନେଇ ପରବର୍ତ୍ତୀ ସମୟରେ ତାରିଖ ଘୋଷଣା ହେବ । ବର୍ତ୍ତମାନ ବାତ୍ୟାକୁ ଆଖି ଆଗରେ ରଖି ଖାତା ଦେଖାକୁ ବାତିଲ କରାଯାଇଛି ।
ଏଠାରେ ଆପଣଙ୍କୁ କହିରଖୁଛୁ, ପୂର୍ବରୁ ମଇ ୨୦ରୁ ଖାତା ଦେଖା ଆରମ୍ଭ ନେଇ ଘୋଷଣା ହୋଇଥିଲା । ପରେ ଦିନକ ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା । ଏବେ ପୁଣି ବାତ୍ୟା ଯୋଗୁ ମାଟ୍ରିକ ଖାତା ଦେଖା ଆହୁରି ବିଳମ୍ବ ହୋଇଛି ।