)
ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ। ପୂର୍ବ ନିର୍ଦ୍ଧାରିତ ସମୟ ଠାରୁ ସାମାନ୍ୟ ବିଳମ୍ବରେ ରେଜଲ୍ଟ ପ୍ରକାଶ ପାଇଛି। ଭିଡ଼ିଓ କନଫରେନସିଂ ମାଧ୍ୟମରେ ରେଜଲ୍ଟ ପ୍ରକାଶ ପାଇଛି। ରେଜଲ୍ଟ ପ୍ରକାଶ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ୭୮.୭୬ ପ୍ରତିଶତ ଛାତ୍ରଛାତ୍ରୀ ପାସ ହୋଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି।
ଚଳିତ ଥର ମଧ୍ୟ ବାଜି ମାରିନେଇଛନ୍ତି ଛାତ୍ରୀ। ଛାତ୍ରୀଙ୍କ ପାସ ହାର ୮୧.୯୮ ପ୍ରତିଶତ ରହିଥିବା ବେଳେ ପୁଅଙ୍କ ପାସ ହାର ୭୭.୮ ପ୍ରତିଶତ। ସେହିପରି ରେଜଲ୍ଟ ଅନୁଯାୟୀ ଏ୧ ଗ୍ରେଡ଼ରେ ୧୨୭୯ ପରୀକ୍ଷାର୍ଥୀ ପାସ କରିଛନ୍ତି। ସେହିପରି ଏ୨ ଗ୍ରେଡରେ ୮୪୫୮ ଜଣ, ବି୧ରେ ୧୮,୧୮୮ ଜଣ, ବି୨ରେ ୩୧,୩୨୮ ଓ ସି ଗ୍ରେଡ଼ରେ ୪୯୧୫୩ ଜଣ ପାସ କରିଛନ୍ତି।
ସେହିପରି ୬୭୮ଟି ସ୍କୁଲରେ ପାସ ହାର ଶତ ପ୍ରତିଶତ ରହିଛି। ୩୧ଟି ସ୍କୁଲରେ ପାସ ହାର ନୈରାଶ୍ୟଜନକ ରହିଛି। ୩୧ଟି ସ୍କୁଲରେ ପାସ ହାର ଶୂନ ରହିଛି। ଦିନ ସାଢେ ୧୧ଟାରୁ ବୋର୍ଡ ଓ୍ୱେବସାଇଟରେ ଓ୍ୱେବସାଇଟରେ ଦେଖିପାରିବେ। ବୋର୍ଡର ଦୁଇଟି ଓ୍ୱେବସାଇଟwww.bseodisha.ac.in ଓ www.bseodisha.nic.inରେ ଦେଖିପାରିବେ। ଏହା ବ୍ୟତୀତ ଛାତ୍ରଛାତ୍ରୀମାନେ SMS ମାଧ୍ୟମରେ ମଧ୍ୟରେ ରେଜଲ୍ଟ ଦେଖିପାରିବେ। ସେହିପରି 5676750 ନମ୍ବରରେ ନାଁ ଓ ରୋଲ ନମ୍ବର ଲେଖି ପଠାଇଲେ SMS ମାଧ୍ୟମରେ ଛାତ୍ରଛାତ୍ରୀମାନେ ରେଜଲ୍ଟ ପାଇପାରିବେ।
ରାଜ୍ୟରେ ପ୍ରାୟ ୫।୬୦ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୬୦ଟି କେନ୍ଦ୍ରରେ ମୂଲ୍ୟାଙ୍କନ ହୋଇଥିଲା। ବାତ୍ୟା ଅମ୍ପାନ ପାଇଁ ସାମୟିକ ଭାବେ ଖାତା ଦେଖାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଖାତା ଦେଖା ଫେବୃଆରୀ ୧୯ରୁ ମାର୍ଚ୍ଚ ୨ ତାରିଖ ଯାଏ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଲକଡାଉନ ଓ ବାତ୍ୟା ଅମ୍ପାନ ପାଇଁ ଖାତା ଦେଖା କିଛି ସମୟ ପାଇଁ ବନ୍ଦ ରହିଥିଲା। ଶେଷରେ ମେ ମାସ ୨୬ ତାରିଖରୁ ମୂଲ୍ୟାୟନ ଆରମ୍ଭ ହୋଇଥିଲା।