Trending Photos
)
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଘରେ ହେଉ ମାଟ୍ରିକ ଖାତା ଦେଖା । ଏପରି ଅନୁରୋଧ କରିଛି ଓଡିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ(ଓଷ୍ଟା) । ଚଳିତ ବର୍ଷ ମାଟ୍ରିକ ଖାତା ଦେଖା ପଦ୍ଧତିରେ ପରିବର୍ତ୍ତନ ଆଣି କେନ୍ଦ୍ରୀୟ ମୂଲ୍ୟାୟନ ପରିବର୍ତ୍ତେ ଗୃହ ମୂଲ୍ୟାୟନ ମାଧ୍ୟମରେ ଖାତା ଦେଖାଯାଉ ବୋଲି ଅନୁରୋଧ କରିଛି ସଂଘ ।
କୋରୋନା ସଂକ୍ରମଣ ଭୟରେ ସାମାଜିକ ଦୂରତା ପାଳନ କରିବାକୁ କୁହାଯାଉଥିବା ବେଳେ ଏହାରି ଭିତରେ ଆସନ୍ତା ୨୦ତାରିଖରୁ ଆରମ୍ଭ ହେବାକୁ ଯାଉଛି ଚଳିତ ମାଟ୍ରିକ ପରୀକ୍ଷା ଖାତା ଦେଖା । ତେବେ ପୂର୍ବରୁ ଗୋଟିଏ ଗୋଟିଏ କେନ୍ଦ୍ର ପାଇଁ ଯେତିକି ପରୀକ୍ଷକ ନିଯୁକ୍ତି ହେଉଥିଲେ ଏବେ ତାହାର ସଂଖ୍ୟା ବଢାଯାଇଛି । ଏହା ସାମାଜିତ ଦୂରତା ରକ୍ଷା କରିବାରେ ବ୍ୟାହତ ସୃଷ୍ଟି କରିବ ଜନଗହଳି ଭିତରେ ଜୀବନକୁ ବିପଦସଙ୍କୁଳ କରି ଖାତା ଦେଖିବା ସମ୍ଭବପର ନୁହେଁ ବୋଲି ସଂଘ କହିଛି ।
ଏହାସହ ୬୦ ଟି ମୂଲ୍ୟାଙ୍କନ କେନ୍ଦ୍ରରେ ୨୩ ହଜାର ଶିକ୍ଷକଙ୍କୁ ନେଇ ମୂଲ୍ୟାୟନ କାର୍ଯ୍ୟରେ ସାମାଜିତ ଦୂରତା ରହିବା ଅସମ୍ଭବ ତେଣୁ ଏଥିପାଇଁ ବୋର୍ଡ ପକ୍ଷରୁ ମୂଲ୍ୟାୟନ ପଦ୍ଧତିରେ ପରିବର୍ତ୍ତନ କରି ଘରେ ଖାତା ଦେଖା ପ୍ରକ୍ରିୟା ଆପଣେଇବାକୁ ଅନୁରୋଧ କରିଛି ସଂଘ ।