ସାମାଜିକ ଦୂରତା ସହ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏନେଇ ସୂଚନା ଦେଇଛନ୍ତି ।
Trending Photos
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଆସନ୍ତାକାଲିଠୁ ମାଟ୍ରିକ ଖାତା ମୂଲ୍ୟାୟନ । ସମୁଦାୟ ୬୦ଟି ସେଣ୍ଟରରେ ଖାତା ଦେଖା ଚାଲିବ । ଆଉ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା ସହ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏନେଇ ସୂଚନା ଦେଇଛନ୍ତି ।
କାଲିଠୁ ମାଟ୍ରିକ ଖାତାଦେଖା । ପ୍ରଥମେ କୋରୋନା ଯୋଗୁ ଘୋଷଣା ହୋଇଥିବା ଲକଡାଉନ ଓ ପରେ ବାତ୍ୟା ଅମ୍ଫାନ ପାଇଁ ସ୍ଥଗିତ ରହିଥିବା ମାଟ୍ରିକ ମୂଲ୍ୟାୟନ ଆସନ୍ତାକାଲିଠୁ ଚାଲିବ । ୪୫ ଦିନ ଭିତରେ ଏହାର ଫଳ ପ୍ରକାଶ ପାଇବ । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଖାତାଦେଖା ହେବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ଦାସ । ସେହିପରି ସମସ୍ତ ପରୀକ୍ଷା ଖାତା ସୁରକ୍ଷିତ ରହିଛି ବୋଲି ସେ କହିଛନ୍ତି ।
ପୂର୍ବରୁ ମାର୍ଚ୍ଚ ୧୯ ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା । ହେଲେ କୋରୋନା ଯୋଗୁ ଲକଡାଉନ୍ ହେବାରୁ ଏହା ସ୍ଥଗିତ ରହିଛି । ପରବର୍ତ୍ତି ସମୟରେ ମେ ୨୦ରେ ଖାତା ଦେଖା ଆରମ୍ଭ ନେଇ ସ୍ଥିର ହୋଇଥିଲା । ହେଲେ ପ୍ରତିବନ୍ଧକ ସାଜିଥିଲା 'ଅମ୍ଫାନ' । ତେଣୁ ଦିନକ ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା । ଅର୍ଥାତ ମେ ୨୧ରୁ ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା । ପରେ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଦୃଷ୍ଟିରେ ରଖି ପରବର୍ତ୍ତି ଘୋଷଣା ପର୍ଯ୍ୟନ୍ତ ଖାତା ଦେଖା ବନ୍ଦ ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା ।